ସେବାଶ୍ରମରେ ଅବ୍ୟବସ୍ଥା, ଗ୍ରାମବାସୀଙ୍କ ପ୍ରତିବାଦ

ବରଗଡ଼ ଅଫିସ୍‌,୨୭।୭
ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲି ସେବାଶ୍ରମ ସ୍କୁଲରେ ଖୋଦ୍‌ ପ୍ରଧାନସେବକ ସ୍କୁଲର ସେବିକା ତଥା ଅନ୍ତେବାସିନୀ ପିଲାମାନଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏ ନେଇ ସେବାଶ୍ରମ ସ୍କୁଲର କର୍ମଚାରୀମାନେ ଗତ ସୋମବାର ଜିଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳଙ୍କୁ ଫେରାଦ ହୋଇ ପ୍ରଧାନସେବକ କ୍ଷୀରେଶ୍ୱର ତାଣ୍ଡିଙ୍କ ବିରୋଧରେ ଅଭିଯୋଗ ଆଣିଥିବାବେଳେ ଶୁକ୍ରବାର ଗ୍ରାମବାସୀ ତାଣ୍ଡିଙ୍କୁ ଘେରି ପ୍ରତିବାଦ ଜଣାଇଥିଲେ । ତେବେ ଏ ନେଇ ତାଣ୍ଡିଙ୍କ ମତାମତ ମିଳିପାରି ନାହିଁ । ଅନ୍ୟପଟେ ଶୁକ୍ରବାର ଉକ୍ତ ସ୍କୁଲକୁ ତଦନ୍ତରେ ଆସିଥିବା ଜିଲା ମଙ୍ଗଳ ଅଧିକାରୀ ବିଶ୍ୱାଳ କହିଛନ୍ତି, ମନୋମାଳିନ୍ୟ ଯୋଗୁ ସେଭଳି ପରିସ୍ଥିତି ଉପୁଜିଥିଲା ଏବଂ ତାର ମୀମାଂଶା ହୋଇଯିବ । ମାତ୍ର ସେବିକା ତଥା ଅନ୍ତେବାସିନୀ ପ୍ରଧାନସେବକଙ୍କୁ ସ୍କୁଲରୁ ବଦଳି କରି ନୂତନ ଜଣେ ପ୍ରଧାନସେବକଙ୍କୁ ଅବସ୍ଥାପିତ କରିବାକୁ ଦାବି କରିଛନ୍ତି । ସେହିପରି ଗ୍ରାମବାସୀ ଏଭଳି ଦାବିରେ ଅଡ଼ି ବସି ପ୍ରଧାନସେବକ ତାଣ୍ଡିଙ୍କୁ ସେବାଶ୍ରମ ସ୍କୁଲରୁ ହଟା ନ ଗଲେ ଆଗକୁ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ।
ପ୍ରକାଶ ଯେ, ଉକ୍ତ ସେବାଶ୍ରମ ସ୍କୁଲ ହଷ୍ଟେଲରେ ୬୩ଜଣ ଅନ୍ତେବାସିନୀ ତଥା ଛାତ୍ରୀ ଅଛନ୍ତି । ଭଲ ପରିବେଶରେ ରହି ଉତ୍ତମ ଶିକ୍ଷାଦାନ ପାଇବା ଆଶା ନେଇ ଅଭିଭାବକମାନେ ସେମାନଙ୍କୁ ଏଠାରେ ଛାଡ଼ିଛନ୍ତି । ମାତ୍ର ସ୍କୁଲର ପଛପଟ ପାଚେରୀ ଭାଙ୍ଗି ଯାଇଥିବା ସତ୍ତ୍ବେ ତାକୁ ମରାମତି କରାଯାଉ ନାହିଁ । ସେମାନଙ୍କୁ ଠିକ୍‌ଭାବେ ଖାଦ୍ୟପେୟ ମଧ୍ୟ ଦିଆଯାଉନାହିଁ ବୋଲି ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି । କିଛିଦିନ ପୂର୍ବରୁ ଭାତ, ଡାଲି ବଦଳରେ ଦୀର୍ଘଦିନ ଧରି କେବଳ ଚୂଡ଼ା, ଚିନି ଦିଆଯାଇଥିଲା । ଯେତେବେଳେ ଡାଲି ଦିଆଯାଉଛି, ତାହା ମଧ୍ୟ ଖାଇବା ଉପଯୋଗୀ ହେଉ ନ ଥିବା ଅଭିଯୋଗ ହେଉଛି । ଆଗରୁ ସବୁ ଠିକ୍‌ଠାକ୍‌ ଥିଲା ଏବଂ ପ୍ରଧାନସେବକ ତାଣ୍ଡି ଯୋଗଦାନ କରିବା ପରେ ତାହା ଅବ୍ୟବସ୍ଥିତ ହୋଇ ପଡ଼ିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ସ୍କୁଲର ସେବିକା ମୋନାଲିସା ମହାପାତ୍ର କହିଛନ୍ତି, ପ୍ରଧାନସେବକଙ୍କ ବ୍ୟବହାର ଠିକ୍‌ ନାହିଁ । ଏପରିକି ବିଭିନ୍ନ ନୋଟିସ୍‌ରେ ନିଜ ଅନିଚ୍ଛା ସତ୍ତ୍ବେ ଦସ୍ତଖତ କରିବାକୁ ବାଧ୍ୟ କରୁଛନ୍ତି । ଆଗରୁ ପ୍ରାୟ ମାସେ ଧରି ପିଲାମାନଙ୍କୁ କେବଳ ଚୂଡ଼ା, ଚିନି ଖାଇବାକୁ ଦିଆଯାଇଥିଲା । ଏହା କଣ ମାନସିକ ନିର୍ଯାତନା ନୁହେଁ କି ବୋଲି ମହାପାତ୍ର ପ୍ରଶ୍ନ କରିଛନ୍ତି । ସେହିପରି ଆଉ ଜଣେ ସେବିକା ରଞ୍ଜିତା ରଥ କହିଛନ୍ତି, ଆମେ ଜଣେ ଭଦ୍ର ପ୍ରଧାନସେବକ ଚାହୁଁଛୁ । ପ୍ରଧାନସେବକ ତାଣ୍ଡି ଏଠାରେ ଯୋଗଦାନ କଲା ପରଠାରୁ ସବୁବେଳେ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ଗର୍ଭବତୀ ଥିବା ସତ୍ତ୍ବେ ସେବିକାଙ୍କୁ ଚାଉଳ ଆଣିବା ପାଇଁ ଏଫସିଆଇକୁ ପଠାଉଛନ୍ତି। ଯିଏ ଛୁଆମାନଙ୍କୁ ଭଲଭାବେ ଖାଇବା, ପିଇବା ଦେବାର ବ୍ୟବସ୍ଥା କରିବା ସହିତ ସ୍କୁଲକୁ ଶୃଙ୍ଖଳିତ ରଖିପାରିବେ, ସେଭଳି ଜଣେ ପ୍ରଧାନସେବକ ଏଠାରେ ନିଯୁକ୍ତି ଦେଲେ ଭଲ ହୁଅନ୍ତା । ତେବେ ପ୍ରଧାନସେବକଙ୍କ ଆଚରଣ ନେଇ ଅନ୍ତେବାସିନୀ ଛାତ୍ରୀଛାତ୍ର, ସେବିକାଙ୍କଠାରୁ ଆରମ୍ଭ କରି ଅଭିଭାବକ ଓ ଗ୍ରାମବାସୀ ଏଭଳି ଅଭିଯୋଗ ଆଣୁଥିବାବେଳେ ଆଗକୁ ଜିଲା ମଙ୍ଗଳ ବିଭାଗ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଆଗାମୀ ଦିନରେ ଜଣାପଡ଼ିବ ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

ପାଣିପାଗ ବିଭାଗର ସତର୍କ ସୂଚନା, ଏପ୍ରିଲ ୧୦ ପର୍ଯ୍ୟନ୍ତ କାଳବୈଶାଖୀ…

ଭୁବନେଶ୍ୱର,୭।୪(ବନ୍ଦନା ସେଠୀ): ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ…

ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା:ହରିଲୁଟ୍‌ କରୁଥିଲେ ଶିକ୍ଷକ-ଶକ୍ଷୟିତ୍ରୀ, ଫିଟିଲା ଗୁମର

ଭୁବନେଶ୍ୱର, ୭।୪(ରବିନାରାୟଣ ଜେନା):ରାଜ୍ୟରେ ପୂର୍ବ ସରକାର ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା’ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୬ ଘଣ୍ଟା ଜାତୀୟ ରାଜପଥ…

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri