ସେନ୍‌ସେକ୍ସ ୪୦,ନିଫ୍ଟି ୧୨ ହଜାର ଟପିଲା

ମୁମ୍ବାଇ,୨୩-୫: ସାତଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଗୁରୁବାର ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିିବାକୁ ଯାଉଥିବା ମନେହେଉଛି। ଏହାର ପ୍ରଭାବ ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜରେ ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ୪୦ ହଜାରର ଐତିହାସିକ ସ୍ତର ଛୁଇଁଛି। ପୂର୍ବାହ୍ନ ୧୦.୪୫ରେ ସେନ୍‌ସେକ୍ସ ୪୦,୧୦୦.୯୧ ପଏଣ୍ଟ ସ୍ତରରେ ପହଞ୍ଚତ୍ଥିଲା। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ନିଫ୍ଟି ବୃଦ୍ଧି ପାଇ ୧୨,୦୩୪.୭୫ ହୋଇଛି। ମୋଦି ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ମନେ କରି ନିବେଶକମାନେ ଆଶ୍ୱସ୍ତ ହୋଇ ଷ୍ଟକ୍‌ ମାର୍କେଟରେ ଅଧିକ ନିବେଶ କରୁଥିବା ପରିଲକ୍ଷିତ ହେଉଛି। ବିଶେଷକରି ବ୍ୟାଙ୍କିଙ୍ଗ ସେକ୍ଟରରେ ଅଧିକ ନିବେଶ ହେଉଥିବାର ଦେଖାଯାଇଛି। ଏହାବ୍ୟତୀତ ଅଟୋମୋବାଇଲ କମ୍ପାନୀ ଶେୟାର ପ୍ରତି ସେମାନଙ୍କ ଆଗ୍ରହ ଥିବା ମନେହେଉଛି। ବିଏସ୍‌ଇରେ ବିଶେଷତଃ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ(୬.୩୫%), ଏସ୍‌ବିଆଇ(୬.୧୮%), ପାଓ୍ବାରଗ୍ରିଡ(୨.୫୮%), ୟେସ୍‌ ବ୍ୟାଙ୍କ(୮.୦୨%), ଆକ୍ସିସ୍‌ ବ୍ୟାଙ୍କ(୨.୧୪%) ବୃଦ୍ଧି ପାଇଛି। ସେହିପରି ଏନ୍‌ଏସ୍‌ଇରେ ଇଣ୍ଡସ୍‌ଇଣ୍ଡ୍‌(୫.୫୪%), ସନ୍‌ ଫାର୍ମା(୩.୪୬%), ବଜାଜ ଅଟୋ(୨.୫୧%), ବିପିସିଏଲ୍‌(୨.୩୫%) ଓ ଆୟଶର ମୋଟର୍ସ(୧.୮୩%) ବୃଦ୍ଧି ପରିଲକ୍ଷିତ ହୋଇଛି। ତେବେ ବିଏସ୍‌ଇରେ ବେଦାନ୍ତ ଲିମିଟେଡ ଶେୟାର ୦.୩୬୫, ଓଏନ୍‌ଜିସି ୦.୧୧% ହ୍ରାସ ପାଇଛି। ଏନ୍‌ଏସ୍‌ଇରେ ଟେକ୍‌ ମହିନ୍ଦ୍ରା ଶେୟାର ସର୍ବାଧିକ ୨.୯୮%, ଇଣ୍ଡିଆ ବୁଲ୍‌ ହାଉସିଂ ଫାଇନାନ୍ସ ୨.୯୪%, ଇନ୍‌ଫ୍ରାଟେଲ୍‌ ୨.୫୨%, ୟେସ୍‌ ବ୍ୟାଙ୍କ ୧.୪୯% ଓ ଜି ଲିମିଟେଡ ଶେୟାର ୧.୩୫% ହ୍ରାସ ପାଇଥିବା ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri