ବାଲିଆପାଳ, ୨୮ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଛକ ନିକଟ ଏକ ଘରେ ସେକ୍ସ ର଼୍ୟାକେଟ ଚାଲିଥିବା ଖବର ପାଇ ରବିବାର ବିଳମ୍ବିତ ରାତିରେ ପୋଲିସ ଚଢାଉ କରିଥିଲା। ଚଢାଉ ସମୟରେ ଜଣେ ବାଂଲାଦେଶୀ ମହିଳାଙ୍କୁ ପୋଲିସ ଉଦ୍ଧାର କରିଛି। ଓଡିଶାରୁ ବାଂଲାଦେଶ ପର୍ଯ୍ୟନ୍ତ ସେକ୍ସ ର଼୍ୟାକେଟର ଚେର ଲମ୍ବିଥିବା ପୋଲିସ ଅନୁମାନ କରୁଛି। ପୋଲିସ ଉକ୍ତ ମହିଳାଙ୍କୁ ପଚରାଉଚୁରା କରି ଏ ସମ୍ପର୍କରେ ଅଧିକ ଖୋଳତାଡ କରୁଛି।
ଉକ୍ତ ଘରେ ଅନୈତିକ କାର୍ଯ୍ୟ ଚାଲିଥିବା ଅଭିଯୋଗ କରି ଗ୍ରାମବାସୀ ରବିବାର ରାତିରେ ଘେରାଉ କରି ପୋଲିସକୁ ଖବର ଦେଇଥିଲେ। ବାଲିଆପାଳ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ମହିଳା ସବଇନ୍ସପେକ୍ଟର ସ୍ବର୍ଣ୍ଣପ୍ରଭା ଜେନା ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘର ମାଲିକ ସମ୍ପୃକ୍ତ ମହିଳାଙ୍କୁ ଧରି ଗାଡି ପାଖକୁ ଅସୁଥିବା ବେଳେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଠେଲାପେଲା କରିଥିଲେ। ଏହି ସୁଯୋଗରେ ଘର ଭିତରେ ଥିବା ଅନ୍ୟ ଜଣେ ଯୁବକ ସେଠାରୁ କୌଶଳକ୍ରମେ ଫେରାର ହୋଇଯାଇଥିଲେ । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା ଘର ମାଲିକ ବାହାରୁ ଯୁବତୀମାନଙ୍କୁ ଆଣି ସେଠାରେ ରଖୁଥିଲେ। ଉକ୍ତ ଘରକୁ ରାତିରେ ବହୁ ଅଜଣା ଯୁବକ ଯିବା ଆସିବା କରୁଥିବାରୁ ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ଉପୁଜିଥିଲା। ରବିବାର ରାତିରେ ଜଣେ ମହିଳା ଅନ୍ୟ ଜଣେ ଯୁବକଙ୍କ ସହିତ ଘର ଭିତରକୁ ଆସିଥିବା ଗ୍ରାମବାସୀ ଦେଖିଥିଲେ। ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ଦିନସାରା ପୋଲିସ ଉକ୍ତ ମହିଳାଙ୍କୁ ଜେରା କରିଛି। ମହିଳାଙ୍କ କହିବା ଅନୁସାରେ ତାଙ୍କ ଘର ବାଂଲାଦେଶର ଢାକାରେ। ପଶ୍ଚିମବଙ୍ଗର ଜଣେ ଯୁବକ ତାଙ୍କୁ ଫସାଇ କଲିକତା ନେଇଆସିଥିଲେ। ପରେ ସେହି ଯୁବକ ତାଙ୍କୁ ଏହି ଘର ମାଲିକଙ୍କୁ ବିକ୍ରି କରିଦେଇଥିଲେ। ଘରମାଲିକ ତାଙ୍କୁ ବାଲିଆପାଳ ଆଣି ରବିବାର ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ବିବାହ କରିଛନ୍ତି। ତେବେ ସେ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ନିଜ ଘରକୁ ଫେରିଯିବାକୁ ପୋଲିସକୁ କହିଛନ୍ତି। କିନ୍ତୁ ନିଜର ସଠିକ ଠିକଣା ଦେଉ ନ ଥିବାରୁ ପୋଲିସ ଏହା ଉପରେ ଅଧିକ ତଦନ୍ତ ଜାରି ରଖିଛି ।
ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..
ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…
ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…
ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…
ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍ଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍
ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…
କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…
ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍ ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍…
ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ
ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…
ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ
ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…
ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…
ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…
ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……
ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…
Archives

