Posted inଖେଳ

ସୁଶୀଲଙ୍କୁ ବିଶ୍ୱ ଚାମ୍ପିୟନଶିନପ୍‌ ଟିକେଟ

ନୂଆଦିଲ୍ଲୀ,୨୧।୮(ପି.ଟି.)- ଫର୍ମରେ ନ ଥିବା ତାରକା ରେସଲର ସୁଶୀଲ କୁମାର ଶେଷରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି। ମଙ୍ଗଳବାର ଏଠାରେ ଚାଲିଥିବା ଚୟନ ପ୍ରକ୍ରିୟାରେ ସେ ଜିତେନ୍ଦର କୁମାରଙ୍କୁ ୭୪ କେ.ଜି. ଫାଇନାଲରେ ୪-୨ରେ ପରାସ୍ତ କରି ବିଶ୍ୱ ଚାମ୍ପିୟନଶିପ୍‌ ଖେଳିବାକୁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହି ଫାଇନାଲ ମ୍ୟାଚ୍‌ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଆଇଜିଆଇ ଷ୍ଟାଡିୟମରେ ସୁଶୀଲଙ୍କ ଖେଳ ଦେଖିବା ପାଇଁ ପାଖାପାଖି ୧୫୦୦ ଦର୍ଶକ ଭିଡ ଜମାଇଥିଲେ। ଫାଷ୍ଟ ପିରିୟଡରେ ସୁଶୀଲ ୪-୦ରେ ଅଗ୍ରଣୀ ହାସଲ କରିଥିଲେ। ସେକେଣ୍ଡ ପିରିୟଡରେ ସେ ଜିତେନ୍ଦରଙ୍କ ଆଖିରେ ଆଘାତ ଦେଇଥିଲେ। ଜିତେନ୍ଦର କିନ୍ତୁ ଜବରଦସ୍ତ ଲଢ଼େଇ କରିଥିଲେ ଓ ପରାଜୟ ବ୍ୟବଧାନକୁ କମାଇଥିଲେ। ଦୁଇଥର ଅଲିମ୍ପିକ୍‌ ପଦକ ହାସଲ କରିଥିବା ସୁଶୀଲଙ୍କୁ ବିଜୟୀ ହେବା ପାଇଁ କଷ୍ଟ କରିବାକୁ ପଡିଥିଲା। ପରାସ୍ତ ହୋଇଥିଲେ ମଧ୍ୟ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ସୁଶୀଲଙ୍କୁ ଫେଡେରେଶନ ଆଉ ଏକ ସୁଯୋଗ ଦେଇଛି। ସେ ୭୯ କେ.ଜି. ବର୍ଗରେ ବୀରଦେବ ଗୁଲିଆଙ୍କୁ ଭେଟିବେ। ବିଜୟୀ ହେଲେ ସେ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବେ। ସୁଶୀଲ ଜାଣିଶୁଣି ମୁକାବିଲା ବେଳେ ନିୟମ ଉଲ୍ଲଂଘନ କରୁଛନ୍ତି ବୋଲି ଜିତେନ୍ଦରଙ୍କ କୋଚ୍‌ ଜାଭିୟର ଅଭିଯୋଗ ଆଣିଛନ୍ତି। ସୁଶୀଲଙ୍କୁ ମଧ୍ୟ ରେଫରିମାନେ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି। ତେବେ ଭାରତ ପାଇଁ ଏକମାତ୍ର ଖେଳାଳିଭାବେ ଦୁଇଟି ଅଲିମ୍ପିକ୍‌ ପଦକ ହାସଲ କରିଥିବା ସୁଶୀଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଳ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରନ ମଧ୍ୟ ସୁଶୀଲଙ୍କୁ ସମର୍ଥନ ଜଣାଇଛନ୍ତି।
ଏହାପୂର୍ବରୁ ସୁଶୀଲ ପାଖାପାଖି ଗୋଟିଏ ବର୍ଷ ପରେ ରେସଲିଂଙ୍କୁ ପ୍ରତ୍ୟାବର୍ତ୍ତନ କୀରି ବେଲାରୁଷରେ ଏକ ଟୁର୍ନାମେଣ୍ଟ ଖେଳିଥିଲେ। କିନ୍ତୁ ସେ ଏଥିରେ ବିଫଳ ହୋଇଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ କାଜାଖସ୍ଥାନର ନୁର- ସୁଲତାନଠାରେ ସେପ୍ଟେମ୍ବର ୧୪ରୁ ୨୨ ତାରିଖ ମଧ୍ୟରେ ଖେଳାଯିବ।
ଅନ୍ୟ ମୁକାବିଲାଗୁଡିକରେ ରାହୁଲ ଆଓ୍ବରେ (୬୧ କେ.ଜି.), କରନ (୭୦ କେ.ଜି.), ପ୍ରବୀଣ (୯୨ କେ.ଜି.) ଓ ବୀରଦେବ ଗୁଲିଆ (୭୯ କେ.ଜି.)ରେ ନନ୍‌- ଅଲିମ୍ପିକ୍‌ ଡିଭିଜନ୍‌ରେ ବିଜୟୀ ହୋଇଛନ୍ତି।

ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଫ୍ରି ଷ୍ଟାଇଲ ଭାରତୀୟ ପୁରୁଷ ଦଳ:
୫୭ କେ.ଜି.: ରବି ଦହିୟା
୬୧: ରାହୁଲ ଆଓ୍ବରେ
୬୫: ବଜରଙ୍ଗ ପୁନିଆ
୭୦: କରନ
୭୪: ସୁଶୀଲ କୁମାର
୭୯: ଜିତେନ୍ଦର କିମ୍ବା ବୀରଦେବ ଗୁଲିଆ
୮୬: ଦୀପକ ପୁନିଆ
୯୨: ପ୍ରବୀଣ
୯୭: ମୌସମ ଖାତ୍ରୀ
୧୨୫: ସୁମିତ ମଲିକ


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?