ସୁବର୍ଣ୍ଣପୁରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା

ସୋନପୁର,୫।୬(ନି.ପ୍ର.)-ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ସୁବର୍ଣ୍ଣପୁରର ବିଭିନ୍ନ ମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଳିତ ହୋଇଯାଇଛି । ଏଥିପାଇଁ ସହରର ଗଡଭିତର ଜଗନ୍ନାଥ ମନ୍ଦିର, ଘୋଡାଘାଟପଡାର ଦଧିବାମନ ମନ୍ଦିର ଓ ରାୟଗୁରୁପଡାର ବୃନ୍ଦାବନବିହାରୀ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଥିଲା । ସକାଳେ ତିନି ଠାକୁରଙ୍କୁ ସ୍ନାନ ମଣ୍ଡପକୁ ନିଆ ଯାଇଥିଲା । ମନ୍ଦିରର ପୂଜକମାନେ ଚନ୍ଦନ, ଖୁଆ, କର୍ପୂର ଓ କେଶର ଇତ୍ୟାଦି ସୁଗନ୍ଧ ମିଶ୍ରିତ ୧୦୮ କଳସ ଜଳରେ ବିଧି ଅନୁଯାୟୀ ମହାପ୍ରଭୁଙ୍କୁ ସ୍ନାନ କରାଇଥିଲେ । ପରେ ନୀତି ଅନୁସାରେ ପୂଜା ହେବା ସହିତ ବାଳଭୋଗ ଲାଗିଥିଲା । କରୋନା କଟକଣା ଯୋଗୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ବଳ୍ପ ସଂଖ୍ୟକ ଭକ୍ତ ଆରତି ସମୟରେ ଦର୍ଶନ କରିଥିଲେ । ମଧ୍ୟାହ୍ନରେ ଅନ୍ନଭୋଗ ଲାଗିଥିଲା । ତେବେ ସ୍ନାନ ପରେ ଠାକୁର ଜ୍ୱରରେ ପଡିବାରୁ ସେମାନଙ୍କୁ ଅଣସର ଘରକୁ ନିଆଯାଇଛି ।