Posted inଫୁରସତ

ସୁନ୍ଦରୀ ହେବାକୁ ବାହାନା

ସୁନ୍ଦରୀ ଦିଶିବା ସବୁ ନାରୀର ଇଚ୍ଛା। ସେମିତି ବି ଇଚ୍ଛା ରଖିଥିଲେ ଜାମୀ ଲାଇନ୍‌ ଟୋଲେର ନାମ୍ନୀ ଜନୈକା ମହିଳା। ସେ ଦେଖିବାକୁ ସେମିତି ସୁନ୍ଦରୀ ନଥିଲେ। ମାତ୍ର ତାଙ୍କ ଭିତରେ ସୁନ୍ଦର ହେବାକୁ ନେଇ ଆକାଶଛୁଅଁା ଇଚ୍ଛା ରହିଥିଲା। ନିଜକୁ ଆକର୍ଷଣୀୟ କରି ଅନ୍ୟନିକଟରେ ପ୍ରଦର୍ଶିତ କରାଇବା ଥିଲା ତାଙ୍କର ମୁଖ୍ୟ ଲକ୍ଷ୍ୟ। ସେଥିଲାଗି ସେ ଯେକୌଣସି ସ୍ତରକୁ ଓହ୍ଲେଇଯିବା ପାଇଁ ପ୍ରସ୍ତୁତ ଥିଲେ। ଏହା ଯେ ତାଙ୍କ ଭିତରର ଏକ ନାରୀ ସୁଲଭ ହୀନମନ୍ୟତା ସେ ସେକଥା ଭଲଭାବରେ ଜାଣିଥିଲେ। ମାତ୍ର ସେ ଆଉ ପଛକୁ ଫେରିବା ଅବସ୍ଥାରେ ନ ଥିଲେ। ସେ ଜାଣିଥିଲେ ଯେ, ନାରୀର ସୌନ୍ଦର୍ଯ୍ୟ ହେଉଛି ତା’ର ବକ୍ଷୋଜ। ଦିନେ ତାଙ୍କ ମୁଣ୍ଡକୁ ଏକ ଧାରଣା ଜୁଟିଲା ଯେ, ସେ ତାଙ୍କର ବକ୍ଷକୁ ଅଧିକ ଆକର୍ଷଣୀୟ କରିବେ। ଆଉ ସେଥିପାଇଁ ତାଙ୍କୁ ବକ୍ଷ ପ୍ରତିରୋପଣ କରିବା ପାଇଁ ପଡ଼ିବ। ଏହା ହିଁ ଏକମାତ୍ର ବିକଳ୍ପ। ତେବେ ବକ୍ଷ ପ୍ରତିରୋପଣ ଲାଗି ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି। ମାତ୍ର ତାଙ୍କ ନିକଟରେ ଅର୍ଥ ନ ଥିଲା। ଜାମୀ ଲାଇନ୍‌ କିନ୍ତୁ ନିଜକୁ ସୁନ୍ଦରୀ କରିବାକୁ ଯେକୌଣସି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିଲେ। ସେ ଦିନେ ଘୋଷଣା କରିଦେଲେ ଯେ, ତାଙ୍କୁ ସ୍ତନ କର୍କଟ ହୋଇଛି। ତାଙ୍କର ବ୍ରେଷ୍ଟ କନ୍‌ଷ୍ଟ୍ରକ୍ସନ୍‌ କରିବାକୁ ପଡ଼ିବ। ଏହା ଘୋଷଣା କରି ସେ ତାଙ୍କର ଚିହ୍ନା ପରିଚିତ ତଥା ସମ୍ପର୍କୀୟମାନଙ୍କ ଠାରୁ ଦାନସୂତ୍ରରେ ଟଙ୍କା ଆଦାୟ କଲେ। ଏଭଳି ଅବସ୍ଥାରେ ତାଙ୍କୁ କିଏ ବା ମନା କରନ୍ତା। ସେ ବହୁ ଅର୍ଥ ସଂଗ୍ରହ କରିନେଲେ। ଖୁସିରେ ତାଙ୍କ ମନ ନାଚିବାକୁ ଆରମ୍ଭ କରିଦେଲା। ଭାବିଲେ, ବକ୍ଷ ପ୍ରତିରୋପଣ କରିବେ ଆଉ ସୁନ୍ଦରୀ ଦିଶିବେ। ମାତ୍ର ସେତିକିବେଳେ ପୋଲିସ ଆସି ତାଙ୍କୁ ଗିରଫ କଲା। କୌଣସି ସୂତ୍ରରୁ ପୋଲିସ ଖବର ପାଇ ଯାଇଥିଲା ଯେ, ଜାମୀଙ୍କୁ କ୍ୟାନସର ହୋଇନାହିଁ। ସେ ମିଛରେ ଅର୍ଥ ଆଦାୟ କରୁଛନ୍ତି। ଡାକ୍ତରଖାନାରେ ତାଙ୍କର ପରୀକ୍ଷା କରାଗଲା। ପରୀକ୍ଷାରୁ ଜଣାଗଲା ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri