ସୁନ୍ଦରଗଡ଼ର ନାଲାରୋଡ୍‌ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ଅନ୍ୟାଦେଶ ପର୍ଯ୍ୟନ୍ତ କଟକଣା ବଳବତ୍ତର

ସୁନ୍ଦରଗଡ଼(ଡି.ଏନ୍‌.ଏ.) /ରାଉରକେଲା ଅଫିସ, ୨୬।୪: ସୁନ୍ଦରଗଡ଼ ଜିଲାରେ ପୂର୍ବ ତିନି ଆକ୍ରାନ୍ତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ରବିବାର ଆଉ ତିନିଗୋଟି କୋଭିଡ -୧୯ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲାର ୪ ଓ ୫ ନମ୍ବର ଆକ୍ରାନ୍ତ ବିଶ୍ରା ବ୍ଲକ ଅନ୍ତର୍ଗତ ଗୁଡଗୁଡଜୋର ବାସିନ୍ଦା। ସେହିପରି ୬ ନମ୍ବର ଆକ୍ରାନ୍ତ ରାଉରକେଲା ମହାନଗର ନିଗମ ଅଞ୍ଚଳ ଅନ୍ତର୍ଗତ ନାଲା ରୋଡର ବାସିନ୍ଦା। ୪ ନମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ୬୭ ବର୍ଷିୟ ମହିଳା ଓ ୫ ନମ୍ବର ଆକ୍ରାନ୍ତ ୨୩ ବର୍ଷିୟ ଯୁବକ। ଉଭୟେ ୩ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ନିଜେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୬ ନମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ୬୦ ବର୍ଷିୟ ପୁରୁଷ ବ୍ୟକ୍ତି। ତାଙ୍କର ବର୍ତ୍ତମାନ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଚତୁର୍ଥ ଓ ପଞ୍ଚମ ଆକ୍ରାନ୍ତଙ୍କ ସୂଚନା ମିଳିବା ପରେ ବିଶ୍ରା ଅଞ୍ଚଳରେ ପୂର୍ବ ଘୋଷିତ କଣ୍ଟେନମେଣ୍ଚ ଜୋନ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଛି। ସେହିପରି ଷଷ୍ଠ ପଜିଟିଭ ଆକ୍ରାନ୍ତ ନାଲା ରୋଡର ବାସିନ୍ଦା ହୋଇଥିବାରୁ ନାଲା ରୋଡ ଅଞ୍ଚଳ ତତ୍‌ ସଂଲଗ୍ନ ଅଞ୍ଚଳକୁ ରବିବାରଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

ସୂଚନା ପ୍ରାପ୍ତି ପରେ ସୁନ୍ଦରଗଡ଼ ଜିଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ତରଫରୁ ତତ୍ପରତା ପ୍ରକାଶ ପାଇଛି। ରାଉରକେଲା ମହାନଗର ନିଗମ କମିଶନରଙ୍କ ଆଦେଶ କ୍ରମେ ରାଉରକେଲା ସହରର ଜନତା ନିବାସ ଲେନ୍‌ ପଏଣ୍ଚଠାରୁ ମହତାବ ରୋଡ ପଏଣ୍ଟ, ମେଇନ ରୋଡର ମଧ୍ୟଭାଗ, ଯାହାକି ଜନତା ନିବାସ ଲେନ୍‌ ଏବଂ ଅନ୍ୟ ପଟେ ଏଗ୍‌ ଓ ଭେଜିଟେବଲ ଲେନ୍‌କୁ ସ୍ପର୍ଶ କରୁଥିବା ପଏଣ୍ଟ, ଡେଲି ମାର୍କେଟର ଏଗ ଓ ଭେଜିଟେବଲ ଲେନ ପଏଣ୍ଟ ଠାରୁ ରେଲୱେ ଲାଇନ ବାଉଣ୍ଡେରୀ, ଆନନ୍ଦ ଭବନ ଲେନ୍‌ଠାରୁ ରିଙ୍ଗ ରୋଡ୍‌ ସ୍ପର୍ଶ କରୁଥିବା ପଏଣ୍ଟ, ଆନନ୍ଦ ଭବନ ଲେନ୍‌ ଠାରୁ ବିଗ ବଜାର ସ୍ପର୍ଶ କରୁଥିବା ମିଡିଲ ପଏଣ୍ଟ, ନେତାଜୀ ମାର୍ଗ ଦେଇ ରେଲୱେ ଲାଇନ ସ୍ପର୍ଶ କରୁଥିବା ବିଗ ବଜାର ପାର୍ଶ୍ୱ ଲେନ୍‌କୁ କଣ୍ଚେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ସେହିପରି କଣ୍ଚେନମେଣ୍ଟ ଜୋନ୍‌ ସଂଲଗ୍ନ କିଛି ଅଞ୍ଚଳକୁ ବଫର ଜୋନ ଭାବେ ଚିହ୍ନଟ କରାଯାଇଛି। ସେଗୁଡିକ ହେଲା ପାୱାରା ହାଉସ ରୋଡଠାରୁ ରିଙ୍ଗ ରୋଡକୁ ସ୍ପର୍ଶ କରୁଥିବା ପଏଣ୍ଟ, ତେଲୁଗୁପଡ଼ା ନିକଟ ରେଲୱେ ଲାଇନ ବାଉଣ୍ଡେରୀକୁ ସ୍ପର୍ଶ କରୁଥିବା ଲାଲ ବିଲ୍ଡିଂ ରୋଡ ପଏଣ୍ଟ, ଗୋଟିଏ ପଟେ ପାୱାର ହାଉସ ରୋଡ ଏବଂ ଅନ୍ୟ ପଟେ ଲାଲ ବିଲ୍ଡିଂ ରୋଡଠାରୁ ରେଲୱେ ଲାଇନକୁ ସ୍ପର୍ଶ କରୁଥିବା ମେନ୍‌ ରୋଡ୍‌ର ପଏଣ୍ଟ, ମଧୁସୁଦନ ମାର୍ଗରୁ ରିଙ୍ଗ୍‌ ରୋଡକୁ ସ୍ପର୍ଶ କରୁଥିବା ପଏଣ୍ଟ, ମଧୁସୁଦନ ଛକ ପଏଣ୍ଟ ଏବଂ ରାଉରକେଲା ରେଲୱେ ଷ୍ଟେସନ ପ୍ରସ୍ଥାନ ଗେଟ।

କଣ୍ଚେନମେଣ୍ଟ ଜୋନରେ ଏହି ସମୟରେ ବ୍ୟକ୍ତିଗତ ଯାତାୟତ, ଯାନବାହାନ ଚଳାଚଳ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଅନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ। ଏହି ସମୟରେ ପ୍ରଶାସନ ତରଫରୁ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ଯୋଜନା କରାଯାଇଛି। ବଫର ଜୋନରେ କେବଳ ରାସନ ସାମଗ୍ରୀର ହୋଲ ସେଲ ଦୋକାନ ହିଁ ଖୋଲିପାରିବ ବୋଲି ଜଣାପଡ଼ିଛି। ସେହିଭଳି ଅଞ୍ଚଳର ସମସ୍ତଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବା ଲାଗି ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri