Posted inଜାତୀୟ

ସୁଧୁରୁନି କଶ୍ମୀର ସ୍ଥିତି

ଶ୍ରୀନଗର,୩ା୧୦(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ୫୯ଦିନରେ ପହଞ୍ଚତ୍ଥିଲେ ହେଁ ଏପର୍ଯ୍ୟନ୍ତ ଉପତ୍ୟକାର ସ୍ଥିତି ସୁଧୁରିନାହିଁ। ବୁଧବାର ସକାଳେ ଶ୍ରୀନଗରରେ କେତେକ ଦୋକାନ ଖୋଲିଥିଲେ ହେଁ ମୁଖ୍ୟ ବଜାର ଓ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ଅଗଷ୍ଟ ୫ରୁ ଉପତ୍ୟକାରେ ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଛି। ହଣ୍ଡଓ୍ବାଡ଼ା ଓ କୁପ୍‌ଓ୍ବାଡ଼ାକୁ ଛାଡିଦେଲେ ରାଜ୍ୟର ଅନ୍ୟ ଅଞ୍ଚଳରେ ମୋବାଇଲ ସେବା ଏବେ ବି ବନ୍ଦ ରହିଛି। ଉପତ୍ୟକାରେ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ରାଜ୍ୟରେ ହିଂସା ସୃଷ୍ଟି ପାଇଁ ଦେଶବିରୋଧୀ ତତ୍ତ୍ୱ ମୋବାଇଲ ଓ ଇଣ୍ଟରନେଟ ସେବାର ଅପବ୍ୟବହାର କରିପାରନ୍ତି ବୋଲି ପ୍ରଶାସନ କହୁଛି।
ତେବେ ପ୍ରଶାସନ କହିବା ଅନୁଯାୟୀ ଜମ୍ମୁ-କଶ୍ମୀରର କୌଣସି ସ୍ଥାନରେ ଆଉ କଟକଣା ନାହିଁ। ଆଇନଶୃଙ୍ଖଳା ବଜାୟ ରଖିବା ଲାଗି ଅସୁରକ୍ଷିତ ଅଞ୍ଚଳରେ ସୁରକ୍ଷା ବଳ ମୁତୟନ ହୋଇଛନ୍ତି। କିଛି ଦିନ ହେଲା ସକାଳ ୭ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ କେତେକ ଦୋକାନ ଖୋଲୁଥିବାବେଳେ ଏହି ସମୟସୀମାକୁ ବୁଧବାର ୧୧ଟା ପର୍ଯନ୍ତ ବଢ଼ାଇଦିଆଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସାଧାରଣ ପରିବହନ ୫୯ଦିନ ହେଲା ବନ୍ଦ ରହିଛି। ତେବେ ଘରୋଇ କାର, ଟ୍ୟାକ୍ସି ଓ ଅଟୋରିକ୍ସା ସହରର କେତେକ ଅଞ୍ଚଳରେ ଚାଲୁଥିବା ଦେଖାଯାଇଛି। ଅନେକ ଉଚ୍ଚସ୍ତରୀୟ ବିଚ୍ଛିନ୍ନତାବାଦୀ ରାଜନେତାଙ୍କୁ ଅଟକ ରଖାଯାଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କ ଭଳି ମୁଖ୍ୟସ୍ରୋତର ନେତାଙ୍କୁ ଅଟକ କିମ୍ବା ଗୃହବନ୍ଦୀ ରଖାଯାଇଛି। ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକ ସଭା ସଦସ୍ୟ ଫାରୁକ ଅବ୍‌ଦୁଲ୍ଲାଙ୍କୁ ବିବାଦୀୟ ଜନସୁରକ୍ଷା ଆଇନରେ ଗିରଫ କରାଯାଇଛି।
ତେବେ ଅଟକ ଥିବା କେତେଜଣଙ୍କ ଉପରୁ କଟକଣା ହଟାଇଦିଆଯାଇଥିବା ସେମାନେ ସୂଚନା ଦେଇଛନ୍ତି। ଅଟକ ଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରାମନାନ୍‌ ଭାଲାଙ୍କ ଉପରୁ କଟକଣା ଉଠିଥିବା ସେ ଗଣମାଧ୍ୟମକୁ କହିଛନ୍ତି। ସେହିପରି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦର ସିଂ ରାଣା ମଧ୍ୟ ଅଟକରୁ ମୁକ୍ତ ହୋଇଥିବା କହିଛନ୍ତି। ତେବେ ତାଙ୍କୁ କୌଣସି ରାଜନୈତିକ କାର୍ଯ୍ୟରେ ଭାଗ ନ ନେବାକୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏନ୍‌ସିର ଜାଭେଦ ରାଣା, ଏସ.ଏସ. ସଲଥିଆ, ସାଜ୍ଜଦ କିଚ୍‌ଲୁ, କଂଗ୍ରେସର ବିକର ରସୁଲ, ଜମ୍ମୁ-କଶ୍ମୀର ନ୍ୟାଶନାଲ ପାନ୍ଥର୍ସ ପାର୍ଟିର ହର୍ଷଦେବ ସିଂ ଅନୁରୂପ ଦାବି କରିଛନ୍ତି। ତେବେ ସେମାନେ ଆଦୌ ଅଟକ ନ ଥିଲେ ବୋଲି ଜମ୍ମୁ ଡିଭିଜନାଲ କମିଶନର ସଞ୍ଜୀବ ବର୍ମା କହିଛନ୍ତି।

‘ନୀରବ ରହିବା ଭଲ’


ଜମ୍ମୁ-କଶ୍ମୀରର ବର୍ତ୍ତମାନର ସ୍ଥିତିକୁ ନେଇ ନୀରବତା ଅବଲମ୍ବନ କରିବା ଭଲ ବୋଲି ଜମ୍ମୁ-କଶ୍ମୀରର ଶେଷ ରାଜା ହରି ସିଂଙ୍କ ପୁଅ ତଥା ବରିଷ୍ଠ କଂଗ୍ରେସ ନେତା କରଣ ସିଂ କହିଛନ୍ତି। ପୁଣେରେ ଏମ୍‌ଆଇଟି ଓ୍ବାଲର୍‌ଡ ପିସ୍‌ ୟୁନିଭର୍ସିଟି ପକ୍ଷରୁ ଆୟୋଜିତ ବିଜ୍ଞାନ, ଧର୍ମ ଓ ଦର୍ଶନ ଉପରେ ବିଶ୍ୱ ପାର୍ଲାମେଣ୍ଟର ପଞ୍ଚମ ସଂସ୍କରଣ ଅବସରରେ ଜମ୍ମୁ-କଶ୍ମୀର ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ଜମ୍ମୁ-କଶ୍ମୀର ତାଙ୍କ ପୂର୍ବପୁରୁଷ ପ୍ରତିଷ୍ଠା କରିଥିଲେ। ୧୯୪୭ ଅକ୍ଟୋବରରେ ଜମ୍ମୁ-କଶ୍ମୀରକୁ ଭାରତରେ ମିଶ୍ରଣ ଲାଗି ଚୁକ୍ତିନାମା ସ୍ବାକ୍ଷର ହେଲାବେଳେ ସେ ସେଠାରେ ଉପସ୍ଥିତ ଥିଲେ। ଧର୍ମ ନାମରେ ଦେଶରେ ଅତ୍ୟାଚାର ବୃଦ୍ଧି ପାଉଥିବା ପ୍ରଶ୍ନର ଉତ୍ତରରେ କରଣ ସିଂ କହିଥିଲେ, ଦୁଃଖର କଥା ହେଉଛି ଧର୍ମ ନାମରେ ଆତଙ୍କବାଦର ପ୍ରସାର କରାଯାଉଛି। ଆମେ ଏଭଳି ଏକ ଘଡ଼ସନ୍ଧି ମୁହୂର୍ତ୍ତ ମଧ୍ୟରେ ଗତି କରୁଛୁ, ଯେଉଁଠି ଅତୀତ ବିଲୁପ୍ତ ଓ ଭବିଷ୍ୟତ ସମ୍ପର୍କରେ ଅନେକ ପ୍ରଶ୍ନ ଅସମାହିତ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ବରିଷ୍ଠ କଂଗ୍ରେସ ନେତା କହିଥିଲେ, ମହାରାଜା ହରି ସିଂଙ୍କ ଶ୍ରୀନଗର ବାସଭବନକୁ ଏକଦା ବାପୁ ଆସିଥିଲେ ଓ ତାଙ୍କ ସହ ଦେଖାହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri