ସୁଖ୍‌ ଶିଆଁତି ଛଡ଼େଇ ନେଲା ଇନ୍ଦ୍ରାବତୀ ପ୍ରକଳ୍ପ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଘୁଟୃଖାଲବାସୀ

ଭବାନୀପାଟଣା, ୨୬ା୪ (ଡିଏନଏ):  ଇନ୍ଦ୍ରାବତୀ ପ୍ରକଳ୍ପ ତିଆର ହେବା, ଆସର ପାସର ହାଁଗଁଡ଼ାର ଲୋକ୍‌ ସବୁ ପରକାର ମଉଲିକ ସୁବିଧା ସୁଯୋଗ ପାଏବେ। ପିଲାମାନେ  ପାଠ୍‌ ପଢ଼ବାର ସୁବିଧା ପାଏବାର ସଂଗେ ଭେଁଡ଼ିଆମାନେ ରୁଜଗାର ପାଏବେ। ଅଂଚଲର ବିକାଶ ହେବା। ଏନ୍‌ତା ସବୁ ରଂଗୀନ ସପନ୍‌ ଦେଖେଇ ଅଶୀ ଦଶକରେ ଥାନୀୟ ଆଦିମ ଅଧିବାସୀକୁ ସରକାର କିଛି କ୍ଷତିପୂରନ ଦେଇ ତାକର ଜମିବାଡ଼ି ନେଇଗଲେ। ଇଥ୍‌ରେ କେତେ ଟଁକା ନେଇ ଜମିବାଡ଼ି ଛାଡ଼ିଦେଲେ, ଅନେକ ପରତିବାଦ୍‌ କଲେ। ଯେନ୍‌ମାନେ ପରତିବାଦ କଲେ ସେମାନେ ଆଇନ୍‌ର ଆଶ୍‌ରେ ନେଲେ। ଏହେଦେ ବି ସେ ଆଇନ୍‌ର ଲଢ଼େଇ ଚାଲିଛେ। ହେଲେ ତାକର ଭବିଷତ, ଆଗାମୀ ପିଢ଼ୀର ଭବିଷତ ଦିନୁଦିନ୍‌କେ ଅଁଧାର ଭିତିରକେ ଠେଲି ହେଇଯାଉଛେ। ସେମାନେ ସବୁପରକାର ମଉଲିକ ସୁବିଧାରୁ ବଁଚିତ ହେଇ ଜଲବଁଦି ଜୀବନ୍‌ ବିତଉଛନ୍‌। ଜଲଭଣ୍ଡାର କାଯ୍‌କାରୀ ହେଲାଦିନୁ ସତେ ଯେନ୍‌ତା ଇମାନକର ଜୀବନ୍‌ ନରକ୍‌ ପାଲଟିଯାଇଛେ। ସମିଆ ଅସମିଆରେ ଜଂଗ୍‌ଲି ଦରବ୍‌ ସାହାଭରସା। ନିହାତି ଦରକାର ବେଲେ ଆମ୍‌ଟଁାକୁଆ, ଜଂଗଲି କଁଦା ଖାଇ ଜୀବନ୍‌ ବିତଉଥିବାର କହିଛନ୍‌ ଘୁଟୃଖାଲ ଗଁାର ଧବଲୁ ଝଡ଼ିଆ। ଧବଲୁକଁର ପରିବାରର ୨୦.୯୬ ଏକର ଚାଷ୍‌ ଜମିଥିଲା। ଜଲଭଣ୍ଡାର ତିଆର ବେଲେ ତାହାକୁ ଜମି ବାବ୍‌ଦେ ସରକାର ଯେତେ ଟଁକା ଧାଯ୍‌ କରିଥିଲେ ସେଟା ବହୁତ୍‌ କମ୍‌ଥିଲା। ସେଥିରଲାଗି ଟଁକା ନେବାକେ ମନା କରିଦେଲେ। ଏନ୍‌ତା ବହୁତ୍‌ଟେ ପରିବାର ଟଁକା ନେବାକେ ମନାକରି ସେଠାନେ ରହିଗଲେ। ହେଲେ ଜଲଭଣ୍ଡାର କାଯ୍‌କାରୀ ହେଲା ଉତାରୁ ପାସର ଗୁଟେ ପାହାଡ଼ି ଇଲାକାକେ ଗଁାବାସୀ ଉଠିଯାଇ ସେଠାନେ ବସବାସ କଲେ। ସେ ଗଁାର ନଁା ବି ଘୁଟୃଖାଲ ଦେଇଛନ୍‌। ଇ ଗଁାରେ ଝୋଡିଆ ପରଜା ସମାଜର ୩୫ଟା ପରିବାରର ୧୨୪ ଲୋକ୍‌ ବାସ କରୁଥିଲାବେଲେ ଗଉଡ ସମାଜର ୧୨ ଟା ପରିବାର୍‌ର ୪୬ ଲୁକ୍‌କୁ ନେଇ ଘୁଟୃଖାଲ ଗଁା ରହିଛେ। ଇନ୍ଦ୍ରାବତୀ ପ୍ରକଳ୍ପରେ ନିଜର ଜମିବାଡ଼ି ହରେଇଥିବାର ଇ ପରିବାରମାନେ ଏହେଦେ ଗଡ଼ମାଡ଼ି ପାହାଡ଼କେ କାଟି ସଫାକରି ସେଠାନେ ମକା, ମାଣ୍ଡିଆ, କଁାଦୁଲ, ବାଜରା, କାଂଗୁ, କେଶଲା ଚାଷ୍‌ କରି ନିଜର ଜୀବନ୍‌ ଜୀବିକା ଚଲଉଛନ୍‌। ସେନ୍‌ତା ଆରକେତେ ମସତ୍‌ୟ ବିଭାଗର ସାହାଯ୍‌ରେ ଜଲଭଣ୍ଡାର ଭିତରେ ମାଛ୍‌ ଚାଷ୍‌ କରି ନିଜର କୁଟୁମ ପୁଷୁଛନ୍‌। ଇ ଇଲାକାରେ ସୁଆସ୍‌ତିଅ ସେବା ଅପହଁଚ୍‌ ହେଇ ରହିଛେ। ହେଲେ ନିହାତି ଦରକାରବେଲେ ରୁଗୀକେ ଗଁାବାସୀ ମାଛ୍‌ମରା ଡଂଗାରେ ନବରଙ୍ଗପୁର ଜିଲା ଖାତିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକେ ନେଉଛନ୍‌। ହେଲେ ରାସ୍‌ତାଘାଟ ଅଭାବୁ ଅନେକ ସମିଆରେ ବାଟେ ରୁଗୀର ଜୀବନ ପଲେଇଯାଉଛେ। ସ୍କୁଲ ଅଭାବୁ ଗଁାର ୯୯ ପରତିଶତ ଛୁଆ ଅପାଠୁଆ। ଗଁାରେ ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛେ ସତ୍‌, ହେଲେ ସହାୟିକା ସବୁଦିନେ ଡଂଗାରେ ଯିବାର ଆଏବାର ସମ୍‌ଭବ ନାଇଁ ହେବାର। ଇ କେନ୍ଦ୍ରର ଲାଗି ତିଆରି ଚାଲିଥିବାର କୁଠା ବି ବହୁତ୍‌ ଦିନ୍‌ ହେଲା ଦରଖଁଡ଼ିଆ ହେଇ ପଡ଼ିରହିଛେ। ପାଖାପାଖି ୨ ଶହ ଲୋକ୍‌ ବାସ କରୁଥିବାର ଗଁାବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ୨ଟା ନଲ୍‌ଚୁଅଁା ରହିଛେ। ବାକି ସବୁ କାମ୍‌ ଲାଗି ଗଁାବାସୀ ଜଲଭଣ୍ଡାର ଉପରେ ନିରଭର କରୁଛନ୍‌। ରାସ୍‌ତାଘାଟ ଅଭାବୁ ଗଁାବାସୀ ପୋଡ଼ାପଦରରେ ଥିବାର ପଁଚେତ୍‌ ଆର ଥୁ.ରାମପୁରରେ ଥିବାର ବ୍ଲକ ଅଫିସକେ ଲୋକ୍‌ ଦେଶୀ ଡଂଗାରେ ଯାଆସ କରୁଛନ୍‌। ଅଂଚଲର ଲୋକ୍‌ ଗଲା ଆଏଲା ବେଲେ ଅନେକ ସମିଆରେ ଡଂଗାବୁଡ଼ିରେ ଜୀବନ୍‌ ହରଉଛନ୍‌। ଇ ଅଂଚଲର ୧୬ ଖଁଡ଼ ଗଁାର ପାଖାପାଖି ୩ ହଜାର ଲୁକ୍‌କର ସୁରକ୍ଷା, ସୁବିଧା ଲାଗି ତଲନାଗୀ-ଘୁଟୃଖାଲ ମଝିରେ ଥିବାର ଲିଙ୍କ୍‌ କେନାଲ ସଂଗେ ଜଲଭଣ୍ଡାର ଭିତରେ ଗୁଟେ ପୁଲିଆ ତିଆର କଲେ ଅଂଚଲବାସୀ ବହୁତ୍‌ ସୁବିଧା ପାଏତେ। ଇ ପୁଲିଆ ତିଆର ହେଲେ ଅଂଚଲବାସୀକର ନବରଙ୍ଗପୁର, କଳାହାଣ୍ଡି ଆର ରାୟଗଡ଼ା ଜିଲା ସଂଗେ ଯୋଗାଯୋଗ ସମ୍‌ଭବ ହେଇପାରତା। ସମସିଆର ସମାଧାନ ଲାଗି ରାଏଜ୍‌ ସରକାର ଆର ଥାନୀୟ ପରଶାସନ ଦୁରୁଷ୍‌ଟି ଦେବାକେ ଅଂଚଲବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri