Inside pictures of Puri Jagannath Temple go viral again
ପୁରୀ ଅଫିସ,୧୦ା୮: ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ନିର୍ବାଚନ ଶେଷ ହୋଇଛି। ଶନିବାର କୋଇଲି ବୈକୁଣ୍ଠ ପରିସର ନିଯୋଗ କାର୍ଯ୍ୟାଳୟରେ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ୩୭ ଜଣ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ୧୫ ନିର୍ବାଚିତ ହେବେ। ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷଙ୍କ ସମେତ ବିଭିନ୍ନ ପଦପଦବୀ ଲାଗି ଚୟନ ହେବେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ ୯ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ୧,୦୪୭ ସଦସ୍ୟଙ୍କ ମଧ୍ୟରୁ ୮୭୪ ଜଣ ମତଦାନ କରିଥିଲେ। ରବିବାର ସକାଳ ୯ଟାରୁ ନିଯୋଗ କାର୍ଯ୍ୟାଳୟରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। କେଉଁମାନେ ନିଯୋଗ ଦାୟିତ୍ୱରେ ରହିବେ ତାହା ଜଣାପଡ଼ିବ। ତେବେ ଏଥର ତିନିଗୋଷ୍ଠୀଙ୍କ ମଧ୍ୟରେ ଜୋର୍ଦାର ଲଢେଇ ଚାଲିଥିଲା। କେଉଁ ଗୋଷ୍ଠୀ ବାଜି ମାରିଛି ତାହା ଦେଖିବାକୁ ବାକି ରହିଲା।