ସୀମା ଲଂଘିଲା ଇରାନ

ତେହେରାନ୍‌,୩ା୭: ୟୁରାନିୟମ୍‌ ଉତ୍ପାଦନ କ୍ଷେତ୍ରରେ ସୀମା ଲଂଘିଛି ଇରାନ। ୨୦୧୫ରେ ବିଶ୍ୱ ଶକ୍ତିଗୁଡ଼ିକ ସହ ଚୁକ୍ତି ଅନୁସାରେ ନିର୍ଦ୍ଧାରିତ ପରିମାଣ ୩୦୦ କେ.ଜି.ଠାରୁ ଅଧିକ ୟୁରାନିୟମ୍‌ ଉତ୍ପାଦନ କରିଛି ପଶ୍ଚିମ ଏସିଆର ଏହି ଇସ୍‌ଲାମିକ୍‌ ରାଷ୍ଟ୍ର। ୩.୬୭%ରୁ ଊର୍ଦ୍ଧ୍ୱ ୟୁରାନିୟମ୍‌ ଗଚ୍ଛିତ ରଖିବା ପରବର୍ତ୍ତୀ ପଦକ୍ଷେପ ହେବ ବୋଲି ତେହେରାନ ଘୋଷଣା କରିବା ପରେ ବିବାଦ ମୁଣ୍ଡଟେକିଛି। ରିଆକ୍ଟର ଇନ୍ଧନ ପାଇଁ ଉଦ୍ଦିଷ୍ଟ ୟୁରାନିୟମ୍‌ ବିପୁଳ ପରିମାଣରେ ଗଚ୍ଛିତ ରଖିବା ଯୋଗୁ ପରମାଣୁ ବୋମା ତିଆରିର ଆଶଙ୍କା ବଢ଼ିବାରେ ଲାଗିଛି। ତେହେରାନ୍‌ର ଏହି ପଦକ୍ଷେପକୁ ଆମେରିକା, ବ୍ରିଟେନ ଓ ଜର୍ମାନୀ ସମେତ ଅନେକ ରାଷ୍ଟ୍ର ନିନ୍ଦା କରିଛନ୍ତି।
ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହ ଇରାନ ମିଳିତ ବିସ୍ତୃତ କାର୍ଯ୍ୟ ଯୋଜନା (ଜେସିଓପିଏ) ଚୁକ୍ତି ସ୍ବାକ୍ଷର କରିଥିଲା। ଚୁକ୍ତିନାମା ଅନୁସାରେ ୟୁରାନିୟମ୍‌ ଉତ୍ପାଦନ ୯୮% ହ୍ରାସକରି ଏହାର ପରିମାଣ ୩୦୦ କେ.ଜି. ମଧ୍ୟରେ ସୀମିତ ରଖିବାକୁ ଇରାନ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଗତ ମେ’ରେ ଏହି ଦେଶ ଏଥିରୁ ଅଧିକ ପରିମାଣର ୟୁରାନିୟମ୍‌ ଉତ୍ପାଦନ କରିଥିବା ନିରୀକ୍ଷକମାନେ ଜାଣିବାକୁ ପାଇଛନ୍ତି ବୋଲି ଏବେ ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) ସ୍ପଷ୍ଟ କରିଛି। ଇରାନ ଅର୍ଥମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ୍‌ ସୋମବାର ଅପରାହ୍ନରେ ଘୋଷଣା କରିଛନ୍ତି ଯେ, ବେସାମରିକ ଆଣବିକ ଶକ୍ତି ପାଇଁ ଆବଶ୍ୟକ ୟୁରାନିୟମ୍‌ ଉତ୍ପାଦନ ସ୍ତର ତାଙ୍କ ଦେଶ ଟପି ସାରିଛି। ଚୁକ୍ତି ଅନୁସାରେ ୟୁରୋପୀୟମାନେ ଇରାନର ସ୍ବାର୍ଥକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ପରବର୍ତ୍ତୀ ଟାର୍ଗେଟ ୩.୬୭% ଅତିକ୍ରମ କରିବ। କିନ୍ତୁ ସେମାନେ ନିଜ ପ୍ରତିଶ୍ରୁତି ରଖିବା ପାଇଁ ପଦକ୍ଷେପ ନେବା ଆରମ୍ଭ କଲେ ଇରାନ ଏଥିରୁ କ୍ଷାନ୍ତ ରହିପାରେ।
ବ୍ରିଟେନ ଓ ଜର୍ମାନୀ ଇରାନକୁ ନିଷ୍ପତ୍ତି ପ୍ରତ୍ୟାହାର କରିବା ଲାଗି ତାଗିଦ୍‌ କରିଥିବାବେଳେ ତେହେରାନ ଉପରେ ‘ସର୍ବାଧିକ ଚାପ’ ବଜାୟ ରହିବ ବୋଲି ଆମେରିକା କହିଛି। ଏହାକୁ ନେଇ କ୍ଷୁବ୍ଧ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି, ଇରାନ ନିଜ ସୀମା ଅତିକ୍ରମ କରି ନିଆଁ ସହ ଖେଳୁଛି। ଆମେରିକା ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ମଧ୍ୟ ୟୁରାନିୟମ୍‌ ଉତ୍ପାଦନ ବନ୍ଦ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି। ସେହିପରି କୌଣସି ପ୍ରକାର ଉଲ୍ଲଂଘନର ପରିମାଣ ଭଲ ହେବନାହିଁ। ଚୁକ୍ତି ଅନୁସାରେ ଇରାନ ଉପରେ ବହୁପାକ୍ଷିକ କଟକଣା ପୁନଃ ଜାରି କରାଯିବ ବୋଲି ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଧମକ ଦେଇଛନ୍ତି। ଗତବର୍ଷ ଆମେରିକା ଆଣବିକ ଚୁକ୍ତିରୁ ଓହରି ତେହେରାନ ଉପରେ କଟକଣା ଜାରି କରିବା ପରଠୁ ଦୁଇଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏବେ ୟୁରାନିୟମ ଉତ୍ପାଦନରେ ସୀମା ଟିପବା ପରେ ସ୍ଥିତି ଆହୁରି ସଙ୍ଗିନ ହେବ ବୋଲି ଚାଇନା ବହିର୍ବ୍ୟାପାର ମୁଖପାତ୍ର ଜେଙ୍ଗ୍‌ ଶୁଆଙ୍ଗ୍‌ ଚିନ୍ତାବ୍ୟକ୍ତ କରିଛନ୍ତି। ଏବେ ମଧ୍ୟପ୍ରାଚ୍ୟରେ ଚରମ ଉତ୍ତେଜନା ଲାଗିରହିଛି। ହର୍ମୁଜ୍‌ ପ୍ରଣାଳୀ ଆକାଶରେ ଆମେରିକାର ଏକ ଡ୍ରୋନ୍‌କୁ ଇରାନ ଖସାଇଦେଇଛି। ଆମେରିକାର ଦୁଇଟି ତୈଳବାହୀ ଜାହାଜ ଉପରେ ଆକ୍ରମଣ ପଛରେ ତେହେରାନର ସମ୍ପୃକ୍ତି ଥିବା ନେଇ ଓ୍ବାଶିଂଟନ ଅଭିଯୋଗ ଆଣୁଥିବାବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଯୁଦ୍ଧବିରତି ପରେ ଇରାନର ସୁପ୍ରିମ ଲିଡର୍‌ ମୋଜତାବା ଖାମେନେଇଙ୍କ ଭୟଙ୍କର ବୟାନ, ଆମେରିକା-ଇସ୍ରାଏଲ ଶୁଣିଲେ…

ତେହରାନ୍‌,୧୦।୪: ଆମେରିକା ସହିତ ଯୁଦ୍ଧବିରତି ପରେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ତାଙ୍କର ପ୍ରଥମ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri