Posted inଜାତୀୟ

ସୀମା ବିବାଦର ଲମ୍ବା ତାଲିକାରେ ଚାଇନା

ନୂଆଦିଲ୍ଲୀ, ୨୧ା୬: ଚାଇନାର ସାମ୍ରାଜ୍ୟବାଦୀ ଚିନ୍ତାଧାରା ସମ୍ପର୍କରେ କାହାକୁ ଅଛପା ନାହିଁ। ବିଭିନ୍ନ ଚୁକ୍ତିକୁ ପାଦତଳେ ଚାପି ଷଡ଼ଯନ୍ତ୍ର ସହି ନିଜର ଆଭିମୁଖ୍ୟକୁ ପୂରଣକରିବା ଲାଗି ଚାଇନା ପ୍ରୟାସ କରିଚାଲିଛି। କେବଳ ଭାରତର ଗଲଓ୍ବାନ୍‌ ଉପତ୍ୟକା ନୁହେଁ, ବିଭିନ୍ନ ପଡ଼ୋଶୀ ଦେଶର ଭୂଖଣ୍ଡକୁ ଜବରଦଖଲ କରିବାରେ ଚାଇନା ସିଦ୍ଧହସ୍ତ। ଚାଇନାର ଏଭଳି ସାମ୍ରାଜ୍ୟବାଦୀ ଚିନ୍ତାଧାରାକୁ ଆମେରିକା ସମାଲୋଚନା କରିଛି। ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଏହାର ପରିଣତି ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ଗତ ସୋମବାର ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଭାରତ- ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଯବାନ ଶହୀନ ହେଲେ। ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଗଲା, ହେଲେ କୌଣସି ସୁଫଳ ମିଳିଲା ନାହିଁ। ଭାରତୀୟ ସେନା ନିୟନ୍ତ୍ରଣରେ ଥିବା ଗଲଓ୍ବାନ୍‌ର ପଏଣ୍ଟ ୧୪କୁ ଚାଇନା ସେନା ନିଜର ବୋଲି ଦାବିକରି ମୁହାଁମୁହିଁ ସ୍ଥିତି ଲାଗି ପ୍ରସ୍ତୁତ ହେଉଛି। କେବଳର ଭାରତ ସୀମାରେ ସି. ଜିନ୍‌ପିଙ୍ଗଙ୍କ ପିଏଲ୍‌ଏ ସମସ୍ୟା ସୃଷ୍ଟି କରୁନାହାନ୍ତି ବରଂ ବିଭିନ୍ନ ପଡ଼ୋଶୀଙ୍କ ଭୂଖଣ୍ଡ ଜବରଦଖଲ କରିବା ଲାଗି ଚାଇନା ପ୍ରୟାସ କରିଆସୁଥିବା ପମ୍ପିଓ କହିଛନ୍ତି। ଗଣତନ୍ତ୍ର ସମ୍ପର୍କରେ ଉଦ୍‌ବୋଧନ ଦେଇ ଅନ୍‌ଲାଇନ୍‌ କନ୍‌ଫରେନ୍ସରେ ସେ କହିଛନ୍ତି, ଜୁନ୍‌ ୧୫ରେ ଆମେରିକା ଆରବ ସାଗରକୁ ୩ ଲକ୍ଷ ଟନ୍‌ର ଏୟାରକ୍ରାଫ୍‌ କ୍ୟାରିୟର ପଠାଇଛି। ତାଇଓ୍ବାନ୍‌ ବିରୋଧରେ ଚାଇନାର ଆଭିମୁଖ୍ୟକୁ ବିରୋଧ କରି ଆମେରିକା ଏଭଳି ପଦକ୍ଷେପ ଗ୍ରହଣ କରିଥିବା ସେ ପ୍ରକାଶ କରିଛନ୍ତି।
ସେହିଭଳି ଭାରତ- ଚାଇନା ସୀମା ଡୋକଲାମରେ ବେଜିଂର ନିର୍ମାଣ କାର୍ଯ୍ୟ ଓ ବଳପୂର୍ବକ ଜବରଦଖଲ ଆଭିମୁଖ୍ୟକୁ ଭାରତ ବିରୋଧ କରିଛି। ଭୁଟାନ ସୀମାକୁ ଲାଗି ରହିଥିବା ଏହି ଅଞ୍ଚଳ ଉପରେ ଚାଇନାର ଲୋଲୁପ ଦୃଷ୍ଟି ପଡ଼ିଥିବାବେଳେ ଦୀର୍ଘ ୭୩ ଦିନ ପର୍ଯ୍ୟନ୍ତ ଭାରତ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଚାଇନା ପଛଘୁଞ୍ଚା ଦେଇଥିଲେ ହେଁ ଷଡ଼ଯନ୍ତ୍ର ରଚିବା ଲକ୍ଷ୍ୟରେ ରହିଛି। ସେହିଭଳି ଭୁଟାନ ସୀମାରେ ଥିବା କେତେକ ଅଞ୍ଚଳକୁ କରାୟତ କରିବା ଲାଗି ବେଜିଂ ପ୍ରୟାସ ଜାରି ରଖିଛି।
ବିପୁଳ ସମ୍ପଦରେ ପରିପୂର୍ଣ୍ଣ ଦକ୍ଷିଣ ଚାଇନା ସାଗର ଦଖଲ ଲାଗି ଚାଇନା ନିଜର ବାହୁବଳ ଖଟାଉଛି। ସମ୍ପୂର୍ଣ୍ଣ ଭାବେ ଏହାକୁ ନିଜ ଅଞ୍ଚଳ ବୋଲି ଦାବିକରି ଆସୁଛି। ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଏହି ସାମୁଦ୍ରିକ ପଥ ଚାଇନା ଦଖଲ ଲାଗି ପ୍ରୟାସ କରୁଥିବାବେଳେ କେବଳ ପଡ଼ୋଶୀଙ୍କୁ ନୁହେଁ ବରଂ ଅନ୍ୟ ଦେଶଗୁଡ଼ିକ ଲାଗି ଏହା ମୁଣ୍ଡବିନ୍ଧାର କାରଣ ସାଜିଛି। ତାଇଓ୍ବାନ, ବ୍ରୁନେଇ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ଭିଏତ୍‌ନାମ ସୀମା ଓ ଜଳପଥକୁ ନେଇ ଚାଇନା ବିବାଦ ଜୋର୍‌ ଧରିବାରେ ଲାଗିଛି। ତାଇଓ୍ବାନ ଓ ଏହା ନିୟନ୍ତ୍ରଣରେ ଥିବା ସମସ୍ତ ଭୂଖଣ୍ଡକୁ ଚାଇନା ନିଜର ବୋଲି ଦାବି କରୁଛି। ଅନୁରୂପ ଭାବେ ପୂର୍ବ ଚାଇନା ସାଗରକୁ ନେଇ ଉତ୍ତର କୋରିଆ, ଦକ୍ଷିଣ କୋରିଆ ଓ ଜାପାନ ସହ ବିବାଦ ରହିଛି। ଏମିତିକି ଜାପାନର ସେନ୍‌କାକୁ ଉପତ୍ୟକାକୁ ଚାଇନା ନିଜର ବୋଲି କହୁଛି।
ନେପାଳର କିଛି ଅଞ୍ଚଳ ଚାଇନା ମାଡ଼ିବସିଥିବା ସେ ଦେଶର ସର୍ଭେ ବିଭାଗ ଅଭିଯୋଗ କରିଛି। ନେପାଳର ଉତ୍ତର ଦିଗରେ ଥିବା ହୁମ୍‌ଲା, ରସୁଓ୍‌ବା, ସିନ୍ଧୁପାଲଚୌକ ଓ ଶଙ୍ଖୁଓ୍ବାସଭା ଆଦି ଅଞ୍ଚଳକୁ ଚାଇନା ଜବରଦଖଲ କରି ରଖିଥିବାବେଳେ ଚାଇନା ବିରୋଧୀ ବିକ୍ଷୋଭ କରାଯାଉଛି। ହେଲେ ନେପାଳର କମ୍ୟୁନିଷ୍ଟ ପାର୍ଟି ସୀମା ବିବାଦ ନେଇ ମୁହଁ ଖୋଲୁ ନ ଥିବାବେଳେ ଚାଇନା ପ୍ରରୋଚନାରେ ବିବାଦକୁ ଚାପିବାରେ ଲାଗିଛି। ଏଭରେଷ୍ଟ ପର୍ବତରେ ୫ଜି ସେନା ଲାଗି ଚାଇନା ଏଠାରେ କାର୍ଯ୍ୟାରମ୍ଭ କରି ଟେଲି କମ୍ୟୁନିକେଶନ ଯନ୍ତ୍ରପାତି ଗଦା କରିବାରେ ଲାଗିଛି। ଗତ ମେ’ରେ ଚାଇନାର ଗ୍ଲୋବାଲ ଟେଲିଭିଜନ ନେଟ୍‌ଓ୍ବାର୍କ ଏଭରେଷ୍ଟ ପର୍ବତକୁ ନିଜର ବୋଲି ଟୁଇଟ କରି ଦାବି କରିଥିଲା। ଏହାକୁ ନେଇ ବିବାଦ ମୁଣ୍ଡ ଟେକିବାରୁ ଏହି ପୋଷ୍ଟକୁ ଡିଲିଟ କରାଯାଇଥିଲା। ଚାଇନାର ଏଭଳି ସାମ୍ରାଜ୍ୟବାଦୀ ଚିନ୍ତାଧାରା ଓ ପଡ଼ୋଶୀଙ୍କ ଭୂଖଣ୍ଡ ଜେନତେନ ପ୍ରକାରେ ଜବରଦଖଲ କରିବା ଆଭିମୁଖ୍ୟ ବୁମେରାଂ ସାବ୍ୟସ୍ତ ହେବା ସହ ବଡ଼ ବିପତ୍ତିକୁ ଡ଼ାକି ଆଣିବ ବୋଲି ପମ୍ପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri