Posted inଜାତୀୟ

ସୀମା ବିବାଦର ଲମ୍ବା ତାଲିକାରେ ଚାଇନା

ନୂଆଦିଲ୍ଲୀ, ୨୧ା୬: ଚାଇନାର ସାମ୍ରାଜ୍ୟବାଦୀ ଚିନ୍ତାଧାରା ସମ୍ପର୍କରେ କାହାକୁ ଅଛପା ନାହିଁ। ବିଭିନ୍ନ ଚୁକ୍ତିକୁ ପାଦତଳେ ଚାପି ଷଡ଼ଯନ୍ତ୍ର ସହି ନିଜର ଆଭିମୁଖ୍ୟକୁ ପୂରଣକରିବା ଲାଗି ଚାଇନା ପ୍ରୟାସ କରିଚାଲିଛି। କେବଳ ଭାରତର ଗଲଓ୍ବାନ୍‌ ଉପତ୍ୟକା ନୁହେଁ, ବିଭିନ୍ନ ପଡ଼ୋଶୀ ଦେଶର ଭୂଖଣ୍ଡକୁ ଜବରଦଖଲ କରିବାରେ ଚାଇନା ସିଦ୍ଧହସ୍ତ। ଚାଇନାର ଏଭଳି ସାମ୍ରାଜ୍ୟବାଦୀ ଚିନ୍ତାଧାରାକୁ ଆମେରିକା ସମାଲୋଚନା କରିଛି। ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଏହାର ପରିଣତି ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ଗତ ସୋମବାର ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଭାରତ- ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଯବାନ ଶହୀନ ହେଲେ। ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଗଲା, ହେଲେ କୌଣସି ସୁଫଳ ମିଳିଲା ନାହିଁ। ଭାରତୀୟ ସେନା ନିୟନ୍ତ୍ରଣରେ ଥିବା ଗଲଓ୍ବାନ୍‌ର ପଏଣ୍ଟ ୧୪କୁ ଚାଇନା ସେନା ନିଜର ବୋଲି ଦାବିକରି ମୁହାଁମୁହିଁ ସ୍ଥିତି ଲାଗି ପ୍ରସ୍ତୁତ ହେଉଛି। କେବଳର ଭାରତ ସୀମାରେ ସି. ଜିନ୍‌ପିଙ୍ଗଙ୍କ ପିଏଲ୍‌ଏ ସମସ୍ୟା ସୃଷ୍ଟି କରୁନାହାନ୍ତି ବରଂ ବିଭିନ୍ନ ପଡ଼ୋଶୀଙ୍କ ଭୂଖଣ୍ଡ ଜବରଦଖଲ କରିବା ଲାଗି ଚାଇନା ପ୍ରୟାସ କରିଆସୁଥିବା ପମ୍ପିଓ କହିଛନ୍ତି। ଗଣତନ୍ତ୍ର ସମ୍ପର୍କରେ ଉଦ୍‌ବୋଧନ ଦେଇ ଅନ୍‌ଲାଇନ୍‌ କନ୍‌ଫରେନ୍ସରେ ସେ କହିଛନ୍ତି, ଜୁନ୍‌ ୧୫ରେ ଆମେରିକା ଆରବ ସାଗରକୁ ୩ ଲକ୍ଷ ଟନ୍‌ର ଏୟାରକ୍ରାଫ୍‌ କ୍ୟାରିୟର ପଠାଇଛି। ତାଇଓ୍ବାନ୍‌ ବିରୋଧରେ ଚାଇନାର ଆଭିମୁଖ୍ୟକୁ ବିରୋଧ କରି ଆମେରିକା ଏଭଳି ପଦକ୍ଷେପ ଗ୍ରହଣ କରିଥିବା ସେ ପ୍ରକାଶ କରିଛନ୍ତି।
ସେହିଭଳି ଭାରତ- ଚାଇନା ସୀମା ଡୋକଲାମରେ ବେଜିଂର ନିର୍ମାଣ କାର୍ଯ୍ୟ ଓ ବଳପୂର୍ବକ ଜବରଦଖଲ ଆଭିମୁଖ୍ୟକୁ ଭାରତ ବିରୋଧ କରିଛି। ଭୁଟାନ ସୀମାକୁ ଲାଗି ରହିଥିବା ଏହି ଅଞ୍ଚଳ ଉପରେ ଚାଇନାର ଲୋଲୁପ ଦୃଷ୍ଟି ପଡ଼ିଥିବାବେଳେ ଦୀର୍ଘ ୭୩ ଦିନ ପର୍ଯ୍ୟନ୍ତ ଭାରତ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଚାଇନା ପଛଘୁଞ୍ଚା ଦେଇଥିଲେ ହେଁ ଷଡ଼ଯନ୍ତ୍ର ରଚିବା ଲକ୍ଷ୍ୟରେ ରହିଛି। ସେହିଭଳି ଭୁଟାନ ସୀମାରେ ଥିବା କେତେକ ଅଞ୍ଚଳକୁ କରାୟତ କରିବା ଲାଗି ବେଜିଂ ପ୍ରୟାସ ଜାରି ରଖିଛି।
ବିପୁଳ ସମ୍ପଦରେ ପରିପୂର୍ଣ୍ଣ ଦକ୍ଷିଣ ଚାଇନା ସାଗର ଦଖଲ ଲାଗି ଚାଇନା ନିଜର ବାହୁବଳ ଖଟାଉଛି। ସମ୍ପୂର୍ଣ୍ଣ ଭାବେ ଏହାକୁ ନିଜ ଅଞ୍ଚଳ ବୋଲି ଦାବିକରି ଆସୁଛି। ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଏହି ସାମୁଦ୍ରିକ ପଥ ଚାଇନା ଦଖଲ ଲାଗି ପ୍ରୟାସ କରୁଥିବାବେଳେ କେବଳ ପଡ଼ୋଶୀଙ୍କୁ ନୁହେଁ ବରଂ ଅନ୍ୟ ଦେଶଗୁଡ଼ିକ ଲାଗି ଏହା ମୁଣ୍ଡବିନ୍ଧାର କାରଣ ସାଜିଛି। ତାଇଓ୍ବାନ, ବ୍ରୁନେଇ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ଭିଏତ୍‌ନାମ ସୀମା ଓ ଜଳପଥକୁ ନେଇ ଚାଇନା ବିବାଦ ଜୋର୍‌ ଧରିବାରେ ଲାଗିଛି। ତାଇଓ୍ବାନ ଓ ଏହା ନିୟନ୍ତ୍ରଣରେ ଥିବା ସମସ୍ତ ଭୂଖଣ୍ଡକୁ ଚାଇନା ନିଜର ବୋଲି ଦାବି କରୁଛି। ଅନୁରୂପ ଭାବେ ପୂର୍ବ ଚାଇନା ସାଗରକୁ ନେଇ ଉତ୍ତର କୋରିଆ, ଦକ୍ଷିଣ କୋରିଆ ଓ ଜାପାନ ସହ ବିବାଦ ରହିଛି। ଏମିତିକି ଜାପାନର ସେନ୍‌କାକୁ ଉପତ୍ୟକାକୁ ଚାଇନା ନିଜର ବୋଲି କହୁଛି।
ନେପାଳର କିଛି ଅଞ୍ଚଳ ଚାଇନା ମାଡ଼ିବସିଥିବା ସେ ଦେଶର ସର୍ଭେ ବିଭାଗ ଅଭିଯୋଗ କରିଛି। ନେପାଳର ଉତ୍ତର ଦିଗରେ ଥିବା ହୁମ୍‌ଲା, ରସୁଓ୍‌ବା, ସିନ୍ଧୁପାଲଚୌକ ଓ ଶଙ୍ଖୁଓ୍ବାସଭା ଆଦି ଅଞ୍ଚଳକୁ ଚାଇନା ଜବରଦଖଲ କରି ରଖିଥିବାବେଳେ ଚାଇନା ବିରୋଧୀ ବିକ୍ଷୋଭ କରାଯାଉଛି। ହେଲେ ନେପାଳର କମ୍ୟୁନିଷ୍ଟ ପାର୍ଟି ସୀମା ବିବାଦ ନେଇ ମୁହଁ ଖୋଲୁ ନ ଥିବାବେଳେ ଚାଇନା ପ୍ରରୋଚନାରେ ବିବାଦକୁ ଚାପିବାରେ ଲାଗିଛି। ଏଭରେଷ୍ଟ ପର୍ବତରେ ୫ଜି ସେନା ଲାଗି ଚାଇନା ଏଠାରେ କାର୍ଯ୍ୟାରମ୍ଭ କରି ଟେଲି କମ୍ୟୁନିକେଶନ ଯନ୍ତ୍ରପାତି ଗଦା କରିବାରେ ଲାଗିଛି। ଗତ ମେ’ରେ ଚାଇନାର ଗ୍ଲୋବାଲ ଟେଲିଭିଜନ ନେଟ୍‌ଓ୍ବାର୍କ ଏଭରେଷ୍ଟ ପର୍ବତକୁ ନିଜର ବୋଲି ଟୁଇଟ କରି ଦାବି କରିଥିଲା। ଏହାକୁ ନେଇ ବିବାଦ ମୁଣ୍ଡ ଟେକିବାରୁ ଏହି ପୋଷ୍ଟକୁ ଡିଲିଟ କରାଯାଇଥିଲା। ଚାଇନାର ଏଭଳି ସାମ୍ରାଜ୍ୟବାଦୀ ଚିନ୍ତାଧାରା ଓ ପଡ଼ୋଶୀଙ୍କ ଭୂଖଣ୍ଡ ଜେନତେନ ପ୍ରକାରେ ଜବରଦଖଲ କରିବା ଆଭିମୁଖ୍ୟ ବୁମେରାଂ ସାବ୍ୟସ୍ତ ହେବା ସହ ବଡ଼ ବିପତ୍ତିକୁ ଡ଼ାକି ଆଣିବ ବୋଲି ପମ୍ପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?