‘ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯’ ଆରମ୍ଭ: ଗୋଟିଏ ସ୍ଥାନରେ ଉତ୍କୃଷ୍ଟ ସିଲ୍କ ଉତ୍ପାଦ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଆର୍ଟିଜାନ୍ସ ଆଣ୍ଡ୍‌ ୱେଭସର୍ର୍ ୱେଲଫେୟାର୍‌ ଆସୋସିଏଶନ୍‌ ‘ହସ୍ତଶିଳ୍ପୀ’ ଦ୍ୱାରା ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ୧୧ଦିନ ଧରି ଚାଲିବାକୁ ଥିବା ଏହି ଏକ୍ସପୋକୁ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅମ୍ରିତା ମିଶ୍ର ଉଦ୍‌ଘାଟନ କରିଥିଲେ। ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ଉତ୍କୃଷ୍ଟ ସିଲ୍କ ଉତ୍ପାଦ ଏଠାରେ ଉପଲବ୍ଧ ହେଉଛି। ୬୫ଟି ଷ୍ଟଲ୍‌ରେ ହ୍ୟାଣ୍ଡ୍‌ ବ୍ଲକ୍‌ ପ୍ରିଣ୍ଟ ଶାଢ଼ି, ସାଲଓ୍ବାର୍‌ ସୁଟ୍‌ ଏବଂ ସିଲ୍କ୍‌ ବେଡ୍‌ କଭର୍‌, ଡିଜାଇନର୍‌ ୱେର୍‌ ଏବଂ ବର୍ଡର ଆଦି ମିଳୁଛି। ଏହାବ୍ୟତୀତ କୁର୍ତ୍ତା, ହାତବୁଣା ମଟ୍‌କା ଏବଂ ଆସାମ ମୁଗା ଫ୍ୟାବ୍ରିକ୍‌, ଅପୂର୍ବା ସିଲ୍କ ଶାଢ଼ି, ବାଲୁଚରୀ ଶାଢ଼ି, ଏମ୍ବ୍ରୋଡରି ଡିଜାଇନ୍‌ ସିଲ୍କ ଶାଢ଼ି ଏବଂ ଡ୍ରେସ୍‌ ମ୍ୟାଟେରିଆଲ୍‌, ଭାଗଲପୁରୀ ସୁଟ୍‌, ପ୍ରିଣ୍ଟେଡ୍‌ ସିଲ୍କ ଶାଢ଼ି, ରେଶମୀ ପ୍ଲେନ୍‌ ଏବଂ ବୁଟ୍ଟି ଶାଢ଼ି, କର୍ନାଟକା ସିଲ୍କ ଶାଢ଼ି, ମାହେଶ୍ୱରୀ, ଚନ୍ଦେରୀ ସିଲ୍କ ଶାଢ଼ି ଏବଂ ସୁଟ୍‌, କୋଟା ସିଲ୍କ, ମଲବେରି ସିଲ୍କ ସହିତ ଟେମ୍ପୁଲ୍‌ ବର୍ଡର, ବନାରସ୍‌ ଜାମଦାନୀ, ବିଭିନ୍ନ ରାଜ୍ୟର ହାତବୁଣା ଶାଢ଼ି ଏବଂ ସୁଟ୍‌ ଆଦି ଏଠାକାର ଅନ୍ୟାନ୍ୟ ଆକର୍ଷଣ। ବିଭିନ୍ନ ରାଜ୍ୟରୁ ଆସିଥିବା ପାରମ୍ପରିକ ଶାଢ଼ି ମଧ୍ୟରେ ମହୀଶୂର ସିଲ୍କ ଶାଢ଼ି, କ୍ରେପ ଓ ଜର୍ଜେଟ୍‌ ସିଲ୍କ ଶାଢ଼ି, ସିଫନ୍‌ ସିଲ୍କ ଶାଢ଼ି, ଟସର ସିଲ୍କ ଶାଢ଼ି ଏବଂ ସୁଟ୍‌, କାଞ୍ଚିପୁରମ୍‌ ସିଲ୍କ ଶାଢ଼ି ଏବଂ ଡିଜାଇନର୍‌ ଫ୍ୟାନ୍ସି ଶାଢ଼ି, ଧର୍ମାଭରମ୍‌ ସିଲ୍କ ଶାଢ଼ି, ଝୋଟ ସିଲ୍କ ଶାଢ଼ି, ଢାକା ସିଲ୍କ ଶାଢ଼ି, ହାତବୁଣା ସିଲ୍କ କଟନ ଶାଢ଼ି, ସିଲ୍କ ବ୍ଲେଣ୍ଡ୍‌ ଶାଢ଼ି, ଗଡ୍‌ୱାଲ୍‌ ସିଲ୍କ ଶାଢ଼ି ଆଦି ରହିଛି। ସେହିଭଳି ଗ୍ରାହକମାନେ ଏଠାରୁ ୱେଡିଂ ଶାଢ଼ୀ, ସିଲ୍କ ଓ ଟସର କଞ୍ଚାମାଲ, ଷ୍ଟୋଲ୍‌, ସିଲ୍କ ଯୁକ୍ତ ଫ୍ୟାବ୍ରିକ୍‌/ଫର୍ନସିଂ, ଉପ୍ପଡା ଇତ୍ୟାଦି ପାଇପାରିବେ। ସିଲ୍କ୍‌ ଇଣ୍ଡିଆ ଏକ୍ସପୋର ଆୟୋଜକ ଅଭିନନ୍ଦ ଏହି ଅବସରରେ କହିଛନ୍ତି, ଏକ୍ସପୋରେ ଚଳିତବର୍ଷ ଦେଶର ବିଭିନ୍ନ ପ୍ରାନ୍ତର ସିଲ୍କ ଶାଢ଼ି ବୁଣାକାର, ହସ୍ତଶିଳ୍ପ ବିଭାଗ ଏବଂ ସିଲ୍କ କୋ-ଅପରେଟିଭ ସୋସାଇଟି ପକ୍ଷରୁ ସେମାନଙ୍କର ଉପତ୍ାଦ ବିକ୍ରିବଟା କରିବାର ବ୍ୟବସ୍ଥା କରାଯାଇଛି। ହାତୁବଣା ତଥା ହସ୍ତତନ୍ତ ଉପତ୍ାଦକୁ ବୁଣାକାର ଏବଂ ନିପୁଣ କାରିଗରଙ୍କ ଦ୍ୱାରା ବିନା କୌଣସି ମଧ୍ୟସ୍ଥରେ ସିଧାସଳଖ ଭାବେ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ଏହି ଏକ୍ସପୋର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ‘ଧରିତ୍ରୀ’ ଏହି ଏକ୍ସପୋର ମିଡିଆ ପାର୍ଟନର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?