ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ : ଗୋଟିଏ ଛାତତଳେ ୧୭ ରାଜ୍ୟର ହସ୍ତତନ୍ତ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଚନ୍ଦେରୀ, ମାହେଶ୍ୱରୀ, ବାନ୍ଧେଣୀ, ଜାମ୍‌ଦାନୀ, ଟସର୍‌, ଚିକନ୍‌କରି, ଭାଗଲପୁରୀ ସିଲ୍କ ଓ ମୁଙ୍ଗା ସିଲ୍କ। ଭାରତୀୟ ହସ୍ତତନ୍ତର ଏଭଳି ବିଭିନ୍ନତାକୁ ନେଇ ଭୁବନେଶ୍ୱରରେ ଆୟୋଜିତ ହୋଇଛି ସିିଲ୍କ ଇଣ୍ଡିଆ ଏକ୍ସପୋ ୨୦୧୯। ‘ହସ୍ତଶିଳ୍ପୀ’ ପକ୍ଷରୁ ଗତ ୯ ତାରିଖରୁ ହୋଟେଲ ନ୍ୟୁ ମାରିୟନ୍‌ଠାରେ ଚାଲିଥିବା ଏହି ୧୦ଦିନିଆ ପ୍ରଦର୍ଶନୀରେ ଭାରତର ବିଭିନ୍ନ ପ୍ରାନ୍ତର ପାରମ୍ପରିକ ହସ୍ତତନ୍ତ ଗୋଟିଏ ଛାତତଳେ ଦେଖିବାକୁ ମିଳୁଛି। ଭାରତର ୧୭ଟି ରାଜ୍ୟର ଉତ୍କୃଷ୍ଟ ଓ ନିଖୁଣ କାରିଗରିଯୁକ୍ତ ହସ୍ତତନ୍ତକୁ ନେଇ ଚଳିତବର୍ଷ ସିିଲ୍କ ଇଣ୍ଡିଆ ଏକ୍ସପୋ ଭୁବନେଶ୍ୱରରେ ୭ମଥର ପାଇଁ ଆୟୋଜିତ ହୋଇଛି। ୬୫ ଷ୍ଟଲ୍‌ରେ ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କେରଳ, ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଛତିଶଗଡ଼, ଝାଡଖଣ୍ଡ, କର୍ନାଟକ, ଆସାମ ଭଳି ରାଜ୍ୟର ପାରମ୍ପରିକ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଏଠାରୁ ପାଇପାରୁଛନ୍ତି ଗ୍ରାହକ।
ଅଫିସ୍‌ ଓ୍ବେର୍‌ ହେଉ କି ବିବାହ, ବ୍ରତ ଭଳି ଉତ୍ସବ ମହୋତ୍ସବ; ହସ୍ତତନ୍ତ ସବୁବେଳେ ଭାରତୀୟ ମହିଳାଙ୍କର ପ୍ରଥମ ପସନ୍ଦ। ଗତ କିଛିବର୍ଷ ହେଲା ଆଧୁନିକ ଭାରତୀୟ ମହିଳାଙ୍କ ମଧ୍ୟରେ ହସ୍ତତନ୍ତର ଅଧିକ ଚାହିଦା ରହିଥିବାବେଳେ ସେମାନଙ୍କ ନିକଟରେ ପହଞ୍ଚତ୍ବା ଲାଗି ହସ୍ତତନ୍ତକୁ ବର୍ତ୍ତମାନର ଫ୍ୟାଶନ ସହ ଯୋଡାଯାଉଛି। ଆଉ ଏହିକ୍ରମରେ କଳା, ବାଇଗଣୀ, ନାଲି, ସବୁଜ, ମେରୁନ୍‌ ଭଳି ଚିରାଚରିତ ରଙ୍ଗ ସହ ଏବେକାର ଫ୍ୟାଶନକୁ ଦୃଷ୍ଟିରେ ରଖି ଓନିୟନ୍‌, ଲେମନ ଗ୍ରୀନ୍‌, ସଫ୍ଟ ରସ୍‌, ଲାଭେଣ୍ଡର, ଚିକୁ କଲର, ମାଜେନ୍ତା ଭଳି ରଙ୍ଗର ବ୍ୟବହାର ହେଉଛି। ଯାହାକି ଏହି ସିିଲ୍କ ଇଣ୍ଡିଆ ଏକ୍ସପୋରେ ଦେଖିବାକୁ ମିଳିଛି। ଭଳିକି ଭଳି ଏକ୍ସପେରିମେଣ୍ଟାଲ ରଙ୍ଗ ସହ ବ୍ଲକ୍‌ ପ୍ରିଣ୍ଟ, ଟାଇ ଆଣ୍ଡ୍‌ ଡାଇ, ମଡ୍‌ ପ୍ରିଣ୍ଟ, ଭେଜିଟେବୁଲ ଡାଇ ଭଳି ଇକୋ-ଫ୍ରେଣ୍ଡ୍‌ଲୀ ରଙ୍ଗ ସଷ୍ଟେନେବୁଲ୍‌ ଫ୍ୟାଶନରେ ବିଶ୍ୱାସ ରଖୁଥିବା ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ୧ ହଜାର ଟଙ୍କାରୁ ଆରମ୍ଭକରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାମ୍‌ର ଶାଢି ଚଳିତବର୍ଷ ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ରହିଛି। କେବଳ ଶାଢି ନୁହେଁ, ହସ୍ତତନ୍ତରେ ପ୍ରସ୍ତୁତ କୁର୍ତ୍ତା, ସାଲଓ୍ବାର୍‌ ସୁଟ୍‌, ଡ୍ରେସ୍‌ ମ୍ୟାଟେରିଆଲ, ସ୍କର୍ଟ, ପ୍ଲାଜୋ, ବ୍ଲକ୍‌ ପ୍ରିଣ୍ଟ୍‌ କ୍ରପ୍‌ ଟପ୍‌, ବ୍ଲାଉଜ୍‌, ରେଶମ ଓ ଜରି କାମ ହୋଇଥିବା ଆକର୍ଷଣୀୟ ଓଢଣୀ, ଲକ୍ଷ୍ନୌ ପ୍ରସିଦ୍ଧ ଚିକନ୍‌କରୀ କୁର୍ତ୍ତା ଏହି ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ରହିଛି। ସେହିଭଳି ଶାଢି ଓ ସୁଟ୍‌କୁ ମ୍ୟାଚ୍‌ କରି ପାରମ୍ପରିକ ଜୁଏଲେରୀ ମଧ୍ୟ ଏଠାରୁ ଗ୍ରାହକ ପାଇପାରୁଛନ୍ତି।

ଗ୍ରାହକଙ୍କ ପସନ୍ଦର ଫ୍ୟାବ୍ରିକ୍‌
ବିହାରର ଭାଗଲପୁରୀ ସିଲ୍କ, ମୁଙ୍ଗା ସିଲ୍କ, ଘିଚା ସିଲ୍କ, ଅର୍ଗେଞ୍ଜା, ଉତ୍ତର ପ୍ରଦେଶର ମଲ୍‌ବରୀ କତାନ୍‌ ସିଲ୍କ, ଓ୍ବାକାଲାମ୍‌, ଜାମ୍‌ଦାରୀ, କର୍ନାଟକର କାଞ୍ଜିବରମ୍‌, ଉପଡା ସିଲ୍କ, ମହୀଶୁର୍‌ ସିଲ୍କ, ମଧ୍ୟପ୍ରଦେଶର ଚନ୍ଦେରୀ ଓ ମାହେଶ୍ୱରୀ, ଜମ୍ମୁ ଓ କଶ୍ମୀରର ପସ୍‌ମିନା, ଚିନନ୍‌, ଜେକେ ସିଲ୍କ, କତାନ୍‌ ସିଲ୍କ, କୋସା, ଆସାମର ମୁଙ୍ଗା ସିଲ୍କ, ଏରୀ, ଟସର୍‌ ଓ ମଲ୍‌ବରୀ ସିଲ୍କ ଭଳି ଏକାଧିକ ପାରମ୍ପରିକ ହସ୍ତତନ୍ତ ଏଠାରେ ରହିଛି। ସେହିଭଳି ଗୁଜରାଟୀ ଜୟପୁରୀ ବ୍ଲକ୍‌ ପ୍ରିଣ୍ଟ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଥିବାବେଳେ ସିଲ୍କ ଓ ଉଲେନ୍‌ରେ ପ୍ରସ୍ତୁତ କଶ୍ମୀରର ପସ୍‌ମିନା ଶାଢିର ବେଶ୍‌ ଡିମାଣ୍ଡ୍‌ ରହିଛି। ନୀତିଦିନିଆ ଅଫିସ୍‌ ଓ୍ବେର୍‌ ଓ ଉପହାର ଦେବାଲାଗି ପଶ୍ଚିମବଙ୍ଗର ମଟ୍‌କା, ଟସର୍‌, ଲିନେନ୍‌, କନ୍ଥାଓ୍ବାର୍କ ସିଲ୍କ ଶାଢି, ଚନ୍ଦେରୀ କଟନ୍‌, ଜାମ୍‌ଦାନୀ ଶାଢି ପକେଟ୍‌ ଫ୍ରେଣ୍ଡ୍‌ଲୀ ହୋଇଥିବାରୁ ଏହାର ମଧ୍ୟ ଭଲ ଚାହିଦା ରହିଛି।
ଭୁବନେଶ୍ୱର ଆମ ପାଇଁ ଭଲ ମାର୍କେଟ: ଆୟୋଜକ
ସମଗ୍ର ଭାରତରେ ଆମେ ୩୫୦ରୁ ଅଧିକ ପ୍ରଦର୍ଶନୀ କରିସାରିଛୁ। ହେଲେ ଭୁବନେଶ୍ୱର, ଚେନ୍ନାଇ ଓ ଦିଲ୍ଲୀ ଭଳି ମାର୍କେଟ୍‌ ଆମକୁ ଆଉ କେଉଁଠାରେ ମିଳେନା। ଏଠାକାର ଲୋକଙ୍କ ମଧ୍ୟରେ ହସ୍ତତନ୍ତର ଅଧିକ ଚାହିଦା ରହିଥାଏ। ଚଳିତବର୍ଷ ଭୁବନେଶ୍ୱରରେ ଚାଲିଥିବା ସିିଲ୍କ ଇଣ୍ଡିଆ ଏକ୍ସପୋରେ ଏଥର ବି ଭଲ ଚାହିଦା ରହିଛି। ଭୁବନେଶ୍ୱର ଲୋକଙ୍କର ହସ୍ତତନ୍ତରେ ଗଭୀର ଜ୍ଞାନ ରହିଛି। ଗ୍ରାହକ ହାତମାରି ଫ୍ୟାବ୍ରିକ୍‌ ଚିହ୍ନିପାରନ୍ତି ବୋଲି କହିଛନ୍ତି ଆୟୋଜକ ‘ହସ୍ତଶିଳ୍ପୀ’ର ମ୍ୟାନେଜିଂ ଡାଇରେକ୍ଟର ଅଭିନନ୍ଦନ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri