ସିିଲ୍କ ଇଣ୍ଡିଆ ଏକ୍ସପୋ-୨୦୧୯ : ଗୋଟିଏ ଛାତତଳେ ୧୭ ରାଜ୍ୟର ହସ୍ତତନ୍ତ

ଭୁବନେଶ୍ୱର,୧୪ା୮(ବ୍ୟୁରୋ): ଚନ୍ଦେରୀ, ମାହେଶ୍ୱରୀ, ବାନ୍ଧେଣୀ, ଜାମ୍‌ଦାନୀ, ଟସର୍‌, ଚିକନ୍‌କରି, ଭାଗଲପୁରୀ ସିଲ୍କ ଓ ମୁଙ୍ଗା ସିଲ୍କ। ଭାରତୀୟ ହସ୍ତତନ୍ତର ଏଭଳି ବିଭିନ୍ନତାକୁ ନେଇ ଭୁବନେଶ୍ୱରରେ ଆୟୋଜିତ ହୋଇଛି ସିିଲ୍କ ଇଣ୍ଡିଆ ଏକ୍ସପୋ ୨୦୧୯। ‘ହସ୍ତଶିଳ୍ପୀ’ ପକ୍ଷରୁ ଗତ ୯ ତାରିଖରୁ ହୋଟେଲ ନ୍ୟୁ ମାରିୟନ୍‌ଠାରେ ଚାଲିଥିବା ଏହି ୧୦ଦିନିଆ ପ୍ରଦର୍ଶନୀରେ ଭାରତର ବିଭିନ୍ନ ପ୍ରାନ୍ତର ପାରମ୍ପରିକ ହସ୍ତତନ୍ତ ଗୋଟିଏ ଛାତତଳେ ଦେଖିବାକୁ ମିଳୁଛି। ଭାରତର ୧୭ଟି ରାଜ୍ୟର ଉତ୍କୃଷ୍ଟ ଓ ନିଖୁଣ କାରିଗରିଯୁକ୍ତ ହସ୍ତତନ୍ତକୁ ନେଇ ଚଳିତବର୍ଷ ସିିଲ୍କ ଇଣ୍ଡିଆ ଏକ୍ସପୋ ଭୁବନେଶ୍ୱରରେ ୭ମଥର ପାଇଁ ଆୟୋଜିତ ହୋଇଛି। ୬୫ ଷ୍ଟଲ୍‌ରେ ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କେରଳ, ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଛତିଶଗଡ଼, ଝାଡଖଣ୍ଡ, କର୍ନାଟକ, ଆସାମ ଭଳି ରାଜ୍ୟର ପାରମ୍ପରିକ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ଏଠାରୁ ପାଇପାରୁଛନ୍ତି ଗ୍ରାହକ।
ଅଫିସ୍‌ ଓ୍ବେର୍‌ ହେଉ କି ବିବାହ, ବ୍ରତ ଭଳି ଉତ୍ସବ ମହୋତ୍ସବ; ହସ୍ତତନ୍ତ ସବୁବେଳେ ଭାରତୀୟ ମହିଳାଙ୍କର ପ୍ରଥମ ପସନ୍ଦ। ଗତ କିଛିବର୍ଷ ହେଲା ଆଧୁନିକ ଭାରତୀୟ ମହିଳାଙ୍କ ମଧ୍ୟରେ ହସ୍ତତନ୍ତର ଅଧିକ ଚାହିଦା ରହିଥିବାବେଳେ ସେମାନଙ୍କ ନିକଟରେ ପହଞ୍ଚତ୍ବା ଲାଗି ହସ୍ତତନ୍ତକୁ ବର୍ତ୍ତମାନର ଫ୍ୟାଶନ ସହ ଯୋଡାଯାଉଛି। ଆଉ ଏହିକ୍ରମରେ କଳା, ବାଇଗଣୀ, ନାଲି, ସବୁଜ, ମେରୁନ୍‌ ଭଳି ଚିରାଚରିତ ରଙ୍ଗ ସହ ଏବେକାର ଫ୍ୟାଶନକୁ ଦୃଷ୍ଟିରେ ରଖି ଓନିୟନ୍‌, ଲେମନ ଗ୍ରୀନ୍‌, ସଫ୍ଟ ରସ୍‌, ଲାଭେଣ୍ଡର, ଚିକୁ କଲର, ମାଜେନ୍ତା ଭଳି ରଙ୍ଗର ବ୍ୟବହାର ହେଉଛି। ଯାହାକି ଏହି ସିିଲ୍କ ଇଣ୍ଡିଆ ଏକ୍ସପୋରେ ଦେଖିବାକୁ ମିଳିଛି। ଭଳିକି ଭଳି ଏକ୍ସପେରିମେଣ୍ଟାଲ ରଙ୍ଗ ସହ ବ୍ଲକ୍‌ ପ୍ରିଣ୍ଟ, ଟାଇ ଆଣ୍ଡ୍‌ ଡାଇ, ମଡ୍‌ ପ୍ରିଣ୍ଟ, ଭେଜିଟେବୁଲ ଡାଇ ଭଳି ଇକୋ-ଫ୍ରେଣ୍ଡ୍‌ଲୀ ରଙ୍ଗ ସଷ୍ଟେନେବୁଲ୍‌ ଫ୍ୟାଶନରେ ବିଶ୍ୱାସ ରଖୁଥିବା ଗ୍ରାହକଙ୍କୁ ଆକୃଷ୍ଟ କରୁଛି। ୧ ହଜାର ଟଙ୍କାରୁ ଆରମ୍ଭକରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାମ୍‌ର ଶାଢି ଚଳିତବର୍ଷ ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ରହିଛି। କେବଳ ଶାଢି ନୁହେଁ, ହସ୍ତତନ୍ତରେ ପ୍ରସ୍ତୁତ କୁର୍ତ୍ତା, ସାଲଓ୍ବାର୍‌ ସୁଟ୍‌, ଡ୍ରେସ୍‌ ମ୍ୟାଟେରିଆଲ, ସ୍କର୍ଟ, ପ୍ଲାଜୋ, ବ୍ଲକ୍‌ ପ୍ରିଣ୍ଟ୍‌ କ୍ରପ୍‌ ଟପ୍‌, ବ୍ଲାଉଜ୍‌, ରେଶମ ଓ ଜରି କାମ ହୋଇଥିବା ଆକର୍ଷଣୀୟ ଓଢଣୀ, ଲକ୍ଷ୍ନୌ ପ୍ରସିଦ୍ଧ ଚିକନ୍‌କରୀ କୁର୍ତ୍ତା ଏହି ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ରହିଛି। ସେହିଭଳି ଶାଢି ଓ ସୁଟ୍‌କୁ ମ୍ୟାଚ୍‌ କରି ପାରମ୍ପରିକ ଜୁଏଲେରୀ ମଧ୍ୟ ଏଠାରୁ ଗ୍ରାହକ ପାଇପାରୁଛନ୍ତି।

ଗ୍ରାହକଙ୍କ ପସନ୍ଦର ଫ୍ୟାବ୍ରିକ୍‌
ବିହାରର ଭାଗଲପୁରୀ ସିଲ୍କ, ମୁଙ୍ଗା ସିଲ୍କ, ଘିଚା ସିଲ୍କ, ଅର୍ଗେଞ୍ଜା, ଉତ୍ତର ପ୍ରଦେଶର ମଲ୍‌ବରୀ କତାନ୍‌ ସିଲ୍କ, ଓ୍ବାକାଲାମ୍‌, ଜାମ୍‌ଦାରୀ, କର୍ନାଟକର କାଞ୍ଜିବରମ୍‌, ଉପଡା ସିଲ୍କ, ମହୀଶୁର୍‌ ସିଲ୍କ, ମଧ୍ୟପ୍ରଦେଶର ଚନ୍ଦେରୀ ଓ ମାହେଶ୍ୱରୀ, ଜମ୍ମୁ ଓ କଶ୍ମୀରର ପସ୍‌ମିନା, ଚିନନ୍‌, ଜେକେ ସିଲ୍କ, କତାନ୍‌ ସିଲ୍କ, କୋସା, ଆସାମର ମୁଙ୍ଗା ସିଲ୍କ, ଏରୀ, ଟସର୍‌ ଓ ମଲ୍‌ବରୀ ସିଲ୍କ ଭଳି ଏକାଧିକ ପାରମ୍ପରିକ ହସ୍ତତନ୍ତ ଏଠାରେ ରହିଛି। ସେହିଭଳି ଗୁଜରାଟୀ ଜୟପୁରୀ ବ୍ଲକ୍‌ ପ୍ରିଣ୍ଟ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଥିବାବେଳେ ସିଲ୍କ ଓ ଉଲେନ୍‌ରେ ପ୍ରସ୍ତୁତ କଶ୍ମୀରର ପସ୍‌ମିନା ଶାଢିର ବେଶ୍‌ ଡିମାଣ୍ଡ୍‌ ରହିଛି। ନୀତିଦିନିଆ ଅଫିସ୍‌ ଓ୍ବେର୍‌ ଓ ଉପହାର ଦେବାଲାଗି ପଶ୍ଚିମବଙ୍ଗର ମଟ୍‌କା, ଟସର୍‌, ଲିନେନ୍‌, କନ୍ଥାଓ୍ବାର୍କ ସିଲ୍କ ଶାଢି, ଚନ୍ଦେରୀ କଟନ୍‌, ଜାମ୍‌ଦାନୀ ଶାଢି ପକେଟ୍‌ ଫ୍ରେଣ୍ଡ୍‌ଲୀ ହୋଇଥିବାରୁ ଏହାର ମଧ୍ୟ ଭଲ ଚାହିଦା ରହିଛି।
ଭୁବନେଶ୍ୱର ଆମ ପାଇଁ ଭଲ ମାର୍କେଟ: ଆୟୋଜକ
ସମଗ୍ର ଭାରତରେ ଆମେ ୩୫୦ରୁ ଅଧିକ ପ୍ରଦର୍ଶନୀ କରିସାରିଛୁ। ହେଲେ ଭୁବନେଶ୍ୱର, ଚେନ୍ନାଇ ଓ ଦିଲ୍ଲୀ ଭଳି ମାର୍କେଟ୍‌ ଆମକୁ ଆଉ କେଉଁଠାରେ ମିଳେନା। ଏଠାକାର ଲୋକଙ୍କ ମଧ୍ୟରେ ହସ୍ତତନ୍ତର ଅଧିକ ଚାହିଦା ରହିଥାଏ। ଚଳିତବର୍ଷ ଭୁବନେଶ୍ୱରରେ ଚାଲିଥିବା ସିିଲ୍କ ଇଣ୍ଡିଆ ଏକ୍ସପୋରେ ଏଥର ବି ଭଲ ଚାହିଦା ରହିଛି। ଭୁବନେଶ୍ୱର ଲୋକଙ୍କର ହସ୍ତତନ୍ତରେ ଗଭୀର ଜ୍ଞାନ ରହିଛି। ଗ୍ରାହକ ହାତମାରି ଫ୍ୟାବ୍ରିକ୍‌ ଚିହ୍ନିପାରନ୍ତି ବୋଲି କହିଛନ୍ତି ଆୟୋଜକ ‘ହସ୍ତଶିଳ୍ପୀ’ର ମ୍ୟାନେଜିଂ ଡାଇରେକ୍ଟର ଅଭିନନ୍ଦନ।


Enter your email to get our daily news in your inbox.

All Right Reserved By Dharitri.Com

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

‘ମୋଦି ମୋତେ କହିଲେ ମୋ ପରେ ତୁମେ…’, ରାହୁଲଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ନୂଆଦିଲ୍‌ଲୀ,୩୦।୯: କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ପରେ ରାହୁଲ ଗାନ୍ଧୀଙ୍କ ଏକ କଥିତ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ବୈଠକରେ ର୍ନିବାଚନ…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?