ସିଲାବସ୍‌ ବାହାରୁ ଆସିଥିବା ପ୍ରଶ୍ନ ଉପରେ ମିଳିବ ଫୁଲ୍‌ ମାର୍କ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ର ଦଶମ ଶ୍ରେଣୀର ଗତ ୧୧ ତାରିଖରେ ହୋଇଥିବା ଇଂରାଜୀ ଭାଷା ଓ ସାହିତ୍ୟ ପରୀକ୍ଷା ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ସିଲାବସ୍‌ ଓ ଧାର୍ଯ୍ୟ ଗାଇଡ଼ଲାଇନ୍‌ ବାହାରୁ ଆସିଥିଲା। ଏ ନେଇ ସୋମବାର ସିବିଏସ୍‌ଇ କର୍ତ୍ତୃପକ୍ଷ ସ୍ବୀକାର କରିବା ସହିତ ଏକ ସର୍କୁଲାର ଜାରି କରିଛନ୍ତି।

ସିବିଏସ୍‌ଇ କର୍ତ୍ତୃପକ୍ଷ ଏହି ସିଲାବସ୍‌ ଓ ଗାଇଡ଼ଲାଇନ୍‌ ବାହାରର ପ୍ରଶ୍ନଟିକୁ ପ୍ରଶ୍ନପତ୍ରରୁ ପ୍ରତ୍ୟାହାର କରି ନେଇଥିବା ଘୋଷଣା କରିଛି। ଏଥି ସହ ଯେଉଁ ଛାତ୍ରୀଛାତ୍ରମାନେ ଭୁଲ୍‌ ପ୍ରଶ୍ନପତ୍ର ଆଧାରରେ ପରୀକ୍ଷା ଦେଇଛନ୍ତି ସେମାନଙ୍କୁ ଏହି ପ୍ରଶ୍ନ ପାଇଁ ରହିଥିବା ପୂର୍ଣ୍ଣ ନମ୍ବର ପ୍ରଦାନ କରାଯିବ ବୋଲି ଘୋଷଣା କରିଛି।