Posted inଜାତୀୟ

ସିବିଆଇ ପଞ୍ଝାରେ ଚିଦାମ୍ବରମ୍‌

ନୂଆଦିଲ୍ଲୀ,୨୨ା୮:ସୁବକ୍ତା, ପ୍ରଭାବଶାଳୀ କଂଗ୍ରେସ ନେତା, ରାଜ୍ୟ ସଭା ସଦସ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏଭଳି ଅନେକ ମର୍ଯ୍ୟାଦାଜନକ ବିଶେଷଣର ଅଧିକାରୀ ୭୩ ବର୍ଷୀୟ ପାଲାନିଅପ୍ପାନ୍‌ ଚିଦାମ୍ବରମ୍‌ ଏବେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ପଞ୍ଝାରେ। ବହୁଚର୍ଚ୍ଚିତ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ରାତିରେ ଚିଦାମ୍ବରମ୍‌ଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ଜୋର୍‌ବାଗ୍‌ ଘରୁ ଗିରଫ କରିଛି। ଅଗ୍ରିମ ଜାମିନ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ମନାକରିଦେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚିଦାମ୍ବରମ୍‌। କିନ୍ତୁ ସର୍ବୋଚ୍ଚ ଅଦାଲତ ତ୍ୱରିତ ଶୁଣାଣି କରିବା ପାଇଁ ରାଜି ନ ହୋଇ ଶୁକ୍ରବାର ତାଙ୍କ ଆବେଦନର ଶୁଣାଣି କରାଯିବ ବୋଲି ସ୍ପଷ୍ଟ କରିବା ପରେ ସେ ରାତିରେ ଅତି ନାଟକୀୟ ଢଙ୍ଗରେ ଆବିର୍ଭାବ ହୋଇ ଏଆଇସିସି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ତାଙ୍କୁ ଧରିବା ପାଇଁ କଂଗ୍ରେସ ମୁଖ୍ୟାଳୟକୁ ଯାଇଥିବାବେଳେ ସେଠାରେ ଦଳୀୟ କର୍ମୀଙ୍କ ବିରୋଧ ମଧ୍ୟରେ ଚିଦାମ୍ବରମ୍‌ ନିଜ ବାସଭବନକୁ ଚାଲିଯାଇଥିଲେ। ତଦନ୍ତକାରୀ ଅଧିକାରୀମାନେ ତାଙ୍କୁ ଗୋଡ଼ାଇ ଘର ଯାଏ ଯାଇଥିଲେ। ପାଚେରି ଡେଇଁ ଘରେ ପଶିବା ପରେ କିଛି ସମୟ ଧରି ପଚରାଉଚରା କରି ଶେଷରେ ଜାତୀୟ ରାଜନୀତିର ଏହି ବହୁଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କୁ ଗିରଫ କରି ସିବିଆଇ ମୁଖ୍ୟାଳୟକୁ ନେଇଥିଲେ।
ସେପ୍ଟେମ୍ବର ୧୬ରେ ତାମିଲନାଡ଼ୁର ଶିବଗଙ୍ଗା ଜିଲା କନଡୁକଥନର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମିତ ପି. ଚିଦାମ୍ବରମ୍‌ଙ୍କ ବିରୋଧରେ କ’ଣ ସବୁ ଅଭିଯୋଗ ରହିଛି ଏବଂ କେଉଁ ଦୁର୍ନୀତି ମାମଲାରେ ଛନ୍ଦିହୋଇ ତାଙ୍କୁ ଗିରଫ ହେବାକୁ ପଡ଼ିଛି ସେନେଇ ଜୋର୍‌ ଧରିଛି ଚର୍ଚ୍ଚା।
ଆଇଏନ୍‌ଏକ୍ସ ମିଡିଆ ମାମଲା
ଅଭିଯୋଗ ହେଲା ଚିଦାମ୍ବରମ୍‌ ଅର୍ଥମନ୍ତ୍ରୀ ଥିବାବେଳେ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ଆଇଏନ୍‌ଏକ୍ସ ମିଡିଆ ପ୍ରାଇଭେଟ ଲିମିଟେଡ୍‌କୁ ଅନୁଗ୍ରହ ଦେଖାଇଥିଲେ। ୨୦୦୭ରେ ଉକ୍ତ ଟେଲିଭିଜନ୍‌ କମ୍ପାନୀ ୩୦୫ କୋଟି ଟଙ୍କା ମରିସସ୍‌ର ୩ଟି ବିଦେଶୀ କମ୍ପାନୀଠାରୁ ପାଣ୍ଠି ଗ୍ରହଣ କରିଥିଲା। ପିଟର ମୁଖାର୍ଜିଆ ଓ ତାଙ୍କ ସ୍ତ୍ରୀ ଇନ୍ଦାଣୀ ମୁଖାର୍ଜିଆ (ଯିଏକି ଶିନା ବୋରା ହତ୍ୟା ମାମଲାରେ ଜେଲ୍‌ରେ ଅଛନ୍ତି)ଙ୍କ କମ୍ପାନୀ ଆଇଏନ୍‌ଏକ୍ସ ମିଡିଆକୁ ବିଦେଶୀ ପୁଞ୍ଜିନିବେଶ ପ୍ରୋତ୍ସାହନ ବୋର୍ଡ (ଏଫ୍‌ଆଇପିବି) ମଞ୍ଜୁରୀ ପାଇଁ କାର୍ତ୍ତି ତାଙ୍କ ବାପାଙ୍କ କ୍ଷମତାର ଦୁରୁପଯୋଗ କରିଥିବା ଓ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ୨୦୧୭ ମେ ୧୫ରେ ସିବିଆଇ ଏହି ମାମଲାରେ ଏଫ୍‌ଆଇଆର୍‌ କରିଥିଲା। ଏହି ମାମଲାରେ କାର୍ତ୍ତି ପୂର୍ବରୁ ଗିରଫ ହୋଇ ଜେଲ ଯାଇଥିବାବେଳେ ଚିଦାମ୍ବରମ୍‌ ଏକାଧିକ ଥର ଆଗୁଆ ଜାମିନ ପାଇ ଗିରଫଦାରିରୁ ବର୍ତ୍ତିଯାଇଥିଲେ। ହେଲେ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସୁନୀଲ ଗୌର ତାଙ୍କୁ ଆଗୁଆ ଜାମିନ ଦେଲେ ସମାଜକୁ ଭୁଲ ବାର୍ତ୍ତା ଯିବ କହି ଆବେଦନ ଖାରଜ କରିଦେଇଥିଲେ।
ଏୟାରସେଲ୍‌-ମାକ୍ସିସ୍‌ ଡିଲ୍‌
୩,୫୦୦ କୋଟି ଟଙ୍କାର ଏୟାରସେଲ୍‌ ମାକ୍ସିସ୍‌ ଡିଲ୍‌ ବେଳେ ଏଫ୍‌ଆଇପିବି ଅନୁମତି ଦେବାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଉଭୟ ବାପପୁଅଙ୍କୁ ଅଭିଯୁକ୍ତ ଦର୍ଶାଇ ସିବିଆଇ ଏବଂ ଇଡି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛନ୍ତି। ଚିଦାମ୍ବରମ୍‌ ଅର୍ଥମନ୍ତ୍ରୀ ଥିବାବେଳେ ୨୦୦୬ରେ ଏକ ବିଦେଶୀ ସଂସ୍ଥାକୁ ଏଫ୍‌ଆଇପିବି ମଞ୍ଜୁରୀ ଦେଇଥିଲେ ସେନେଇ ଚାଲିଛି ସିବିଆଇର ତନାଘନା। କାରଣ ଏଭଳି ମଞ୍ଜୁରୀ ଦେବା କ୍ଷମତା କେବଳ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିଇଏ)ର ରହିଥାଏ। ସେହିପରି ଏହି ମାମଲାର ମନିଲଣ୍ଡରିଂ ଦିଗକୁ ନେଇ ଇଡି ତଦନ୍ତ କରୁଛି। ଏହି ମାମଲାରେ ଦୁହିଙ୍କୁ ଏକାଧିକ ଥର ଜେରା କରାଯାଇଥିବାବେଳେ ଆଗୁଆ ଜାମିନ ଆବେଦନର ଶୁଣାଣି ହୋଇନାହିଁ।
ଏୟାର ଇଣ୍ଡିଆ କିଣା ମାମଲା
ଚିଦାମ୍ବରମ୍‌ କେବଳ ଆଇଏନ୍‌ଏକ୍ସ ମିଡିଆ ମାମଲା କି ଏୟାରସେଲ୍‌ ମାକ୍ସିସ୍‌ ଡିଲ୍‌ କେସ୍‌ର ଅଭିଯୁକ୍ତ ନୁହନ୍ତି, ବରଂ ଏହି ପୂର୍ବତନ ଅର୍ଥମନ୍ତ୍ରୀଙ୍କ ବିରୋଧରେ ୩୦,୦୦୦ କୋଟି ଟଙ୍କାର ଏୟାର ଇଣ୍ଡିଆ କିଣା ଦୁର୍ନୀତି ଅଭିଯୋଗ ମଧ୍ୟ ରହିଛି। ଉପା ସରକାର ଅମଳରେ ସେ ଅର୍ଥମନ୍ତ୍ରୀ ଥିବାବେଳେ ଭାରତୀୟ ବାୟୁସେନା ପାଇଁ ୪୨ ଏୟାରବସ୍‌ ଓ ୨୪ ବୋଇଙ୍ଗ୍‌ କିଣିବା ଲାଗି ନିଷ୍ପତ୍ତି ହୋଇଥିଲା। କିନ୍ତୁ ଚିଦାମ୍ବରମ୍‌ ଏହା ବଦଳରେ ୧୧୧ଟି ଯୁଦ୍ଧବିମାନ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ। ୨୦୦୯ରେ ଯୁଦ୍ଧବିମାନ କିଣିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିବା ମନ୍ତ୍ରୀଗୋଷ୍ଠୀର ଅଧ୍ୟକ୍ଷ ଥିଲେ ଚିଦାମ୍ବରମ୍‌। ୧୫ଟି ବ୍ୟୟବହୁଳ ଯୁଦ୍ଧବିମାନକୁ ଲିଜ୍‌ରେ ନେବା ପାଇଁ ସେ କେତେକ ଘରୋଇ ସଂସ୍ଥାକୁ ଅନୁଗ୍ରହ ଦେଖାଇଥିବା ଏଫ୍‌ଆଇଆର୍‌ରେ ଉଲ୍ଲେଖ ରହିଛି। ଏନେଇ ତାଙ୍କୁ ଶୁକ୍ରବାର ଜେରା କରିବା ପାଇଁ ଇଡି ପକ୍ଷରୁ ନୋଟିସ କରାଯାଇଥିଲା।

ଗିରଫଦାରି ରାଜନୈତିକ ଷଡ଼ଯନ୍ତ୍ର’

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବୁଧବାର ରାତିରେ ସିବିଆଇ ଯେଉଁଭଳି ନାଟକୀୟ ଢଙ୍ଗରେ ଗିରଫ କଲା ତାହା ରାଜନୈତିକ ଷଡ଼ଯନ୍ତ୍ର ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ତାଙ୍କ ପୁଅ ତଥା ଏମ୍‌ପି କାର୍ତ୍ତି ଚିଦାମ୍ବରମ କହିଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲା ୨୦୦୮ରେ ହୋଇଥିଲା ଯାହାର ଏପର୍ଯ୍ୟନ୍ତ ଚାର୍ଜଶିଟ ହୋଇନାହିଁ ବୋଲି ସେ ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି। ପୂର୍ବରୁ ସିବିଆଇ ତାଙ୍କୁ ବହୁ ଥର ସମନ କରିଛି ଏବଂ ପ୍ରତି ଥର ପାଖାପାଖି ୧୦ ଘଣ୍ଟା ଜେରା କରିଛି। ତାଙ୍କ ବାପା ମଧ୍ୟ ପୂର୍ବରୁ ତଦନ୍ତକାରୀ ସଂସ୍ଥା ଆଗରେ ହାଜର ହୋଇଥିଲେ। ଏପର୍ଯ୍ୟନ୍ତ ଚାର୍ଜଶିଟ ହୋଇ ନ ହେବା ଅର୍ଥ କିଛି ମାମଲା ନାହିଁ। କେବଳ ସରକାରରେ ଥିବା କୌଣସି ବ୍ୟକ୍ତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗିରଫଦାରି କରାଯାଇଛି। ଅନ୍ୟ ପ୍ରସଙ୍ଗରୁ ଦେଶବାସୀଙ୍କୁ ନଜର ହଟାଇବା ଲାଗି ତାଙ୍କ ବାପାଙ୍କୁ ଗିରଫ କରାଯାଇଥିବା କାର୍ତ୍ତି କହିଛନ୍ତି। ତେବେ ମଙ୍ଗଳବାର ରାତିରୁ ଚିଦାମ୍ବରମ ଫେରାର ଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। କଂଗ୍ରେସ ଦଳ ତାଙ୍କ ବାପାଙ୍କୁ ସମର୍ଥନ ଜଣାଇଥିବାରୁ ସେ ଧନ୍ୟବାଦ ଦେଇଛନ୍ତି।

ମାମଲାର ଘଟଣାକ୍ରମ


୨୦୧୭ ମେ ୧୫: ଆଇଏନ୍‌ଏକ୍ସ ମିଡିଆରେ ୩୦୫ କୋଟି ଟଙ୍କା ବିଦେଶୀ ପୁଞ୍ଜିନିବେଶ ଲାଗି ୨୦୦୭ରେ ଏଫ୍‌ଆଇପିବି ମଞ୍ଜୁରୀ ପ୍ରଦାନ କରିବାରେ ଅନିୟମିତତାକୁ ନେଇ ସିବିଆଇ ଏତଲା ଦାଏର କରିଥିଲା।
୨୦୧୭ ଜୁନ୍‌ ୧୬: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (ଏଫଆର୍‌ଆର୍‌ଓ) ଏବଂ ଇମିଗ୍ରେଶନ ବ୍ୟୁରୋ କାର୍ତ୍ତିଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଥିଲେ।
୨୦୧୭ ଅଗଷ୍ଟ ୧୦: ମାଡ୍ରାସ ହାଇକୋର୍ଟ ଉକ୍ତ ଏଲ୍‌ଓସି ଉପରେ ରହିତାଦେଶ ଜାରି କରିଥିଲେ।
୨୦୧୭ ଅଗଷ୍ଟ ୧୪: ଏଲ୍‌ଓସି ଉପରେ ମାଡ୍ରାସ ହାଇକୋର୍ଟଙ୍କ ରହିତାଦେଶ ଉପରେ ସୁପ୍ରିମକୋର୍ଟ ନିଷିଦ୍ଧାଦେଶ ଜାରି କରିଥିଲେ।
୨୦୧୭ ଅଗଷ୍ଟ ୧୮: ସିବିଆଇ ଆଗରେ ଅଗଷ୍ଟ ୨୩ରେ ହାଜର ହେବାକୁ ସୁପ୍ରିମକୋର୍ଟ କାର୍ତ୍ତିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
୨୦୧୭ ସେପ୍ଟେମ୍ବର ୨୨: ପ୍ରମାଣ ନଷ୍ଟ କରିବା ପାଇଁ କାର୍ତ୍ତି ବିଦେଶରେ ଥିବା ବ୍ୟାଙ୍କ ଆକାଉଣ୍ଟଗୁଡିକୁ ବନ୍ଦ କରିଦେଉଥବା ଅଭିଯୋଗ କରି ତାଙ୍କ ବିଦେଶ ଯିବା ଉପରେ ରୋକ ଲଗାଇବାକୁ ସିବିଆଇ ସୁପ୍ରିମକୋର୍ଟଙ୍କୁ କହିଥିଲା।
୨୦୧୭ ଅକ୍ଟୋବର ୯: ବ୍ରିଟେନର ଏକ ବିଶ୍ୱବିଦ୍ୟାଳୟରେ ଝିଅର ନାଁ ଲେଖାଇବା ପାଇଁ ଯିବା ନିମନ୍ତେ କାର୍ତ୍ତି ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଥିଲେ।
୨୦୧୭ ନଭେମ୍ବର ୨୦: ବ୍ରିଟେନ ଯିବା ଲାଗି କାର୍ତ୍ତିଙ୍କୁ ଅନୁମତି ମିଳିଥିଲା।
୨୦୧୭ ଡିସେମ୍ବର ୮: ଏୟାରସେଲ୍‌-ମାକ୍ସିସ୍‌ ଚୁକ୍ତିନାମା ମାମଲାରେ ସିବିଆଇର ସମନ ଜାରିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ କାର୍ତ୍ତି।
୨୦୧୮ ଫେବୃୟାରୀ ୧୬: କାର୍ତ୍ତିଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏସ୍‌. ଭାସ୍କରରମଣଙ୍କୁ ସିବିଆଇ ଗିରଫ କଲା।
୨୦୧୮ ଫେବୃୟାରୀ ୨୮: କାର୍ତ୍ତି ବିଦେଶରୁ ଫେରିବା ମାତ୍ରେ ଚେନ୍ନାଇରେ ତାଙ୍କୁ ସିବିଆଇ ଗିରଫ କରି ଦିଲ୍ଲୀ ଆଣିଥିଲା।
୨୦୧୮ ମାର୍ଚ୍ଚ ୨୩: ଜେଲ୍‌ରେ ୨୩ ଦିନ ରହିବା ପରେ କାର୍ତ୍ତିଙ୍କୁ ଜାମିନ ମିଳିଥିଲା।
୨୦୧୮ ଜୁଲାଇ ୨୫: ପି. ଚିଦାମ୍ବରମଙ୍କୁ ହାଇକୋର୍ଟ ଆଗୁଆ ଜାମିନ ଦେଇଥିଲେ।
୨୦୧୮ ଅକ୍ଟୋବର ୧୧: ଆଇଏନ୍‌ଏକ୍ସ ମନିଲଣ୍ଡରିଂ ମାମଲାରେ ସମ୍ପୃକ୍ତି ନେଇ କାର୍ତ୍ତି ଚିଦାମ୍ବରମଙ୍କ ଭାରତ, ସ୍ପେନ ଓ ବ୍ରିଟେନରେ ଥିବା ୫୪ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି।
୨୦୧୯ ଜୁଲାଇ ୧୧: ଜେଲ୍‌ରେ ଥିବା ଇନ୍ଦ୍ରାଣୀ ମୁଖାର୍ଜିଆ ଏହି ମାମଲାରେ ରାଜସାକ୍ଷୀ ହେବା ସହ ବିଚାରପତିଙ୍କ ସମ୍ମୁଖରେ ସର୍ତ୍ତାବଳୀକୁ ଗ୍ରହଣ କଲେ।
୨୦୧୯ ଅଗଷ୍ଟ ୨୦: ପି. ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

ଚହଳ ପକାଇଲା ଅଭିଜିତ ଦୀପକେଙ୍କ ଚିଠି: ସରକାରଙ୍କଠୁ ମାଗିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଛାନିଆ ହେଲେ…

ନୂଆଦିଲ୍ଲୀ,୨୪।୮:କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri