Posted inଜାତୀୟ

ସିବିଆଇକୁ ତଦନ୍ତ ଦାୟିତ୍ୱ

ନୂଆଦିଲ୍ଲୀ/ ଲକ୍ଷ୍ନୌ, ୩୧ା୭(ପି.ଟି.): ବହୁଚର୍ଚ୍ଚିତ ଉନ୍ନାଓ ପୀଡ଼ିତା ଦୁର୍ଘଟଣା ମାମଲାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦିଆଯାଇଛି। ଉତ୍ତରପ୍ରଦେଶ ସରକାରଙ୍କ ସୁପାରିସକ୍ରମେ କେନ୍ଦ୍ର ସରକାର ଏହି ସମ୍ବେଦନଶୀଳ ମାମଲାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି।
ବଳାକତ୍ାର ପୀଡ଼ିତା ତାଙ୍କ ଓକିଲ ଓ ପରିବାର ସଦସ୍ୟଙ୍କ ସହ ରବିବାର ଯାଉଥିବାବେଳେ ଏକ ଟ୍ରକ ସେମାନଙ୍କ କାର୍‌କୁ ଧକ୍କା ଦେଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ହୋଇଥିଲେ। ଏହି ଘଟଣାରେ ପୋଲିସ ଭାଜପା ବିଧାୟକ କୁଲଦୀପ୍‌ ସିଂ ସେନ୍‌ଗାରଙ୍କ ସମେତ ୯ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।
ବାଙ୍ଗରମୌ ଆସନରୁ ୪ ଥର ବିଧାୟକ ହୋଇଥିବା ସେନ୍‌ଗାରଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହେବା ପରେ ଗତବର୍ଷ ଏପ୍ରିଲରେ ତାଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ଘଟଣାକୁ ନେଇ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ମଙ୍ଗଳବାର ମଧ୍ୟ ବିରୋଧୀ ଦଳ ପକ୍ଷରୁ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ, ଟିଏମ୍‌ସି, ଡିଏମ୍‌କେ ଓ ବିଏସ୍‌ପି ସଦସ୍ୟମାନେ ଗୃହରେ ନାରାବାଜି କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ। ପରେ ଏମାନେ କକ୍ଷ ତ୍ୟାଗ କରି ଚାଲିଯାଇଥିଲେ। ପୀଡ଼ିତା ପରିବାରକୁ ଅଧିକ ସୁରକ୍ଷା ଯୋଗାଇ ଦେବା ଲାଗି ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ। ତେବେ ରାଜ୍ୟ ସରକାର ଏନେଇ ପଦକ୍ଷେପ ଗ୍ରହଣ କରୁଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଥିଲେ। ବିରୋଧୀଙ୍କ ପକ୍ଷରୁ ବିଧାୟକ ସେନ୍‌ଗାରଙ୍କ ନିଲମ୍ବନ ଦାବି କରାଯାଇଥିବାବେଳେ ତାଙ୍କୁ ବହୁ ପୂର୍ବରୁ ଦଳରୁ ବିଦା କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ଉତ୍ତରପ୍ରଦେଶ ଭାଜପା ସଭାପତି ସ୍ବତନ୍ତ୍ର ଦେବ ଏହା କହିବା ସହ ପୀଡ଼ିତାଙ୍କ ପରିବାରକୁ ଦଳ ସହଯୋଗ କରିବ ବୋଲି ସ୍ପଷ୍ଟ କରିଛନ୍ତି। ଉନ୍ନାଓ ଘଟଣାକୁ ନେଇ ପ୍ରତିବାଦ ବିକ୍ଷୋଭ ଜାରି ରହିଥିବାବେଳେ ନୂଆଦିଲ୍ଲୀର ୟୁପି ଭବନରେ ମଧ୍ୟ ମହିଳାମାନେ ବିକ୍ଷୋଭ କରିଥିଲେ। ଲକ୍ଷ୍ନୌସ୍ଥିତ ଭାଜପା କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। କଂଗ୍ରେସ ନେତ୍ରୀ ସାବିତ୍ରୀବାଇ ଫୁଲେ ଓ ତାଙ୍କ ସମର୍ଥକମାନଙ୍କୁ ପୋଲିସ ଗିରଫ କରିଥିଲା। ଉନ୍ନାଓ ପୀଡ଼ିତାଙ୍କ ପରିବାର ପକ୍ଷରୁ ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ କରାଯାଇଥିବାବେଳେ ପୀଡ଼ିତାଙ୍କ ଦାଦାଙ୍କୁ ପାରୋଲ ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ଆଲ୍ଲାହାବାଦ୍‌ ହାଇକୋର୍ଟ ପୀଡ଼ିତାଙ୍କ ଦାଦାଙ୍କୁ ନିଜ ସ୍ତ୍ରୀଙ୍କ ଶେଷକୃତ୍ୟ ଲାଗି ଗୋଟିଏ ଦିନ ପାରୋଲ୍‌ ପ୍ରଦାନ କରିଛନ୍ତି।
ସେପଟେ ଚିକିତ୍ସିତ ହେଉଥିବା ପୀଡ଼ିତା ଓ ତାଙ୍କ ଓକିଲଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ମେଡିକାଲର ମୁଖପାତ୍ର ସନ୍ଦୀପ ତିଓ୍ବାରୀ ପ୍ରକାଶ କରିଛନ୍ତି। ସେମାନଙ୍କୁ ଆଇସିୟୁରେ ଭେଣ୍ଟିଲେଟର ସହ ରଖାଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଜାତୀୟ ମହିଳା କମିଶନର ଏକ ଟିମ୍‌ ଉନ୍ନାଓ ପୀଡ଼ିତାଙ୍କ ମା’ଙ୍କୁ ଲକ୍ଷ୍ନୌରେ ଭେଟିଛନ୍ତି। ଗତ ସୋମବାର ଟିମ୍‌ ଡିଜିପି ଓ.ପି. ସିଂଙ୍କୁ ଭେଟି ଉପଯୁକ୍ତ ତଦନ୍ତ ଲାଗି ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ହର୍ମୁଜ ସଙ୍କଟ ମଧ୍ୟରେ ୪ ଇରାନୀ ଟ୍ୟାଙ୍କରକୁ ଭାରତରେ ପ୍ରବେଶ ଅନୁମତି, ସିକ୍କା ବନ୍ଦରରେ…

ନୂଆଦିଲ୍ଲୀ,୧୧ା୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅନୁରୋଧରେ ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଇରାନୀ ତୈଳ ନେଇଯାଉଥିବା ୪ଟି ଆମେରିକା ଦ୍ୱାରା ଅନୁମୋଦିତ ଟ୍ୟାଙ୍କରକୁ ଗୁଜରାଟର ସିକ୍କା ବନ୍ଦରରେ ଡକିଂ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଣିବା ପାଇଁ ମଧ୍ୟସ୍ଥତା କରୁଛି ପାକିସ୍ତାନ, ଯଦି ଇରାନ…

ଓ୍ବାଶିଂଟନ/ଇସଲାମାବାଦ,୧୧ା୪: ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ପାକିସ୍ତାନ ମଧ୍ୟସ୍ଥତା କରୁଛି। ଏଥିପାଇଁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକାର ପ୍ରତିନିଧିମଣ୍ଡଳୀ ସହିତ ପାକସ୍ତାନର…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri