ସିପସରୁବାଲି ମୌଜାରେ ଜବରଦଖଲ ଉଚ୍ଛେଦ: ତିଆରି ହେବ ଲୋକସେବା ସଦନ

ପୁରୀ ଅଫିସ, ୨୫।୮: ବଦଳିବ ପୁରୀର ଢାଞ୍ଚା। ବିଶ୍ୱର ଐତିହ୍ୟ ସହର ଭାବେ ପାଇବ ନୂଆ ପରିଚୟ। ଏଥିପାଇଁ ସହରର ସାମ୍ପ୍ରତିକ ଚିତ୍ରରେ ବ୍ୟାପକ ପରିବର୍ତ୍ତନ ହେବ। ଭିତ୍ତିଭୂମି, ନୂଆ ରାସ୍ତା, ସେତୁ, ପାର୍କିଂ, ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ, ପୁନରୁଦ୍ଧାର ଆଦି କାମ କରାଯିବ। ଏଥିଲାଗି ସରକାରୀ ଜମିରୁ ଜବରଦଖଲ ଓ ବେଆଇନ ନିର୍ମାଣ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମେଘନାଦ ପାଚେରି ପାର୍ଶ୍ୱ ନିର୍ମାଣ ଉଚ୍ଛେଦ ହେବା ପରେ ପ୍ରଶାସନ ଏବେ ଅନ୍ୟାନ୍ୟ ସ୍ଥାନ ଉପରେ ଦୃଷ୍ଟି ପକାଇଛି। ସହର ଏବଂ ଉପକଣ୍ଠରେ ବହୁ ସରକାରୀ ଜମିକୁ ଜବରଦଖଲକାରୀ ମାଡ଼ି ବସିଛନ୍ତି। ଏହିସବୁ ଜାଗାକୁ ମୁକ୍ତ କରି ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗ ଓ ସହରର ବିକାଶ ପାଇଁ ବିଭିନ୍ନ ନିର୍ମାଣ କରାଯିବ। ଏଥିଲାଗି ପୁରୀର ପୁରୁଣା ନକ୍ସା, କାଗଜପତ୍ର ଖେଳାଇ କେଉଁଠି କେତେ ସରକାରୀ ଜମି ରହିଛି, କେଉଁଠାରେ ବେଆଇନ ନିର୍ମାଣ ହୋଇଛି ତାହାକୁ ଚିହ୍ନଟ କରାଯାଉଛି। ପର୍ଯ୍ୟାୟ କ୍ରମେ ଏହିସବୁ ଜାଗାକୁ ନିଜ ଅକ୍ତିଆରକୁ ଆଣିବ ପ୍ରଶାସନ। ଏହି ଅଭିଯାନରେ ବ୍ରହ୍ମଗିରି ତହସିଲ ଅଧୀନ ସିପସରୁବାଲି ମୌଜାର ୫୬ ଏକର ସରକାରୀ ଜାଗାକୁ ଚିହ୍ନଟ କରାଯାଇଛି। ଏଠାରେ ଥିବା ଜବରଦଖଲକୁ ଶନିବାର ଉଚ୍ଛେଦ କରାଯାଇଛି। ଏହି ଜାଗାରେ ଲୋକସେବା ସଦନ ଅର୍ଥାତ୍‌ ଗୋଟିଏ ଛାତ ତଳେ ଜିଲା ପ୍ରଶାସନର ସବୁ ଅଫିସ ରଖାଯିବାକୁ ନିଷ୍ପତ୍ତି ହୋଇଛି।

ମଙ୍ଗଳା ନଦୀ ମୁହାଣ ନିକଟ ହୋଟେଲ ଷ୍ଟର୍ଲିଂ ସମ୍ମୁଖରେ ସିପସରୁବାଲି ମୌଜାର ୫୬ ଏକର ସରକାରୀ ଜମି ଚିହ୍ନଟ କରିଛି ପ୍ରଶାସନ। ଏଠାରେ ଲୋକସେବା ସଦନ ନିର୍ମାଣ କରାଯିବାକୁ ପରିକଳ୍ପନା ହୋଇଛି। ସହର ଉପକଣ୍ଠ ଏହି ଜମିରେ ରହିଥିବା କେତେକ ଜବରଦଖଲକୁ ପ୍ରଶାସନ ଉଚ୍ଛେଦ କରିଛି। ଶନିବାର ଜେସିବି ଲଗାଇ କେତେକ ପାଚେରି, ଦୋକାନ ଘର ଏବଂ ଘର ଭଙ୍ଗାଯାଇଛି। ଆଉ କେତେକ ଘରକୁ ଖାଲି କରିବା ଲାଗି ନୋଟିସ୍‌ ଦିଆଯାଇଛି। ଏହି ଉଚ୍ଛେଦ ସମ୍ପର୍କରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ କହିଛନ୍ତି, ପୁରୀର ବିକାଶକୁ ରାଜ୍ୟ ସରକାର ଫୋକସରେ ରଖିଛନ୍ତି। ଏଥିପାଇଁ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ କରାଯିବ। ଜିଲା ପ୍ରଶାସନର ସବୁ ଅଫିସ ଗୋଟିଏ ଛାତ ତଳେ ରହିବା ଲାଗି ନିଷ୍ପତ୍ତି ହୋଇଛି। ସେଥିପାଇଁ ସିପସରୁବାଲିର ମୌଜାର ପ୍ରାୟ ୫୬ ଏକର ସରକାରୀ ଜମିକୁ ଚିହ୍ନଟ କରାଯାଇ ଏଥିରେ ଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଛି। ଏଠାରେ ଲୋକସେବା ସଦନ ତିଆରି ହେବାର ପ୍ରସ୍ତାବ ରହିଛି। ସେହିପରି ଷ୍ଟର୍ଲିଂ ନିକଟ ମଙ୍ଗଳା ନଦୀ ଉପରେ ନୂଆ ବ୍ରିଜ୍‌ ନିର୍ମାଣ ହେବ। ମଙ୍ଗଳା ଘାଟଠାରେ ଏକ ଅତ୍ୟାଧୁନିକ ଟ୍ରାଫିକ ପୋଷ୍ଟ ବ୍ୟବସ୍ଥା କରାଯିବ। ପର୍ଯ୍ୟାୟ କ୍ରମେ ସମସ୍ତ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯିବ ବୋଲି ଅତିରିକ୍ତ ଜିଲାପାଳ ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri