ସିଏସ୍‌ଏନ୍‌ଆର୍‌ ଓ ସିଏଚ୍‌ଆର୍‌ଆଇ ପକ୍ଷରୁ ଅପରାଧ ରିପୋର୍ଟ ପ୍ରକାଶ : ଭୁବନେଶ୍ୱର ପୋଲିସ ଜିଲାରେ ସର୍ବାଧିକ ମାମଲା

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ସିଏସ୍‌ଏନ୍‌ଆର୍‌ ଓ ସିଏଚ୍‌ଆର୍‌ଆଇ ପକ୍ଷରୁ ରାଜ୍ୟର ୪ ପୋଲିସ ଜିଲାର ଅପରାଧ ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ୨୦୧୭ ରୁ ୨୦୧୮ ମେ’ ମଧ୍ୟରେ ଭୁବନେଶ୍ୱର, କଟକ, ଯାଜପୁର ଓ କନ୍ଧମାଳ ପୋଲିସ ଜିଲାରେ ଘଟିଥିବା ଅପରାଧର ସ୍ଥିତି ସଂକ୍ରାନ୍ତରେ ଉଲ୍ଲେଖ ରହିଛି। ଆର୍‌ଟିଆଇ, ରାଷ୍ଟ୍ରୀୟ ଓ ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ, ପୋଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ, ଓଡିଶା ସରକାର, କମିଶନରେଟ ପୋଲିସ, ରାଷ୍ଟ୍ରୀୟ ଏବଂ ରାଜ୍ୟ ମାନବାଧିକାର ଆୟୋଗ, ବିଧାନସଭା ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ତେବେ ଭୁବନେଶ୍ୱର ପୋଲିସ ଜିଲାରେ ସର୍ବାଧିକ ଅଭିଯୋଗ ରହିଥିବାବେଳେ ଏହା ତଳକୁ ଯାଜପୁର, କଟକ ଓ କନ୍ଧମାଳ ରହିଛି।
ଉକ୍ତ ରିପୋର୍ଟ ଅନୁସାରେ, ଏହି ୪ ପୋଲିସ ଜିଲାରେ ୨୦୧୭ରେ ୧୭,୦୮୨ ଓ ୨୦୧୮ ଜାନୁୟାରୀରୁ ମେ ମଧ୍ୟରେ ୬,୯୯୯ ଅଭିଯୋଗ ବିଭିନ୍ନ ଥାନାରେ ଦାଖଲ ହୋଇଛି। ୨୦୧୭ରେ ଭୁବନେଶ୍ୱରରେ ସର୍ବାଧିକ ୭ ହଜାର ୩୩୦ ଓ ୨୦୧୮ ଜାନୁୟାରୀ-ମେ ମଧ୍ୟରେ ୩୦୨୮ ଆପରାଧିକ ମାମଲା ରୁଜୁ ହୋଇଛି। ତେବେ ଶହୀଦନଗର ଥାନାରେ ସର୍ବାଧିକ ୮୬୧, ଖଣ୍ଡଗିରି ଥାନାରେ ସର୍ବାଧିକ ୬ ହତ୍ୟା ଓ ୪୩ ଲୁଟ୍‌ ଏବଂ କ୍ୟାପିଟାଲ ଥାନାରେ ୨୩୨ ଚୋରି ମାମଲା ରୁଜୁ ହୋଇଛି। ସେହିପରି ୨୦୧୭ରେ କଟକ ପୋଲିସ ଜିଲାରେ ୩,୮୭୯, ଯାଜପୁରରେ ୪,୫୪୬ ଓ କନ୍ଧମାଳରେ ୧୩୨୭ ଆପରାଧିକ ମାମଲା ରୁଜୁ ହୋଇଛି। ଏହି ବର୍ଷରେ ରାଜ୍ୟରେ ୨,୨୨୧ ବଳାତ୍କାର ମାମଲା ରୁଜୁ ହୋଇଥିବାବେଳେ ଏହି ୪ ପୋଲିସ ଜିଲାରେ ୫୯୯ ମାମଲା ହୋଇଛି। ଏଥିସହ ମହିଳାଙ୍କ ବିରୋଧରେ ୨୦୧୭ରେ ୧,୮୭୫ ମାମଲା ରୁଜୁ ହୋଇଛି। ସେହିଭଳି ପୋଲିସ ଅଧିକାରୀଙ୍କ ବିରୋଧରେ କଟକ ଏଚ୍‌ଆର୍‌ପିସିରେ ୧୧୩, ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ୩୬୬, ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ୪୩୯ ଓ ରିଜର୍ଭ ପୋଲିସ ଭୁବନେଶ୍ୱରଙ୍କ ନିକଟରେ ୧୪ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।
ଏଥିସହ ଉକ୍ତ ରିପୋର୍ଟରେ କେତେକ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ପୋଲିସ ପ୍ରଶାସନ ୩୩ ପ୍ରତିଶତ ମହିଳା ପୋଲିସଙ୍କୁ ନିଯୁକ୍ତି ଦିଅନ୍ତୁ। ପ୍ରତ୍ୟେକ ଥାନାରେ ମହିଳାଙ୍କ ପାଇଁ ଅଲଗା ଶୌଚାଳୟ ଓ ଲକ୍‌ଅପ୍‌ ବ୍ୟବସ୍ଥା, ଥାନାରେ ର଼୍ୟାମ୍ପ ଓ ସିସିଟିଭି କ୍ୟାମେରା ବ୍ୟବସ୍ଥା କରିବାକୁ ସୁପାରିସ କରାଯାଇଛି। ଭୁବନେଶ୍ୱରସ୍ଥିତ ଦି ପ୍ରେସ କ୍ଲବ ଅଫ୍‌ ଓଡିଶାଠାରେ ଗୁରୁବାର ଆୟୋଜିତ ରିପୋର୍ଟ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରଫେସର କୃଷ୍ଣ ଦେବା ରାଓ, ସିଏସ୍‌ଏନ୍‌ଆର୍‌ ସଚିବ ଧୀରେନ୍ଦ୍ର ପଣ୍ଡା ଓ ସିଏଚ୍‌ଆର୍‌ଆଇ ପୋଗ୍ରାମ ଅଫିସର ଦେବିକା ପ୍ରସାଦ ଓ ଅନ୍ୟ ସାମଜିକ ସଙ୍ଗଠନର ସଦସ୍ୟମାନେ ଉପସ୍ଥିିତ ଥିଲେ। ସିଏସ୍‌ଏନ୍‌ଆର୍‌ ସଚିବ ପଣ୍ଡା ରିପୋର୍ଟର ସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri