ସିଏସ୍‌ଏନ୍‌ଆର୍‌ ଓ ସିଏଚ୍‌ଆର୍‌ଆଇ ପକ୍ଷରୁ ଅପରାଧ ରିପୋର୍ଟ ପ୍ରକାଶ : ଭୁବନେଶ୍ୱର ପୋଲିସ ଜିଲାରେ ସର୍ବାଧିକ ମାମଲା

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ସିଏସ୍‌ଏନ୍‌ଆର୍‌ ଓ ସିଏଚ୍‌ଆର୍‌ଆଇ ପକ୍ଷରୁ ରାଜ୍ୟର ୪ ପୋଲିସ ଜିଲାର ଅପରାଧ ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ୨୦୧୭ ରୁ ୨୦୧୮ ମେ’ ମଧ୍ୟରେ ଭୁବନେଶ୍ୱର, କଟକ, ଯାଜପୁର ଓ କନ୍ଧମାଳ ପୋଲିସ ଜିଲାରେ ଘଟିଥିବା ଅପରାଧର ସ୍ଥିତି ସଂକ୍ରାନ୍ତରେ ଉଲ୍ଲେଖ ରହିଛି। ଆର୍‌ଟିଆଇ, ରାଷ୍ଟ୍ରୀୟ ଓ ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ, ପୋଲିସ ଅନୁସନ୍ଧାନ ଓ ବିକାଶ ବ୍ୟୁରୋ, ଓଡିଶା ସରକାର, କମିଶନରେଟ ପୋଲିସ, ରାଷ୍ଟ୍ରୀୟ ଏବଂ ରାଜ୍ୟ ମାନବାଧିକାର ଆୟୋଗ, ବିଧାନସଭା ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ତେବେ ଭୁବନେଶ୍ୱର ପୋଲିସ ଜିଲାରେ ସର୍ବାଧିକ ଅଭିଯୋଗ ରହିଥିବାବେଳେ ଏହା ତଳକୁ ଯାଜପୁର, କଟକ ଓ କନ୍ଧମାଳ ରହିଛି।
ଉକ୍ତ ରିପୋର୍ଟ ଅନୁସାରେ, ଏହି ୪ ପୋଲିସ ଜିଲାରେ ୨୦୧୭ରେ ୧୭,୦୮୨ ଓ ୨୦୧୮ ଜାନୁୟାରୀରୁ ମେ ମଧ୍ୟରେ ୬,୯୯୯ ଅଭିଯୋଗ ବିଭିନ୍ନ ଥାନାରେ ଦାଖଲ ହୋଇଛି। ୨୦୧୭ରେ ଭୁବନେଶ୍ୱରରେ ସର୍ବାଧିକ ୭ ହଜାର ୩୩୦ ଓ ୨୦୧୮ ଜାନୁୟାରୀ-ମେ ମଧ୍ୟରେ ୩୦୨୮ ଆପରାଧିକ ମାମଲା ରୁଜୁ ହୋଇଛି। ତେବେ ଶହୀଦନଗର ଥାନାରେ ସର୍ବାଧିକ ୮୬୧, ଖଣ୍ଡଗିରି ଥାନାରେ ସର୍ବାଧିକ ୬ ହତ୍ୟା ଓ ୪୩ ଲୁଟ୍‌ ଏବଂ କ୍ୟାପିଟାଲ ଥାନାରେ ୨୩୨ ଚୋରି ମାମଲା ରୁଜୁ ହୋଇଛି। ସେହିପରି ୨୦୧୭ରେ କଟକ ପୋଲିସ ଜିଲାରେ ୩,୮୭୯, ଯାଜପୁରରେ ୪,୫୪୬ ଓ କନ୍ଧମାଳରେ ୧୩୨୭ ଆପରାଧିକ ମାମଲା ରୁଜୁ ହୋଇଛି। ଏହି ବର୍ଷରେ ରାଜ୍ୟରେ ୨,୨୨୧ ବଳାତ୍କାର ମାମଲା ରୁଜୁ ହୋଇଥିବାବେଳେ ଏହି ୪ ପୋଲିସ ଜିଲାରେ ୫୯୯ ମାମଲା ହୋଇଛି। ଏଥିସହ ମହିଳାଙ୍କ ବିରୋଧରେ ୨୦୧୭ରେ ୧,୮୭୫ ମାମଲା ରୁଜୁ ହୋଇଛି। ସେହିଭଳି ପୋଲିସ ଅଧିକାରୀଙ୍କ ବିରୋଧରେ କଟକ ଏଚ୍‌ଆର୍‌ପିସିରେ ୧୧୩, ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ୩୬୬, ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ୪୩୯ ଓ ରିଜର୍ଭ ପୋଲିସ ଭୁବନେଶ୍ୱରଙ୍କ ନିକଟରେ ୧୪ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡିଛି।
ଏଥିସହ ଉକ୍ତ ରିପୋର୍ଟରେ କେତେକ ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ପୋଲିସ ପ୍ରଶାସନ ୩୩ ପ୍ରତିଶତ ମହିଳା ପୋଲିସଙ୍କୁ ନିଯୁକ୍ତି ଦିଅନ୍ତୁ। ପ୍ରତ୍ୟେକ ଥାନାରେ ମହିଳାଙ୍କ ପାଇଁ ଅଲଗା ଶୌଚାଳୟ ଓ ଲକ୍‌ଅପ୍‌ ବ୍ୟବସ୍ଥା, ଥାନାରେ ର଼୍ୟାମ୍ପ ଓ ସିସିଟିଭି କ୍ୟାମେରା ବ୍ୟବସ୍ଥା କରିବାକୁ ସୁପାରିସ କରାଯାଇଛି। ଭୁବନେଶ୍ୱରସ୍ଥିତ ଦି ପ୍ରେସ କ୍ଲବ ଅଫ୍‌ ଓଡିଶାଠାରେ ଗୁରୁବାର ଆୟୋଜିତ ରିପୋର୍ଟ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରଫେସର କୃଷ୍ଣ ଦେବା ରାଓ, ସିଏସ୍‌ଏନ୍‌ଆର୍‌ ସଚିବ ଧୀରେନ୍ଦ୍ର ପଣ୍ଡା ଓ ସିଏଚ୍‌ଆର୍‌ଆଇ ପୋଗ୍ରାମ ଅଫିସର ଦେବିକା ପ୍ରସାଦ ଓ ଅନ୍ୟ ସାମଜିକ ସଙ୍ଗଠନର ସଦସ୍ୟମାନେ ଉପସ୍ଥିିତ ଥିଲେ। ସିଏସ୍‌ଏନ୍‌ଆର୍‌ ସଚିବ ପଣ୍ଡା ରିପୋର୍ଟର ସମୀକ୍ଷା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri