‘ସିଏଏ ସହ ଏନ୍‌ଆର୍‌ସିକୁ ଯୋଡ଼ା ନ ଯାଉ’

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ(ସିଏବି) ଗୃହୀତ ହୋଇ ସାରିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଏକ ଆଇନରେ ମଧ୍ୟ ପରିଣତ ହୋଇଛି। ହେଲେ ଏହି ନୂତନ ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରହିଛି। ବିଶେଷ ଭାବେ ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ ଦେଖା ଦେଇଛି। ଓଡ଼ିଶାରେ ଶାସନ କରୁଥିବା ବିଜେଡି ପାର୍ଲାମେଣ୍ଟର ଉଭୟ ସଦନରେ ସିଏବି ସପକ୍ଷରେ ଭୋଟ ଦାନ କରିଥିଲା। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସହ ସାରା ଦେଶରେ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି) ଲାଗୁ ହେବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହେଲେ ସିଏବିକୁ ଆଇନରେ ପରିଣତ କରିବାକୁ ଭୋଟ୍‌ ଦେଇଥିବା ବିଜେଡି ଏନ୍‌ଆରସି ପ୍ରକ୍ରିୟାକୁ ବିରୋଧ କରିଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ଏହା ସ୍ପଷ୍ଟ କରିଛନ୍ତି। ତେଣୁ ଏହି ପ୍ରସଙ୍ଗ ଉପରେ ଦଳର ଆଭିମୁଖ୍ୟ ଜାଣିବା ପାଇଁ ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ସହ ଆଲୋଚନା କରାଯାଇଥିଲା।

ବିଜେଡି ସିଏଏକୁ ସମର୍ଥନ କରିବା ପରେ ଏନ୍‌ଆରସିକୁ ବିରୋଧ କରିବା କ’ଣ ବାର୍ତ୍ତା ଦେଉଛି। ଏହାର ଏକ ଦୀର୍ଘକାଳୀନ ଉଦ୍ଦେଶ୍ୟ ରହିଛି କି?ମୁଖ୍ୟମନ୍ତ୍ରୀ ଅନୁଭବ କଲେ କି ଯେ, ମୋଦି ସରକାର ପ୍ରତି ଲୋକଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ହୋଇଛି?
ବିଜେଡି ଏକ ଆଞ୍ଚଳିକ ଦଳ। ହେଲେ ଜାତୀୟ ସ୍ବାର୍ଥ କଥା ପଡ଼ିଲେ ଦଳ ସବୁ ସମୟରେ ଦେଶ ହିତକର ପଦକ୍ଷେପରେ ଛିଡା ହୋଇଛି। ସିଏଏ ଦ୍ୱାରା ଦେଶର ନାଗରିକଙ୍କ କୌଣସି ଅସୁବିଧା ହେବାର ନାହିଁ। ଏହା ଶରଣାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ। ଏହାକୁ ନେଇ କରାଯାଉଥିବା ଗୁଜବରେ ବିଶ୍ୱାସ କରା ନ ଯାଉ। ସେହିଭଳି ଏନ୍‌ଆରସି ଏକ ଭିନ୍ନ ପ୍ରସଙ୍ଗ, ଏହାକୁ ବିଜେଡି ସମର୍ଥନ କରେ ନାହିଁ ବୋଲି ଦଳୀୟ ସଭାପତି ସ୍ପଷ୍ଟ କରିସାରିଛନ୍ତି। ରାଜ୍ୟର ସ୍ବାର୍ଥଦୃଷ୍ଟିରୁ ବିଚାର କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି। ମୋଦି ସରକାର ପ୍ରତି ଦେଶସାରା କ’ଣ ଆଭିମୁଖ୍ୟ ଥାଇପାରେ। ଓଡ଼ିଶାରେ ନବୀନ ବାବୁଙ୍କ ପ୍ରତି ଜନସମର୍ଥନ ରହିଛି।
କେତେକ କ୍ଷେତ୍ରରେ ମୋଦି ସରକାର ପ୍ରତି କରାଯାଇଥିବା ଅକୁଣ୍ଠ ସମର୍ଥନର ପୁନର୍ବିଚାର କରାଗଲା କି। ବିନା ଏନ୍‌ଆରସିରେ ସିଏଏ ସମ୍ଭବ କି? ଏହି ଦୁଇ ପ୍ରକ୍ରିୟା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ନୁହେଁ ତ?
ସ୍ବାଧୀନତା ସମୟରେ ଦେଶ ବିଭାଜନ ହୋଇଥିଲା। ଏହି ସମୟରେ ବହୁ ଲୋକ ସଂଖ୍ୟାଲଘୁଭାବେ ପାକିସ୍ତାନ, ବାଂଲାଦେଶ,ଆଫଗାନିସ୍ତାନ ଇତ୍ୟାଦି ଦେଶରେ ରହିଯାଇଥିଲେ। ହେଲେ ସେଠାରେ ଧର୍ମୀୟ ବିଦ୍ୱେଷର ଶିକାର ହୋଇ ଭାରତ ଶରଣାପନ୍ନ ହୋଇଥିଲେ। ତେଣୁ ସିଏଏ ଦ୍ୱାରା ସେମାନଙ୍କୁ ନ୍ୟାୟ ଦିଆଯାଇ ପାରିବ। ଏନ୍‌ଆରସି ପ୍ରସଙ୍ଗ ମୂଳତଃ ଆସାମକୁ ନେଇ ଉଠିଥିଲା। ଏହା ଦେଶବ୍ୟାପୀ ଲାଗୁ ହେବା ନେଇ କୌଣସି ସୂଚନା ଏଯାବତ୍‌ ନାହିଁ। ତେଣୁ ସିଏଏକୁ ଏନ୍‌ଆରସି ସହ ଯୋଡା ନ ଯାଉ।
ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନର ସଂଖ୍ୟାଲଘୁଙ୍କୁ ଶରଣ ଦେବା କଥା କହୁଛନ୍ତି। ଧର୍ମନିରପେକ୍ଷ ଭାରତ ବର୍ଷରେ ସିଏଏ ମୁସଲିମ୍‌ମାନଙ୍କ ପ୍ରତି ବିଦ୍ୱେଷ ଭାବ ସୃଷ୍ଟି କରାଯାଉ ନାହିଁ କି ?
ସିଏଏ ଏକ ସକାରାତ୍ମକ ଦିଗ। ପାକିସ୍ତାନ,ବାଂଲାଦେଶ ଏବଂ ଆଫଗାନିସ୍ତାନ ମୁସଲିମ୍‌ ବହୁଳ ଦେଶ,ସେଠାରେ ସଂଖ୍ୟାଲଘୁଙ୍କୁ ଅତ୍ୟାଚାର କରାଯାଇଛି। ସିଏଏରେ ଶରଣାର୍ଥୀଙ୍କୁ ନ୍ୟାୟ ଦେବା ମୁଖ୍ୟ ଉଦ୍ଦେଶ୍ୟ। ଏହା କୌଣସି ଭାବେ ଭାରତୀୟ ନାଗରିକଙ୍କୁ ପ୍ରଭାବିତ କରିବ ନାହିଁ।
ମୁସଲିମ୍‌ଙ୍କୁ ବାଦ୍‌ ନେଇ ସିଏଏ ଦ୍ୱାରା ଅନ୍ୟ ଧର୍ମର ବ୍ୟକ୍ତିବିଶେଷଙ୍କୁ ଭାରତରେ ପରୋକ୍ଷରେ ଅନୁପ୍ରବେଶ ପାଇଁ ପ୍ରୋତ୍ସାହିତ କରୁନାହିଁ କି?
ନାଁ, କରୁନାହିଁ। ଅତ୍ୟାଚାରିତ ହୋଇ ରହିଥିବା ସଂଖ୍ୟାଲଘୁଙ୍କ ସ୍ବାର୍ଥ କଥା ଦେଖାଯାଇଛି। ସେମାନେ ଆଉ କୌଣସି ଦେଶକୁ ଯିବାର ସମ୍ଭାବନା ନାହିଁ। ତେଣୁ ସେମାନଙ୍କ ନାଗରିକତ୍ୱକୁ ଗୁରୁତ୍ୱ ଦିଆଯାଇଛି।
ଶ୍ରୀଲଙ୍କାରୁ ଶରଣାର୍ଥୀଭାବେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ ବିଜେଡି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଏହା ହେଲା ନାହିଁ। ଏହା କେନ୍ଦ୍ର ସରକାରଙ୍କ ସ୍ବେଚ୍ଛାଚାର ନୁହେଁ କି? ଜାତୀୟସ୍ତରରେ ବିଜେଡି ନିଜର ଗୁରୁତ୍ୱ ହରାଉଛି କି?
ଓଡ଼ିଶା ଏବଂ ଶ୍ରୀଲଙ୍କାର ଐତିହାସିକ ସମ୍ପର୍କ ରହିଛି। ତେଣୁ ସେମାନଙ୍କ ପ୍ରସଙ୍ଗରେ ବିଜେଡି ଉଭୟ ସଦନରେ ଉଠାଇଥିଲା। ହେଲେ ପ୍ରାଥମିକଭାବେ ଅନ୍ୟ ଦେଶକୁ ଗୁରୁତ୍ୱ ଦିଆଯାଇଛି। ଭବିଷ୍ୟତରେ ଏହି ଦାବି ନେଇ ବିଜେଡି ନିଶ୍ଚୟ ଆଗକୁ ବଢିବ। ନବୀନ ପଟ୍ଟନାୟକ ଧର୍ମନିରପେକ୍ଷତାରେ ସର୍ବଦା ବିଶ୍ୱାସ କରନ୍ତି। ରାଜ୍ୟ ସ୍ବାର୍ଥକୁ ସର୍ବାଧିକ ପ୍ରାଧାନ୍ୟ ଦେଇଛନ୍ତି। ଅନୁରୂପଭାବେ ଜାତୀୟ ସ୍ବାର୍ଥ ପ୍ରସଙ୍ଗରେ ଉଚିତ ଆଭିମୁଖ୍ୟ ନେଇଥାଆନ୍ତି। ଜାତୀୟସ୍ତରରେ ବିଜେଡିର ଗୁରୁତ୍ୱ ବଢିଛି।
ସିଏଏ ଏବଂ ଏନ୍‌ଆରସିକୁ କିପରି ଅଲଗା କରୁଛନ୍ତି। ଅଣମୁସଲିମ୍‌ଙ୍କୁ ସିଏଏ ନାଗରିକତ୍ୱ ପ୍ରଦାନ କରିବ। ତେବେ ବଙ୍ଗଳା କହୁଥିବା ବାଂଲାଦେଶୀ, ଯେଉଁମାନେ ରାଜ୍ୟର ମାଲକାନଗିରି ଏବଂ ଅନ୍ୟ ଜିଲାରେ ବେଆଇନ ରହୁଛନ୍ତି ସେମାନ ଉପକୃତ ହେବେ ନାହିଁ କି?
ମାଲକାନଗିରିରେ ରହୁଥିବା ବାଂଲାଦେଶୀଙ୍କୁ ବିଭିନ୍ନ ଆଲୋଚନା ଏବଂ ବିଚାର ମାଧ୍ୟମରେ ନିଆଯାଇଛି। ସିଏଏ ରେ ନାଗରିକତ୍ୱ ପାଇଁ ରହିଥିବା ବର୍ଗରୁ ଯେଉଁମାନେ ଆସିଥିବେ, ସେମାନେ ନାଗରିକତ୍ୱ ପାଇବେ। ଯେଉଁ ମୁସଲିମ୍‌ ଭାଇମାନେ ବୈଧ ଆକାରରେ ଆସିଛନ୍ତି। ସେମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଆଇନ ରହିଛି। ଏହି ପ୍ରକ୍ରିୟା ଦେଇ ସେମାନଙ୍କ ନିକଟରେ ମଧ୍ୟ ଆବେଦନର ସୁଯୋଗ ରହିବ।

ସାକ୍ଷାତ୍‌ : ଚିଦାନନ୍ଦ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?