ସିଏଏକୁ ନେଇ ପଶ୍ଚିମବଙ୍ଗ ଅଶାନ୍ତ: ହାଓଡା-ଓଡ଼ିଶା ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ଏସବୁ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ଓଡ଼ିଶା- ହାଓଡା ମଧ୍ୟରେ ରେଳ ଚଳାଚଳ ବ୍ୟାହାତ ହୋଇଛି। ବିଶେଷକରି ପଶ୍ଚିମବଙ୍ଗର ଦକ୍ଷିଣ-ପୂର୍ବ ରେଳପଥର ଖଡଗପୁର ଓ ହାଓଡା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମେରିଗ୍ରାମ, ବକ୍ରା ନୟାବାଜ ଓ ନଳପୁର ଷ୍ଟେଶନମାନଙ୍କରେ ଲୋକମାନଙ୍କଦ୍ୱାରା ବିକ୍ଷୋଭ ଯୋଗୁ ଓଡ଼ିଶା ଆସୁଥିବା ଓ ଓଡ଼ିଶାରୁ ଯାଉଥିବା ଟ୍ରେନ୍‌ ପ୍ରଭାବିତ ହୋଇଛି।

*ହାଓଡାରୁ ବାତିଲ ହୋଇଥିବା ଟ୍ରେନ:-

୧.୨୦୮୮୯ ହାଓଡା-ତିରୁପତି ହମସଫର ଏକ୍ସପ୍ରେସ
୨.୨୨୮୭୭ ହାଓଡା-ଏର୍ଣ୍ଣାକୁଲମ ଅନ୍ତର୍ଦ୍ୱୟ ଏକ୍ସପ୍ରେସ
୩.୧୨୮୪୧ ହାଓଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ
୪.୧୨୨୪୫ ହାଓଡା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ
୫.୧୮୬୪୫ ହାଓଡା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ
୬.୧୨୮୪୭ ହାଓଡା-ପୁଣେ ଦୂରନ୍ତ ଏକ୍ସପ୍ରେସ
୭.୧୨୮୬୦ ହାଓଡା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ

*ସଂଲଗ୍ନ ଟ୍ରେନ ବାତିଲ ଯୋଗୁ ପୁରୀରୁ ବାତିଲ ହେଉଥିବା ଟ୍ରେନ:-

୧. ୨୨୮୯୦ ପୁରୀ-ଦିଘା ଏକ୍ସପ୍ରେସ ଶନିବାର ପୁରୀଠାରୁ
୨. ୫୮୦୦୨ ପୁରୀ-ସନ୍ତ୍ରାଗାଛି ପାସେଞ୍ଜର ରବିବାର ପୁରୀରୁ
୩. ୫୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ରବିବାର ପୁରୀରୁ

*ଆଂଶିକ ବାତିଲ ହେଉଥିବା ଟ୍ରେନ:-

୧. ଶନିବାର ପୁରୀରୁ ଛାଡିଥିବା ଶତାବ୍ଦୀ ଏକ୍ସପ୍ରେସ ହାଓଡା ପରିବର୍ତ୍ତେ ଖଡ଼ଗପୁରରୁ ଫେରିବ ଓ ଖଡ଼ଗପୁର ଓ ହାଓଡା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।
୨. ଶନିବାର ଭୁବନେଶ୍ୱରରୁ ଛାଡିଥିବା ଜନ ଶତାବ୍ଦୀ ଏକ୍ସପ୍ରେସ ହାଓଡା ପରିବର୍ତ୍ତେ ମେଛେଦାଠାରୁ ଫେରିବ ଓ ମେଛେଦା ଓ ହାଓଡା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

*ସେହିଭଳି ମଧ୍ୟବର୍ତ୍ତୀ ଷ୍ଟେଶନମାନଙ୍କରେ ନିୟନ୍ତ୍ରିତ ହୋଇଥିବା ଟ୍ରେନ:-

୧. ଚେନ୍ନାଇ-ହାଓଡା କରମଣ୍ଡଳ ଏକ୍ସପ୍ରେସ ପାନ୍ସକୁରା ଠାରେ ଅଟକିଛି।
୨. ଯଶୋବନ୍ତପୁର-ହାଓଡା ଦୁରନ୍ତ ଏକ୍ସପ୍ରେସ ଭଦ୍ରକ ଠାରେ ଅଟକିଛି।
୩.  ସିକନ୍ଦରାବାଦ-ହାଓଡା ଫଲକନାମା ଏକ୍ସପ୍ରେସ ଯାଜପୁର କେନ୍ଦୁଝର ରୋଡଠାରେ ଅଟକିଛି।
୪. ପୁରୀ-ହାଓଡା ଧଉଳି ଏକ୍ସପ୍ରେସ କଟକଠାରେ ଅଟକିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri