ସିଇଓଙ୍କୁ ଭାଜପାର ଫେରାଦ: ଡେରାବିଶ ବ୍ଲକରେ ହେଉଛି ମଦ କାରବାର; ଏବେ ବି ପାଟକୁରାରେ ବୁଲୁଛନ୍ତି ବିଜେଡି ବିଧାୟକ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଶନିବାର ପାଟକୁରାରେ ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବିଜେଡିର ବିଧାୟକ ତଥା ନେତାମାନେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରଚାର ଅବଧି ଶେଷ ହୋଇଥିବା ବେଳେ ଏବେ ବି ବିଜେଡିର ନେତାମାନେ ସେଠାରେ ବୁଲୁଛନ୍ତି। ଦୁଇଦିନ ଧରି ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ମଦ କାରବାର କରାଯାଉଛି। ଫଳରେ ଅବାଧ ତଥା ନିରପେକ୍ଷ ନିର୍ବାଚନ ଉପରେ ପ୍ରଶ୍ନ ଉଠୁଛି। ଏଭଳି କିଛି ପ୍ରସଙ୍ଗକୁ ନେଇ ଶୁକ୍ରବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇ ଦୃଷ୍ଟି ଆକର୍ଷଣ କରାଯାଇଥିବା ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ସେ କହିଛନ୍ତି, ନିର୍ବାଚନ ପୂର୍ବର ୪୮ ଘଣ୍ଟା ଅବଧି ଆରମ୍ଭ ହୋଇଗଲାଣି। ହେଲେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁରର ବିଧାୟକମାନେ ପାଟକୁରାରେ ବୁଲୁଛନ୍ତି। ଏଭଳିକି ପୋଲିସ ଅଧିକାରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ମୋଟ ୧୫୮ଟି ସମ୍ବେଦନଶୀଳ ବୁଥ୍‌ରେ ଏଯାବତ ସିସିଟିଭି ତଥା ଭିଡିଓଗ୍ରାଫିର ବ୍ୟବସ୍ଥା କରାଯାଇନାହିଁ। ଠିକ୍‌ ସମୟରେ ସିଇଓଙ୍କୁ ଦଳ ପକ୍ଷରୁ ଏହାର ତାଲିକା ଦିଆଯାଇଥିଲା। ମାତ୍ର ତାହା ହୋଇ ନ ଥିବାରୁ ତୁରନ୍ତ ସେଠାରେ ସିସିଟିଭି ଲଗାଯାଉ ଏବଂ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଉ ବୋଲି ଫେରାଦ ହୋଇଛୁ। ବିଶେଷକରି ଡେରାବିଶ ବ୍ଲକରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଉ। ଏଠାରେ ବିଜେଡି ବୁଥ୍‌ ଜବରଦଖଲ କରିବାର ସମ୍ଭାବନା ରହିଛି। କାରଣ ଦୁଇଦିନ ଧରି ଏଠାରେ ଖୋଲାଖୋଲି ମଦ କାରୋବାର ହେଉଛି। ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି। ବିଗତ ଦିନରେ ଚାନ୍ଦବାଲି ନିର୍ବାଚନ ସମୟରେ ମଦ କାରବାର ଯୋଗୁ ୧୦ଜଣଙ୍କ ଜୀବନ ଚାଲିଯାଇଥିଲା। ଏଠାରେ ସେଭଳି କିଛି ସମସ୍ୟା ନ ଉପୁଜୁ ସେଥିପାଇଁ ଏହାକୁ ବନ୍ଦ କରିବାକୁ ବ୍ୟବସ୍ଥା କରିବାକୁ କହିଛୁ। କେବଳ ମଦ ଦୋକାନଗୁଡ଼ିକ ସିଲ୍‌ କରାଗଲେ ଚଳିବ ନାହିଁ, ଅବାଧ ତଥା ନିରପେକ୍ଷ ନିର୍ବାଚନ ହେବା ନେଇ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।

ସେହିଭଳି ବିଜେଡି ମଧ୍ୟ ଅନୁରୂପ ଭାବେ ଭାଜପା ବୁଥ୍‌ ଜବରଦଖଲ କରିବା ଆଶଙ୍କାରେ ସିଇଓଙ୍କୁ ଫେରାଦ ହେବା ପ୍ରସଙ୍ଗରେ ସେ କହିଛନ୍ତି, ଚୋର ମୁହଁ ଟାଣ। ଅନେକ ଦିନ ଆଗରୁ ପାଟକୁରାରେ କ’ଣ ହେବ ସେ ନେଇ ଆଶଙ୍କା କରି ଭାଜପା ସିଇଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଜେଡି ପ୍ରାର୍ଥୀ ନିଜେ ଟଙ୍କା ବାଣ୍ଟିବାର ଭିଡିଓ ଭାଇରାଲ ହୋଇଛି। ଏପରିକି ସରକାରୀ କର୍ମଚାରୀମାନେ ବିଜେଡି ଲାଗି ପ୍ରଚାର କରୁଛନ୍ତି। ଆଇନକୁ ଉଲ୍ଲଘଂନ କରୁଛନ୍ତି। ଯଦି କେହି ରିଗିଂ କରିବ ସେ ହେଉଛି ବିଜେଡି। କାରଣ ଏବେ ବି ବିଜେଡି ବିଧାୟକମାନେ ପାଟକୁରାରେ ବୁଲୁଛନ୍ତି। ସିଇଓ ଏ ଦିଗରେ କାହିଁକି ପଦକ୍ଷେପ ଗ୍ରହଣ କରୁନାହାନ୍ତି ତାହା ପ୍ରଶ୍ନ। ଏଣୁ ବିଜେଡି ପକ୍ଷରୁ ଏଭଳି ଆଶଙ୍କା ଭିତ୍ତିହିନ ବୋଲି ସେ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri