ସିଇଓଙ୍କୁ ଭାଜପାର ଫେରାଦ: ଡେରାବିଶ ବ୍ଲକରେ ହେଉଛି ମଦ କାରବାର; ଏବେ ବି ପାଟକୁରାରେ ବୁଲୁଛନ୍ତି ବିଜେଡି ବିଧାୟକ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଶନିବାର ପାଟକୁରାରେ ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବିଜେଡିର ବିଧାୟକ ତଥା ନେତାମାନେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରଚାର ଅବଧି ଶେଷ ହୋଇଥିବା ବେଳେ ଏବେ ବି ବିଜେଡିର ନେତାମାନେ ସେଠାରେ ବୁଲୁଛନ୍ତି। ଦୁଇଦିନ ଧରି ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ମଦ କାରବାର କରାଯାଉଛି। ଫଳରେ ଅବାଧ ତଥା ନିରପେକ୍ଷ ନିର୍ବାଚନ ଉପରେ ପ୍ରଶ୍ନ ଉଠୁଛି। ଏଭଳି କିଛି ପ୍ରସଙ୍ଗକୁ ନେଇ ଶୁକ୍ରବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇ ଦୃଷ୍ଟି ଆକର୍ଷଣ କରାଯାଇଥିବା ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ସେ କହିଛନ୍ତି, ନିର୍ବାଚନ ପୂର୍ବର ୪୮ ଘଣ୍ଟା ଅବଧି ଆରମ୍ଭ ହୋଇଗଲାଣି। ହେଲେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁରର ବିଧାୟକମାନେ ପାଟକୁରାରେ ବୁଲୁଛନ୍ତି। ଏଭଳିକି ପୋଲିସ ଅଧିକାରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ମୋଟ ୧୫୮ଟି ସମ୍ବେଦନଶୀଳ ବୁଥ୍‌ରେ ଏଯାବତ ସିସିଟିଭି ତଥା ଭିଡିଓଗ୍ରାଫିର ବ୍ୟବସ୍ଥା କରାଯାଇନାହିଁ। ଠିକ୍‌ ସମୟରେ ସିଇଓଙ୍କୁ ଦଳ ପକ୍ଷରୁ ଏହାର ତାଲିକା ଦିଆଯାଇଥିଲା। ମାତ୍ର ତାହା ହୋଇ ନ ଥିବାରୁ ତୁରନ୍ତ ସେଠାରେ ସିସିଟିଭି ଲଗାଯାଉ ଏବଂ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଉ ବୋଲି ଫେରାଦ ହୋଇଛୁ। ବିଶେଷକରି ଡେରାବିଶ ବ୍ଲକରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଉ। ଏଠାରେ ବିଜେଡି ବୁଥ୍‌ ଜବରଦଖଲ କରିବାର ସମ୍ଭାବନା ରହିଛି। କାରଣ ଦୁଇଦିନ ଧରି ଏଠାରେ ଖୋଲାଖୋଲି ମଦ କାରୋବାର ହେଉଛି। ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି। ବିଗତ ଦିନରେ ଚାନ୍ଦବାଲି ନିର୍ବାଚନ ସମୟରେ ମଦ କାରବାର ଯୋଗୁ ୧୦ଜଣଙ୍କ ଜୀବନ ଚାଲିଯାଇଥିଲା। ଏଠାରେ ସେଭଳି କିଛି ସମସ୍ୟା ନ ଉପୁଜୁ ସେଥିପାଇଁ ଏହାକୁ ବନ୍ଦ କରିବାକୁ ବ୍ୟବସ୍ଥା କରିବାକୁ କହିଛୁ। କେବଳ ମଦ ଦୋକାନଗୁଡ଼ିକ ସିଲ୍‌ କରାଗଲେ ଚଳିବ ନାହିଁ, ଅବାଧ ତଥା ନିରପେକ୍ଷ ନିର୍ବାଚନ ହେବା ନେଇ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।

ସେହିଭଳି ବିଜେଡି ମଧ୍ୟ ଅନୁରୂପ ଭାବେ ଭାଜପା ବୁଥ୍‌ ଜବରଦଖଲ କରିବା ଆଶଙ୍କାରେ ସିଇଓଙ୍କୁ ଫେରାଦ ହେବା ପ୍ରସଙ୍ଗରେ ସେ କହିଛନ୍ତି, ଚୋର ମୁହଁ ଟାଣ। ଅନେକ ଦିନ ଆଗରୁ ପାଟକୁରାରେ କ’ଣ ହେବ ସେ ନେଇ ଆଶଙ୍କା କରି ଭାଜପା ସିଇଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଜେଡି ପ୍ରାର୍ଥୀ ନିଜେ ଟଙ୍କା ବାଣ୍ଟିବାର ଭିଡିଓ ଭାଇରାଲ ହୋଇଛି। ଏପରିକି ସରକାରୀ କର୍ମଚାରୀମାନେ ବିଜେଡି ଲାଗି ପ୍ରଚାର କରୁଛନ୍ତି। ଆଇନକୁ ଉଲ୍ଲଘଂନ କରୁଛନ୍ତି। ଯଦି କେହି ରିଗିଂ କରିବ ସେ ହେଉଛି ବିଜେଡି। କାରଣ ଏବେ ବି ବିଜେଡି ବିଧାୟକମାନେ ପାଟକୁରାରେ ବୁଲୁଛନ୍ତି। ସିଇଓ ଏ ଦିଗରେ କାହିଁକି ପଦକ୍ଷେପ ଗ୍ରହଣ କରୁନାହାନ୍ତି ତାହା ପ୍ରଶ୍ନ। ଏଣୁ ବିଜେଡି ପକ୍ଷରୁ ଏଭଳି ଆଶଙ୍କା ଭିତ୍ତିହିନ ବୋଲି ସେ କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri