ସିଆଇଆଇ ଶାଖା ଗଠନ ପ୍ରକ୍ରିୟା ଆରମ୍ଭ: ଯୋଗଦେଲେ ୧୮ ଶିଳ୍ପସଂସ୍ଥାର ଅଧିକାରୀ

ଢେଙ୍କାନାଳ ଅଫିସ, ୧୧।୮ – ଢେଙ୍କାନାଳ-ଅନୁଗୋଳ-ତାଳଚେର ଶିଳ୍ପାଞ୍ଚଳର ବିକାଶ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଆଞ୍ଚଳିକ ଶାଖା ଗଠନ ଲାଗି ଟାଟାଷ୍ଟିଲ ବିଏସ୍‌ଏଲ୍‌ ନେତୃତ୍ୱରେ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ସହମତି ଜଣାଇଛନ୍ତି ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ନାଲ୍‌କୋ, ଏନ୍‌ଟିପିସି ସମେତ ଜେଏସ୍‌ପିଏଲ୍‌, ଜିଏମ୍‌ଆର ପାୱାର, ନବଭାରତ ଭେଞ୍ଚର ଭଳି ୧୮ ଶିଳ୍ପସଂସ୍ଥା। ଏ ନେଇ ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ବିଏସ୍‌ଏଲ୍‌ ପ୍ଲାଣ୍ଟ ପରିସରରେ ସିଆଇଆଇ ପକ୍ଷରୁ ସଭ୍ୟ ଗ୍ରହଣ ଲାଗି ରୋଡ୍‌ ଶୋ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୭ଜଣ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। ଶିଳ୍ପାୟନ ଅଭିବୃଦ୍ଧି, କ୍ଷତିଗ୍ରସ୍ତଙ୍କ ସମସ୍ୟା ସମାଧାନ ଏବଂ କମ୍ପାନୀ ପାରିପାର୍ଶ୍ୱିକ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ କରିବା ଦିଗରେ ସିଆଇଆଇ ଶାଖା କାର୍ଯ୍ୟ କରିବ ବୋଲି ସେମାନେ କହିଛନ୍ତି।
ସିଆଇଆଇ ରାଜ୍ୟ ପରିଷଦ ଉପାଧ୍ୟକ୍ଷ ତଥା ଏସ୍‌ଏଏନ୍‌ଏମ୍‌ ଗ୍ରୁପ୍‌ ଅଧ୍ୟକ୍ଷ ଡ. ପ୍ରଦୀପ୍ତ ମହାନ୍ତି ଯୋଗଦେଇ ମହାସଂଘର ରୂପରେଖ, କାର୍ଯ୍ୟକାରିତା, ସଦସ୍ୟଙ୍କ ପାଇଁ ବିଭିନ୍ନ ସୁବିଧା ସମ୍ପର୍କରେ ମତ ରଖିଥିଲେ। ଏଥିସହ ମହାସଂଘର ସଦସ୍ୟତା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଟାଟାଷ୍ଟିଲ ବିଏସ୍‌ଏଲ୍‌ର ଚିଫ୍‌ ଅପରେଟିଂ ଅଫିସର ସୁବୋଧ ପାଣ୍ଡେ କହିଲେ, ୨ ଜିଲାର ଶିଳ୍ପର ବିକାଶ ପାଇଁ କମ୍ପାନୀର ପ୍ରତିନିଧିମାନେ ଏକଜୁଟ ହୋଇ କାମ କରିବା ଜରୁରୀ। ଏହାଦ୍ୱାରା ସାମାଜିକ କାର୍ଯ୍ୟକ୍ରମ ତ୍ୱରାନ୍ବିତ ହୋଇପାରିବ। ଏଥିରେ ଜିଲାବାସୀ ଉପକୃତ ହେବେ। ନାଲ୍‌କୋ ଇଡି ଏମ୍‌.ପି. ମିଶ୍ର, ଏନ୍‌ଟିପିସିର ଇଡି ଭି. ରମେଶ ବାବୁ, ସିନର୍ଜି ଇଞ୍ଜିନିୟରିଂ କଲେଜ ଚେୟାରମ୍ୟାନ୍‌ ବିନୋଦ ଦାଶ ପ୍ରମୁଖ ଶିଳ୍ପ ମହାସଂଘ ଆଞ୍ଚଳିକ ଶାଖା ଗଠନ ପ୍ରକ୍ରିୟାକୁ ସ୍ବାଗତ କରିଛନ୍ତି। ଏହାଦ୍ୱାରା ଶିଳ୍ପାନୁଷ୍ଠାନ ପ୍ରତିନିଧି ବିଭିନ୍ନ ପ୍ରସଙ୍ଗ ଉପରେ ମତ ବିନିମୟ କରିବା ଲାଗି ବାଟ ଫିଟିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଖୁବ୍‌ ଶୀଘ୍ର ଏହା କାର୍ଯ୍ୟ କରିବା ନେଇ ଆଶା ବ୍ୟକ୍ତ କରିଛନ୍ତି ସିଆଇଆଇ ଶାଖା ନିର୍ଦ୍ଦେଶିକା ସୁପର୍ଣ୍ଣା ନନ୍ଦ ସଭ୍ୟ। ଟାଟାଷ୍ଟିଲ ବିଏସ୍‌ଏଲର କର୍ପୋରେଟ୍‌ ସେବା ବିଭାଗ ମୁଖ୍ୟ ମଣିକାନ୍ତ ନାୟକ ସ୍ବାଗତ ଭାଷଣ ଦେଇଥିଲେ।
କାର୍ଯ୍ୟକ୍ରମରେ ଜେଏସ୍‌ପିଏଲ୍‌ ଉପସଭାପତି ଏସ୍‌.କେ. ଶର୍ମା, କମଳାଙ୍ଗ ଜିଏମ୍‌ଆରର ଶାନ୍ତନୁ ଶ୍ରୀବାସ୍ତବ, ଏମ୍‌ଜେଏମ୍‌ ମିନେରାଲ୍ସ ଇଡି ଜେ.ପି. ଶର୍ମା, ନାଲ୍‌କୋ ଜିଏମ୍‌ (ଏଚ୍‌ ଆଣ୍ଡ୍‌ ଏ) ଏସ୍‌.ଏନ୍‌. ସାହୁ, ଏନ୍‌ଟିପିସି-ପିଏଚ୍‌ଟିପିଏସ୍‌ ଏଜିଏମ୍‌ (ଏଚ୍‌ଆର) କେ.ସି. ଶର୍ମା, ନବଭାରତ ଉପସଭାପତି ୱାଇ. ପଟ୍ଟନାୟକ, ଟାଟାଷ୍ଟିଲ ବିଏସ୍‌ଏଲ୍‌ ଇଡି ଏ.କେ. ସାକ୍ସେନା, ଉତ୍କଳ ଆଜବେଷ୍ଟସର ବରିଷ୍ଠ ପ୍ରବନ୍ଧକ ଏସ୍‌.କେ. ନାୟକ, ଆଦର୍ଶ କଲେଜ ଅଫ୍‌ ଇଞ୍ଜିନିୟରିଂ ନିର୍ଦ୍ଦେଶକ ଡ. ଜି.ସି. ଧଳ, ଜିଏମ୍‌ଆର ଏନର୍ଜି ପ୍ରବନ୍ଧକ ଜି. ପଟ୍ଟନାୟକ, ହୋଟେଲ ସୂର୍ଯ୍ୟ ଗାର୍ଡେନ ଉପସଭାପତି ସୁଶ୍ରୀତିଥି ପଟ୍ଟନାୟକ, ହୋଟେଲ କମଳେଶର ସୁବ୍ରତ ସ୍ବାଇଁ, ହୋଟେଲ ଦୁର୍ଗାର ଜିଏମ୍‌ ଏସ୍‌.ସାହୁ, ହୋଟେଲ ପ୍ରଶାନ୍ତିର ଏମ୍‌ଡି ନୀଳମଣି ପାଣି, କମଳେଶ କନଷ୍ଟ୍ରକ୍ସନ୍‌ର ମନୋଜ ନାୟକ, ନାରାୟଣୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ବିଭୁଦେନ୍ଦୁ ବଳ ପ୍ରମୁଖ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri