The dead man's body. Focus on hand
ବଡ଼ସାହି,୩ା୧(ସ୍ବ.ପ୍ର)- ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ସାହିଭାଇ ମୃତଦେହ ଉଠାଇବାକୁ ଆସିଲେନି। ୨ ଦିନ ଘର ଭିତରେ ପଡ଼ି ରହିଲା ମୃତଦେହ । ଶେଷରେ ପ୍ରଶାସନର ହସ୍ତକ୍ଷେପ ପରେ ସତ୍କାର କରାଗଲା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଭୀମଦା ପଞ୍ଚାୟତର ମଙ୍ଗଳପୁର ଗ୍ରାମରେ। ସୂଚନା ଅନୁଯାୟୀ, ଗ୍ରାମର ସୁରେଶ ସିଂ(୩୫)ଙ୍କର ବୁଧବାର ରାତିରେ ମୃତ୍ୟୁ ଘଟିଥିଲା। ସେ ଧର୍ମ ପରିବର୍ତ୍ତନ କରିଥିବା ନେଇ ପଡୋଶୀମାନେ ତାଙ୍କ ମୃତଦେହ ସତ୍କାର ପାଇଁ ନେଇ ନ ଥିଲେ। ଏ ସମ୍ପର୍କରେ ବିଡିଓ ଦିଲ୍ଲୀପ କୁମାର ମହାରଣାଙ୍କୁ ଖବର ଦିଆଯିବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ ଭୀମଦା ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ ଓ ନାଏବ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରୁ ଅନ୍ତିମ ସତ୍କାର ପାଇଁ ୨ହଜାର ଟଙ୍କା ପ୍ରଦାନ କରିଥିଲେ। ଗ୍ରାମବାସୀଙ୍କ ସହିତ ଆଲୋଚନା ପରେ ମୃତକଙ୍କ ଅନ୍ତିମ ସତ୍କାର ସମ୍ପନ୍ନ ହୋଇଥିଲା। ତେବେ ମୃତକଙ୍କ ୫ ଓ ୩ ବର୍ଷର ଦୁଇ ଅନାଥ ଶିଶୁଙ୍କ ଭବିଷ୍ୟତ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିରଞ୍ଜନ ପଲେଇ, ରାଧାକୃଷ୍ଣ ପାତ୍ର, ଗଙ୍ଗାଧର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି ା