ସାହାଯ୍‌ ଲାଗି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀକୁଁ ଗୁହାରି କଲେ ଗାଁବାସୀ: ବୋନମ୍ୟାରୋ ସମସିଆରେ ପୀଡ଼ିତ ମାନସ

ଲୋଇସିଂହା,୨୫।୭ (ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ହରଭଙ୍ଗା ଗାଁର ବେଣୁଧର ବିଶ୍ୱାଳକଁର ପୁଓ ମାନସ ବିଶ୍ୱାଳ(୭)। ଏହେଦେ ସେ ବୋନମ୍ୟାରୋ ସମସିଆରେ ପୀଡ଼ିତ ଥିଲାବେଲେ ତାକର ଗୁଟେ କିଡ଼୍‌ନୀ ଥିବାର ପରୀକ୍ଷା ନିରୀକ୍ଷାରୁ ଜନାପଡ଼ିଛେ। ଏନ୍‌ତାଥି ତାକର ଚିକିତ୍ସା ଲାଗି ଲକ୍ଷାଧିକ୍‌ ଟଁକା ଦରକାର ପଡ଼ୁଥିଲାବେଲେ ଗରିବ୍‌ ମା’ବାପ୍‌ ଉପରେ ଚଡ଼କ ପଡ଼ିଛେ।
ସୂଚନା ହିସାବେ ହରଭଙ୍ଗା ଗାଁର ବେଣୁଧରକଁର ପୁଓ ମାନସ(୭) ଜନମ୍‌ ବେଲୁ ୫ ବଛର ତକ୍‌ ଠିକ୍‌ଠାକ୍‌ ଥିଲେ। ଏହେଦେ ସେ ଗାଁ ସ୍କୁଲରେ ଦୁତୀଅ ଶ୍ରେଣୀରେ ପଢ଼ୁଛନ୍‌। ହେଲେ ମାନସର ବଏସ୍‌ ବଢ଼ବାର ସଂଗେ ଶରୀର ନାଇଁ ବଢ଼ଲାରୁ ମା’ବାପ୍‌ର ଚିନ୍‌ତା ବଢ଼ିଥିଲା। ପରିବାର ଲୋକ ମାନସକେ ବଲାଙ୍ଗୀର, ବୁର୍ଲା ଡାକ୍‌ତରଖାନା ନେଇ ଚିକିତ୍ସା କରାଲେ। ଡାକ୍‌ତର ଅପପୁଷ୍ଟିର ଲକ୍ଷନ କହି ଚିକିସତ୍ା କଲେ। ହଜାର ହଜାର ଟଁକା ଉଷୋକଷା କଲା ଉତାରୁ ବି ମାନସର ଶରୀରରେ କିଛି ପରିବରତନ୍‌ ନାଇଁ ହେଲା। ଶେଷେ ଲୁକ୍‌କର ପରାମଶ୍‌ରେ ପରିବାର ଲୋକ୍‌ ମାନସକେ ଚିକିତ୍ସା ଲାଗି ଭୁବନେଶ୍ୱର ଏମ୍ସ ନେଲେ। ସେଠାନେ ଡାକ୍‌ତର ପରୀକ୍ଷା ନିରୀକ୍ଷା କରି ଜାନବାକେ ପାଏଲେ ଯେ, ମାନସର ବୋନମ୍ୟାରୋରେ ସମସିଆ ରହିଛେ, ରକତ୍‌ ଠିକ୍‌ସେ ତିଆର ହେଇ ନାଇଁପାରବାର। ସେନ୍‌ତା ତାକର ଗୁଟେ କିଡ଼୍‌ନୀ ରହିଥିବାର ଜନା ପଡ଼ିଥିଲା। ଡାକ୍‌ତର ମାନସର ଚିକିସତ୍ା ଲାଗି ଅତି କମ୍‌ରେ ୧୫ ଲାଖ୍‌ ଟଁକା ଖରଚ୍‌ ହେବା ବଲି କହିଥିଲେ। ଇ କଥାଟା ଶୁନି ବରଗଡ଼ ଜିଲା ଯୋଖିପାଲିର ୟୁଥ ଏଗେଁଷ୍ଟ କରପ୍‌ସନ ସଂଗଠନ ମୁଖ୍ୟମନ୍ତ୍ରୀକଁର ଦୁରୁଷ୍‌ଟି ଆକରଷନ୍‌ କରିଥିଲା। ଶେଷେ ବଲାଙ୍ଗୀର ଜିଲାପାଲକଁର ନିରଦେଶରେ ଆଗଲପୁର ବିଡିଓ ଇ ଦୁଖି ପରିବାରକେ ରେଡକ୍ରସରୁ ୨୦ ହଜାର ଟଁକା ସାହାଯ୍‌ ଦେଇଥିଲେ। ସେ ଟଁକାରେ ପରିବାର ଲୋକ୍‌ ମାନସକେ ଦୁତୀଅ ଥର ଭୁବନେଶ୍ୱର ଏମ୍ସକେ ଚିକିତ୍ସା ଲାଗି ନେଇଥିଲେ। ହେଲେ ସେଠାନେ ଡାକ୍‌ତର ମାନସର ଚିକିତ୍ସା ଲାଗି ୧୫ ନୁହେ ୨୫ ଲାଖ୍‌ ଟଁକା ଦରକାର ପଡ଼ବା ଆର ଚିକିତ୍ସା ଦିଲ୍ଲୀ ଏମ୍ସରେ ହେବା ବଲି କହିଥିଲେ। ଇ କଥା ଶୁନି ମା’ବାପ୍‌ର ମୁଡ଼େ ଚଡ଼କ ପଡ଼ିଥିଲା। ହେନ୍‌ଥେଇ ବି ପରିବାରର ଥିତି ଭଲ ନାଇଁ। ସବୁବେଲେ ଅଭାବ ଅନାଟନ ଲାଗି ରହିଛେ। ମା’ବାପ୍‌ ନିରାଶ ହେଇ ବୁଧୁବାର ପୁଓକେ ଧରି ଗାଁକେ ଫିରି ଅସିଛନ୍‌। ଇଆଡ଼େ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ୫ ଲାଖ୍‌ ତକ୍‌ ଚିକିତ୍ସା ସାହାଯ୍‌ ମିଲିପାରବା। ବାକି ଟଁକାର ଲାଗି ଘରଦୁଆର, ଜମିବାଡ଼ି ବିକ୍‌ଲେ ବି ଠୋଲ ନାଇଁ ହେଇପାରେ। ଏନ୍‌ତାଥି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସାହାଯ୍‌ର ହାତ୍‌ ବଢ଼ାଲେ ମୋର ପୁଓ ନୁକୋ ହେଇପାରବା ବଲି ବେଣୁଧର କହିଛନ୍‌। ସେନ୍‌ତା ଗାଁବାସୀ ବି ଇ ଦୁଖି ପରିବାରକେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସାହାଯ୍‌ର ହାତ୍‌ ବଢ଼ାବାକେ ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଅଧା ରହିଗଲା ସମଲେଶ୍ୱରୀ ଦର୍ଶନ, ଟୁରିଷ୍ଟ ବସ ଓଲଟି ୧୫ ଆହତ

ସମ୍ବଲପୁର, ୨୭।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଜାତୀୟ ରାଜପଥ(୫୫) ଉପରେ ଗୁରୁବାର ଭୋରରେ ଏକ ଟୁରିଷ୍ଟ ବସ ଦୁର୍ଘଟଣାର...

ଓଡ଼ିଶାରେ ‘ବଙ୍ଗଳାଦେଶୀ’ ସନ୍ଦେହରେ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri