ସାରିକାଙ୍କୁ ବେଷ୍ଟ ଫାଇନାନ୍‌ସିଆଲ୍‌ ଆଡଭାଇଜର ଆଓ୍ବାର୍ଡ

ଭୁବନେଶ୍ୱର,୧୫-୭(ବ୍ୟୁରୋ): ୟୁଟିଆଇ ମ୍ୟୁଚୁଆଲ ଫଣ୍ଡ ଏବଂ ସିଏନ୍‌ବିସି ଟିଭି ୧୮ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ୧୦ ସଂସ୍କରଣ ଫାଇନାନ୍‌ସିଆଲ ଆଡଭାଇଜର ଆଓ୍ବାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶାର ସାରିକା ଅରୁଣ ସାହୁଙ୍କୁ ବେଷ୍ଟ ଫାଇନାନ୍‌ସିଆଲ ଆଡଭାଇଜର ଆଓ୍ବାର୍ଡ ପ୍ରଦାନ କରାଯାଇଛି। ପୂର୍ବାଞ୍ଚଳର ମହିଳା ବର୍ଗରେ ଏଭଳି ପୁରସ୍କାର ଜିତିବାକୁ ସାରିକା ସକ୍ଷମ ହୋଇଛନ୍ତି। ଉକ୍ତ ଆଓ୍ବାର୍ଡ ଲାଭ କରି ଅତ୍ୟନ୍ତ ଖୁସି ଏବଂ ଏହା ଆଗକୁ ବଢିବାରେ ପ୍ରେରଣା ଦେବ ବୋଲି ସେ କହିଛନ୍ତି। ସାରିକା ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ମିଣ୍ଟବକ୍ସ ଆଡଭାଇଜରି ଏଲ୍‌ଏଲ୍‌ପିର ପାର୍ଟନର ଭାବେ କାର୍ଯ୍ୟରତ। ନିବେଶକଙ୍କ ଲାଗି ଭାଲ୍ୟୁ ସୃଷ୍ଟି ସହ ପୁଞ୍ଜି ବଜାରରେ ନୂତନ ଧାରା, କୌଶଳ ଏବଂ ସୁଯୋଗ ଦିଗରେ କାର୍ଯ୍ୟ କରୁଥିବା ଆର୍ଥତ୍କ ପରାମର୍ଶଦାତାଙ୍କୁ ଏକ ପ୍ରତିଷ୍ଠା ପ୍ରଦାନ ଲକ୍ଷ୍ୟରେ ଏଭଳି ଆଓ୍ବାର୍ଡର ପରିକଳ୍ପନା କରାଯାଇଛି। ସେହିଭଳି ଆର୍ଥତ୍କ ସାକ୍ଷରତା ଦିଗରେ ଯୋଗଦାନ ରଖୁଥିବା ପରାମର୍ଶଦାତାଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏଭଳି ଆଓ୍ବାର୍ଡ ପରିକଳ୍ପନା କରାଯାଇଛି। ମୋଟ ୩୨ ଶୃଙ୍ଖଳାରେ କାର୍ଯ୍ୟକ୍ରମରେ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଏଥି ଲାଗି ସାରା ଦେଶରୁ ୪୪ ଆବେଦନପତ୍ର ହସ୍ତଗତ ହୋଇଥିଲା। ପୁଞ୍ଜି ବଜାର ମାଧ୍ୟମରେ ସମ୍ପତ୍ତି ସୃଷ୍ଟି ଦିଗରେ ଫାଇନାନ୍‌ସିଆଲ ଆଡଭାଇଜରମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଏହି ଶିଳ୍ପର ଅଭିବୃଦ୍ଧି ଦିଗରେ ଆଡଭାଇଜରଙ୍କର ରହୁଥିବା ପ୍ରଚେଷ୍ଟାକୁ ସମ୍ଭାନ ଜଣାଇ ଏଭଳି ଆଓ୍ବାର୍ଡ ପରିକଳ୍ପନା କରାଯାଇଛି ବୋଲି ୟୁଟିଆଇ ମ୍ୟୁଚୁଆଲ ଫଣ୍ଡର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଏବଂ ଆକ୍ଟିଂ ସିଇଓ ଇମତିୟାଜୁର ରହେମାନ କହିଛନ୍ତି। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି)ର ପୂର୍ବତନ ଅଧ୍ୟକ୍ଷ ୟୁ.କେ.ସିହ୍ନା, ଇକ୍ରା ସିଇଓ ନରେଶ ଥକର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri