ସାରିକାଙ୍କୁ ବେଷ୍ଟ ଫାଇନାନ୍‌ସିଆଲ୍‌ ଆଡଭାଇଜର ଆଓ୍ବାର୍ଡ

ଭୁବନେଶ୍ୱର,୧୫-୭(ବ୍ୟୁରୋ): ୟୁଟିଆଇ ମ୍ୟୁଚୁଆଲ ଫଣ୍ଡ ଏବଂ ସିଏନ୍‌ବିସି ଟିଭି ୧୮ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ୧୦ ସଂସ୍କରଣ ଫାଇନାନ୍‌ସିଆଲ ଆଡଭାଇଜର ଆଓ୍ବାର୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶାର ସାରିକା ଅରୁଣ ସାହୁଙ୍କୁ ବେଷ୍ଟ ଫାଇନାନ୍‌ସିଆଲ ଆଡଭାଇଜର ଆଓ୍ବାର୍ଡ ପ୍ରଦାନ କରାଯାଇଛି। ପୂର୍ବାଞ୍ଚଳର ମହିଳା ବର୍ଗରେ ଏଭଳି ପୁରସ୍କାର ଜିତିବାକୁ ସାରିକା ସକ୍ଷମ ହୋଇଛନ୍ତି। ଉକ୍ତ ଆଓ୍ବାର୍ଡ ଲାଭ କରି ଅତ୍ୟନ୍ତ ଖୁସି ଏବଂ ଏହା ଆଗକୁ ବଢିବାରେ ପ୍ରେରଣା ଦେବ ବୋଲି ସେ କହିଛନ୍ତି। ସାରିକା ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ମିଣ୍ଟବକ୍ସ ଆଡଭାଇଜରି ଏଲ୍‌ଏଲ୍‌ପିର ପାର୍ଟନର ଭାବେ କାର୍ଯ୍ୟରତ। ନିବେଶକଙ୍କ ଲାଗି ଭାଲ୍ୟୁ ସୃଷ୍ଟି ସହ ପୁଞ୍ଜି ବଜାରରେ ନୂତନ ଧାରା, କୌଶଳ ଏବଂ ସୁଯୋଗ ଦିଗରେ କାର୍ଯ୍ୟ କରୁଥିବା ଆର୍ଥତ୍କ ପରାମର୍ଶଦାତାଙ୍କୁ ଏକ ପ୍ରତିଷ୍ଠା ପ୍ରଦାନ ଲକ୍ଷ୍ୟରେ ଏଭଳି ଆଓ୍ବାର୍ଡର ପରିକଳ୍ପନା କରାଯାଇଛି। ସେହିଭଳି ଆର୍ଥତ୍କ ସାକ୍ଷରତା ଦିଗରେ ଯୋଗଦାନ ରଖୁଥିବା ପରାମର୍ଶଦାତାଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏଭଳି ଆଓ୍ବାର୍ଡ ପରିକଳ୍ପନା କରାଯାଇଛି। ମୋଟ ୩୨ ଶୃଙ୍ଖଳାରେ କାର୍ଯ୍ୟକ୍ରମରେ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଏଥି ଲାଗି ସାରା ଦେଶରୁ ୪୪ ଆବେଦନପତ୍ର ହସ୍ତଗତ ହୋଇଥିଲା। ପୁଞ୍ଜି ବଜାର ମାଧ୍ୟମରେ ସମ୍ପତ୍ତି ସୃଷ୍ଟି ଦିଗରେ ଫାଇନାନ୍‌ସିଆଲ ଆଡଭାଇଜରମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଏହି ଶିଳ୍ପର ଅଭିବୃଦ୍ଧି ଦିଗରେ ଆଡଭାଇଜରଙ୍କର ରହୁଥିବା ପ୍ରଚେଷ୍ଟାକୁ ସମ୍ଭାନ ଜଣାଇ ଏଭଳି ଆଓ୍ବାର୍ଡ ପରିକଳ୍ପନା କରାଯାଇଛି ବୋଲି ୟୁଟିଆଇ ମ୍ୟୁଚୁଆଲ ଫଣ୍ଡର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଏବଂ ଆକ୍ଟିଂ ସିଇଓ ଇମତିୟାଜୁର ରହେମାନ କହିଛନ୍ତି। କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି)ର ପୂର୍ବତନ ଅଧ୍ୟକ୍ଷ ୟୁ.କେ.ସିହ୍ନା, ଇକ୍ରା ସିଇଓ ନରେଶ ଥକର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri