ମଙ୍ଗୁଳି-ଜଗତପୁର/ ଖୁଣ୍ଟୁଣୀ,୨୧।୯(ମାନସ ସାମଲ/ ସଚ୍ଚିଦାନନ୍ଦ ପଣ୍ଡା)ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ମୃତ୍ୟୁ ଘଟଣାରେ ସାମାଜିକ ଗଣମାଧ୍ୟମରେ ବଦନାମ କରାଯାଉଛି ବୋଲି ମା’ ବିଦ୍ୟୁତ୍ଲତା ମହାନ୍ତି ବୁଧବାର ଅଭିଯୋଗ କରିଛନ୍ତି। ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ କଖଡି ଗ୍ରାମ ମଙ୍ଗଳା ସାହିସ୍ଥିତ ବାସଭବନରେ ସେ ଖବରଦାତା ସମ୍ମିଳନୀ ଡାକି କହିଛନ୍ତି, ଝିଅ ମୃତ୍ୟୁ ପରେ କ୍ଷତିପୂରଣ ଟଙ୍କା ବାବଦରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତାଙ୍କ ଆକାଉଣ୍ଟକୁ ୧୬ଲକ୍ଷ ଟଙ୍କା ପଠାଇଛନ୍ତି ବୋଲି ଗତ କିଛି ମାସ ହେବ ପ୍ରଚାର ହୋଇଥିଲା। ସେ ଏହା ଶୁଣିବା ପରେ ସତ୍ୟାସତ୍ୟ ଜାଣିବା ପାଇଁ ଗ୍ରାମରେ ହେଉଥିବା ଏକ ସଭାରେ ମନ୍ତ୍ରୀଙ୍କୁ ଏ ବିଷୟରେ ପଚାରିଥିଲେ। ମନ୍ତ୍ରୀ ତାଙ୍କ ପ୍ରଶ୍ନର ଉତ୍ତର ରଖିବା ପରିବର୍ତ୍ତେ ସେଠାରୁ ଚାଲି ଯାଇଥିଲେ। ସେବେଠାରୁ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଦିଲୀପ ଛତାର ନିଜ ଫେସବୁକ ପେଜରେ ବିଦ୍ୟୁତ୍ଲତାଙ୍କ ମାନସିକ ସନ୍ତୁଳନ ଠିକ୍ ନାହିଁ, ତାଙ୍କ ପାଇଁ ଗାଁ ବିକାଶ ଅଟକୁଛି, ଗାଁର ସମ୍ମାନ ଗଲା, ଏହାର ସାମୂହିକ ଭାବେ ଜବାବ ମଗାଯିବ ଭଳି କଟୁ ମନ୍ତବ୍ୟ ଦେଉଛନ୍ତି। ଏହାଦ୍ୱାରା ତାଙ୍କର ଏବଂ ପରିବାରର ମାନସିକ ସନ୍ତୁଳନ ବିଗିଡ଼ିଯାଇଛି ବୋଲି ବିଦ୍ୟୁତ୍ଲତା ଖବରଦାତା ସମ୍ମିଳନୀରେ କହିଛନ୍ତି। ସେ ଆହୁରି କହିଛନ୍ତି, ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ମୋର ରହିଛି ମୁଁ ପ୍ରଶ୍ନ କଲି କିନ୍ତୁ ମନ୍ତ୍ରୀ ଉତ୍ତର ରଖିଲେନି । ଗାଁରେ ଏକାଧିକ ବିଜେଡି ନେତୃବୃନ୍ଦ ଥିଲେ ମଧ୍ୟ କେହିବି ମୋତେ ମନ୍ତ୍ରୀଙ୍କ ବିଷୟରେ କହୁ ନ ଥିବା ବେଳେ ସରପଞ୍ଚଙ୍କ ସ୍ବାମୀ ଦିଲୀପ ବାରମ୍ବାର ଏଭଳି ପୋଷ୍ଟ କରୁଛନ୍ତି। ଝିଅ ମୃତ୍ୟୁ ଘଟଣାରେ ସମବେଦନା ନ ଜଣାଇ ସେ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ମୋର ଓ ପରିବାର ସମ୍ମାନ ହାନି କରିଛନ୍ତି। ଏନେଇ ଆଇନ୍ର ଆଶ୍ରୟ ନେବେ ବୋଲି ରୁଚିକାର ମା’ ବିଦ୍ୟୁତ୍ଲତା କହିଛନ୍ତି । ଏହି ସମ୍ମିଳନୀରେ ପୂର୍ବତନ ସରପଞ୍ଚ ସୁନୀଲ ସୂତାର ଯୋଗଦେଇ ତାଙ୍କ ବିବୃତି ରଖିଥିଲେ। ଏ ସମ୍ପର୍କରେ ଦିଲୀପ କହିଛନ୍ତି, ଗାଁ କଥାକୁ ମୁଁ ପରିପ୍ରକାଶ କରିଛି। ମୁଁ କାହା ନଁା ନେଇ ଲେଖିନି ବରଂ ମୋ ନା ଓ ମୋ ସ୍ତ୍ରୀଙ୍କ ନା ନେଇ ସେ ଗଣମାଧ୍ୟମରେ ବଦନାମ କରୁଛନ୍ତି। ମୁଁ ଆଇନକୁ ସମ୍ମାନ କରେ। ବିଦ୍ୟୁତ୍ଲତା ଆଇନର ଆଶ୍ରୟ ନିଅନ୍ତୁ ମୋର ଭୁଲ ଥିଲେ ଆଇନ ଯାହା ଦଣ୍ଡ ଦେବ ମୁଁ ଗ୍ରହଣ କରିବି ବୋଲି ଦିଲୀପ କହିଛନ୍ତି।
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ: ଚାଲିଗଲା ୨୪ ଜୀବନ
କିଭ୍,୧ା୧ରୁଷିଆ ଅଧିକୃତ ଖେର୍ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...
Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ
ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...
ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ
ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ
ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...
ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…
ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...
Archives


