‘ସାମାଜିକ ଗଣମାଧ୍ୟମରେ ମୋତେ ବଦନାମ କରାଯାଉଛି’

ମଙ୍ଗୁଳି-ଜଗତପୁର/ ଖୁଣ୍ଟୁଣୀ,୨୧।୯(ମାନସ ସାମଲ/ ସଚ୍ଚିଦାନନ୍ଦ ପଣ୍ଡା)ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ମୃତ୍ୟୁ ଘଟଣାରେ ସାମାଜିକ ଗଣମାଧ୍ୟମରେ ବଦନାମ କରାଯାଉଛି ବୋଲି ମା’ ବିଦ୍ୟୁତ୍‌ଲତା ମହାନ୍ତି ବୁଧବାର ଅଭିଯୋଗ କରିଛନ୍ତି। ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ କଖଡି ଗ୍ରାମ ମଙ୍ଗଳା ସାହିସ୍ଥିତ ବାସଭବନରେ ସେ ଖବରଦାତା ସମ୍ମିଳନୀ ଡାକି କହିଛନ୍ତି, ଝିଅ ମୃତ୍ୟୁ ପରେ କ୍ଷତିପୂରଣ ଟଙ୍କା ବାବଦରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତାଙ୍କ ଆକାଉଣ୍ଟକୁ ୧୬ଲକ୍ଷ ଟଙ୍କା ପଠାଇଛନ୍ତି ବୋଲି ଗତ କିଛି ମାସ ହେବ ପ୍ରଚାର ହୋଇଥିଲା। ସେ ଏହା ଶୁଣିବା ପରେ ସତ୍ୟାସତ୍ୟ ଜାଣିବା ପାଇଁ ଗ୍ରାମରେ ହେଉଥିବା ଏକ ସଭାରେ ମନ୍ତ୍ରୀଙ୍କୁ ଏ ବିଷୟରେ ପଚାରିଥିଲେ। ମନ୍ତ୍ରୀ ତାଙ୍କ ପ୍ରଶ୍ନର ଉତ୍ତର ରଖିବା ପରିବର୍ତ୍ତେ ସେଠାରୁ ଚାଲି ଯାଇଥିଲେ। ସେବେଠାରୁ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଦିଲୀପ ଛତାର ନିଜ ଫେସବୁକ ପେଜରେ ବିଦ୍ୟୁତ୍‌ଲତାଙ୍କ ମାନସିକ ସନ୍ତୁଳନ ଠିକ୍‌ ନାହିଁ, ତାଙ୍କ ପାଇଁ ଗାଁ ବିକାଶ ଅଟକୁଛି, ଗାଁର ସମ୍ମାନ ଗଲା, ଏହାର ସାମୂହିକ ଭାବେ ଜବାବ ମଗାଯିବ ଭଳି କଟୁ ମନ୍ତବ୍ୟ ଦେଉଛନ୍ତି। ଏହାଦ୍ୱାରା ତାଙ୍କର ଏବଂ ପରିବାରର ମାନସିକ ସନ୍ତୁଳନ ବିଗିଡ଼ିଯାଇଛି ବୋଲି ବିଦ୍ୟୁତ୍‌ଲତା ଖବରଦାତା ସମ୍ମିଳନୀରେ କହିଛନ୍ତି। ସେ ଆହୁରି କହିଛନ୍ତି, ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ମୋର ରହିଛି ମୁଁ ପ୍ରଶ୍ନ କଲି କିନ୍ତୁ ମନ୍ତ୍ରୀ ଉତ୍ତର ରଖିଲେନି । ଗାଁରେ ଏକାଧିକ ବିଜେଡି ନେତୃବୃନ୍ଦ ଥିଲେ ମଧ୍ୟ କେହିବି ମୋତେ ମନ୍ତ୍ରୀଙ୍କ ବିଷୟରେ କହୁ ନ ଥିବା ବେଳେ ସରପଞ୍ଚଙ୍କ ସ୍ବାମୀ ଦିଲୀପ ବାରମ୍ବାର ଏଭଳି ପୋଷ୍ଟ କରୁଛନ୍ତି। ଝିଅ ମୃତ୍ୟୁ ଘଟଣାରେ ସମବେଦନା ନ ଜଣାଇ ସେ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ମୋର ଓ ପରିବାର ସମ୍ମାନ ହାନି କରିଛନ୍ତି। ଏନେଇ ଆଇନ୍‌ର ଆଶ୍ରୟ ନେବେ ବୋଲି ରୁଚିକାର ମା’ ବିଦ୍ୟୁତ୍‌ଲତା କହିଛନ୍ତି । ଏହି ସମ୍ମିଳନୀରେ ପୂର୍ବତନ ସରପଞ୍ଚ ସୁନୀଲ ସୂତାର ଯୋଗଦେଇ ତାଙ୍କ ବିବୃତି ରଖିଥିଲେ। ଏ ସମ୍ପର୍କରେ ଦିଲୀପ କହିଛନ୍ତି, ଗାଁ କଥାକୁ ମୁଁ ପରିପ୍ରକାଶ କରିଛି। ମୁଁ କାହା ନଁା ନେଇ ଲେଖିନି ବରଂ ମୋ ନା ଓ ମୋ ସ୍ତ୍ରୀଙ୍କ ନା ନେଇ ସେ ଗଣମାଧ୍ୟମରେ ବଦନାମ କରୁଛନ୍ତି। ମୁଁ ଆଇନକୁ ସମ୍ମାନ କରେ। ବିଦ୍ୟୁତ୍‌ଲତା ଆଇନର ଆଶ୍ରୟ ନିଅନ୍ତୁ ମୋର ଭୁଲ ଥିଲେ ଆଇନ ଯାହା ଦଣ୍ଡ ଦେବ ମୁଁ ଗ୍ରହଣ କରିବି ବୋଲି ଦିଲୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri