Categories: ଯାଜପୁର

ସାବିତ୍ରୀ ପାଇଁ ଫଳ ଦର ବୃଦ୍ଧି

ରତ୍ନଗିରି,୧ା୬(ଡି.ଏନ.ଏ.)- ଦିନକ ପରେ ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବିବାହିତ ମହିଳା ଏହି ବ୍ରତ ରଖିଥାନ୍ତି। ସାବିତ୍ରୀ ପାଇଁ ବଜାରରେ ଶାଢୀ ଦୋକାନଠାରୁ ଆରମ୍ଭ କରି ଚୁଡି ଦୋକାନ ପର୍ଯ୍ୟନ୍ତ ମହିଳାଙ୍କ ଭିଡ ପରିଲକ୍ଷିତ ହେଉଛି। ସେହିଭଳି ଫଳ ଦୋକନୀମାନେ ମଧ୍ୟ ବରୀ ଅଞ୍ଚଳର ଶଙ୍ଖାରିଗଡା, ବାଲିଆପାଳ, ବରୀ ମାଉଣ୍ଡ,କାଇପଡା, ରଜାତୋଟା, ଅଜାଣ, ରତ୍ନଗିରି, ବାଲିଆ ପ୍ରଭୃତି ଛକଗୁଡ଼ିକରେ ବିଭିନ୍ନ ରକମର ଫଳ ସଜାଇ ଗ୍ରାହକଙ୍କୁ ଆଜୃଷ୍ଟ କରୁଥିବା ଦେଖିବାକୁ ମିଳିଛି। ଏତବସହ ଫଳ ଦର ମଧ୍ୟ ବୃଦ୍ଧିପାଇଛି। ନବ ବିବାହିତା ବଧୂଙ୍କ ଘରୁ ଫଳ, ମିଠା, ଶାଢୀ, ଶଙ୍ଖା, ସିନ୍ଦୂର, ବ୍ରତ ଆସିବାର ପରମ୍ପରା ଥିବାରୁ ଏହି ଜିନିଷ ଗୁଡିକର ଚାହିଦା ଯଥେଷ୍ଟ ବଢିଛି। ଶାଢୀ ଦୋକାନୀମାନେ ଆକର୍ଷଣୀୟ ଅଫର ମାଧ୍ୟମରେ ଗ୍ରାହକଙ୍କୁ ଆକୃଷ୍ଟ କରି ନିଜର ବ୍ୟବସାୟକୁ ଅଭିନଭ ଉପାୟରେ ଆପଣାଇବାର ଉଦ୍ୟମ କରୁଥିବା ଦେଖାଦେଇଛି। ସାବିତ୍ରୀ ପାଇଁ ସେଓ କେଜି ୨୦୦ ଟଙ୍କା ହୋଇଥିବାବେଳେ ନଡିଆ ୨୫, ଆମ୍ବ କେଜି ୬୦, ତରଭୁଜ କେଜି ୩୦, କଦଳୀ ଡର୍ଜନ ୭୦, ପଣସ ଗୋଟା ୧୦୦, ଲିଚୁ କୋଳି କେଜି ୧୫୦ ଟଙ୍କାରେ ବିକ୍ରି ହେଉଛି।