ସାବିତ୍ରୀ ଅମାବାସ୍ୟା, ଇଦୁଲଫିତରକୁ ନେଇ ଜିଲାରେ ଉତ୍ସାହ: ମନ୍ଦିର, ମସଜିଦ୍‌ରେ ୧୪୪ ଧାରା

ଜଗତ୍‌ସିଂହପୁର ଅଫିସ,୨୧ା୫: ଶୁକ୍ରବାର ହେଉଛି ସାବିତ୍ରୀ ବ୍ରତ। ଏନେଇ ଜଗତ୍‌ସିଂହପୁର ଜିଲାରେ ଗୁରୁବାର ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଲୋକେ ଜଗତ୍‌ସିଂହପୁର ସହର ସମେତ ଜିଲାର ବିଭିନ୍ନ ପ୍ରାନ୍ତରେ ବ୍ରତ ସାମଗ୍ରୀ, ଫଳ ଆଦି କିଣିବା ପାଇଁ ଭିଡ ଜମାଇଥିଲେ। ଅନୁରୂପ ଭାବେ ମୁସଲିମ୍‌ ସମ୍ପ୍ରଦାୟର ଲୋକେ ଇଦ୍‌-ଉଲ୍‌-ଫିତର ପାଳନ ନେଇ ଲାଛା ସିମେଇ ସହ ଅତର ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଭିଡ କରୁଛନ୍ତି। ୨ଟି ସମ୍ପ୍ରଦାୟର ବଡ ପର୍ବ ପାଳନକୁ ଦୃଷ୍ଟିରେ ସହର, ବଜାର ଚଳଚଞ୍ଚଳ ହୋଇପଡିଛି। ତେବେ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲାରେ ୧୪୪ ଧାରା ଜାରି କରିଛନ୍ତି। ସାବିତ୍ରୀ ବ୍ରତ ନେଇ ଶୁକ୍ରବାର ଓ ଇଦ୍‌-ଉଲ୍‌-ଫିତର ଉପଲକ୍ଷେ ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଏହି ନିୟମ କଡାକଡି ପାଳନ କରାଯିବ ବୋଲି ଏସ୍‌ପି ପ୍ରକାଶ ଆର୍‌ ସୂଚନା ଦେଇଛନ୍ତି।
କରୋନା ସଂକ୍ରମଣକୁ ନେି ଲକ୍‌ଡାଉନ୍‌ ଜାରି ରହିଛି। କିନ୍ତୁ ଶୁକ୍ରବାର ସାବିତ୍ରୀ ବ୍ରତ ପାଳନ ହେବାର ଥିବାରୁ ଜଗତ୍‌ସିଂହପୁର ସହରରେ ଫଳ, ପୂଜା ସାମଗ୍ରୀ ଓ ଅନ୍ୟ ଦୋକାନଗୁଡିକରେ ପ୍ରବଳ ଭିଡ ହୋଇଥିଲା। ଏଭଳି ପରିବେଶ ସୃଷ୍ଟି ହୋଇଥିଲା ଯଦ୍ଦ୍ବାରା ଲୋକେ ସାମାଜିକ ଦୂରତା କଥା ଭୂଲି ଯାଇଥିଲେ। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୋକାନୀମାନେ ସେଓ, ଅଙ୍ଗୁର, ଡାଳିମ୍ବ, ପଣସ, ସପୁରୀ, କଦଳୀ, ଜାମୁ, ଖଜୁରୀ, କେନ୍ଦୁ, ଲିଚୁ ଓ ନଡିଆ ଆଦି ଫଳ ଚଢା ଦରରେ ବିକ୍ରି କରିଥିଲେ। କାରବାରରୁ ଜଣାଯାଇଥିଲା ଶୁକ୍ରବାର ବିଭିନ୍ନ ଦେବଦେବୀ ମନ୍ଦିରରେ ପ୍ରବଳ ଭିଡ ହେବ। ଭିଡ ହେଲେ କରୋନା ସଂକ୍ରମଣ ହେବାର ଆଶଙ୍କା କରି ଜିଲା ପ୍ରଶାସନ ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି ନେଇଛି। ଏହିଦିନ ଜିଲାର ସମସ୍ତ ଦେବଦେବୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ଏହି ଧାରା ବଳବତ୍ତର ରହିବ। ମନ୍ଦିର ଓ ଆଖପାଖ ଅଞ୍ଚଳରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଏଥିସହ ଅନ୍ୟ କୌଣସି ସ୍ଥାନରେ ମଧ୍ୟ ଅଧିକ ଲୋକ ଏକତ୍ରିତ ହୋଇ ପୂଜାପାଠ କରିବା ଉପରେ କଟକଣା ଜାରି କରାଯାଇଛି। ଇଦ୍‌-ଉଲ୍‌-ଫିତର ପାଳନ ଅବସରରେ ଜିଲାର ସମସ୍ତ ମସଜିଦ୍‌ ଓ ଇଦ୍‌ଗା ପଡିଆ ପରିସର ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। କେହି ମସଜିଦ୍‌ ଓ ଇଦ୍‌ଗା ପଡିଆରେ ଏକତ୍ରିତ ହୋଇ ସମୂହ ପ୍ରାର୍ଥନା କରିପାରିବେ ନାହିଁ। ଏହି ଧାରା ୨୪ରୁ ୨୬ ତାରିଖ ପର୍ଯ୍ୟ ବଳବତ୍ତର ରହିବ। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ଲୋକ କହିଛନ୍ତି, ସହରରେ ରାତିରେ କଫ୍ୟୁ ଜାରି କରାଯାଇଛି। କିନ୍ତୁ ଲୋକେ ବେଧଡକରେ ଯାତାୟାତ କରୁଛନ୍ତି। ଦିନରେ ବଜାରରେ ପ୍ରବଳ ଗହଳି ସାଙ୍ଗକୁ ସାମାଜିକ ଦୂରତା ରହୁନି। ଲୁଗା, ପାନ ଦୋକାନଠାରୁ ଆରମ୍ଭ କରି ଏକାଧିକ ଦୋକାନ ଖୋଲିବା ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ସବୁ ଦୋକାନ ଅବାଧରେ ଖୋଲୁଛି। ପୋଲିସ, ପ୍ରଶାସନ ଏ କ୍ଷେତ୍ରରେ ଧ୍ୟାନ ଦେଉନି। କେବଳ ଉପରଠାଉରିଆ ଭାବେ ୧୪୪ ଧାରା ଜାରି, ସାମାଜିକ ଦୂରତା ବଜାୟ ରଖିବା କଥା କହି ବାହା ବାହା ନେବାକୁ ଚେଷ୍ଟା କରୁଛି, ଯାହାକି କରୋନା ଭଳି ମହାମାରୀକୁ ପ୍ରତିହତ କରିହେବ ନାହିଁ। ଲୋକେ ମଧ୍ୟ ସଚେତନ ନ ହେବା ଭବିଷ୍ୟତ ପାଇଁ ବିପଦ ଘନେଇ ଆସୁଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri