Posted inଫୁରସତ

‘ସାପ ଦୁର୍ଗ’, ଜାଣନ୍ତୁ ଏପରି ନାମକରଣ ପଛରେ ଥିବା କାରଣ ସମ୍ପର୍କରେ…

ନୂଆଦିଲ୍ଲୀ: ଭାରତରେ ଏମିତି କିଛି ଦୁର୍ଗ ରହିଛି, ଯାହା ବହୁ ପୁରାତନ। ଏପରିକି ଏହି ଦୁର୍ଗ କେବେ ତିଆରି ହୋଇଛି, କିଏ ତିଆରି କରିଛନ୍ତି ତାହା କାହାକୁ ସଠିକ୍‌ ଭାବେ ଜଣା ନ ଥାଏ। କେବଳ ଯାହା ଅନୁମାନ କରାଯାଏ। ଏପରି ଏକ ଐତିହାସିକ ଦୁର୍ଗ ହେଉଛି ‘ସାପ ଦୁର୍ଗ’। କୁହାଯାଏ, ଏହା ୮୦୦ ବର୍ଷ ତଳର ପୁରୁଣା ଦୁର୍ଗ। ୧୧୭୮ରୁ ୧୨୦୯ ଖ୍ରୀଷ୍ଟାବ୍ଦରେ ଶିଳାହାର ଶାସକ ଦ୍ୱିତୀୟ ଭୋଜ ଏହାକୁ ନିର୍ମାଣ କରିଥିଲେ। କେଉଁଠାରେ ରାଜା ଭୋଜ ତ ଆଉ କେଉଁଠି ଗାଙ୍ଗୁ ଟେଲି ଏହି ଦୁର୍ଗ ନିର୍ମାଣ କରିଥିବା କୁହାଯାଇଛି।


ଏହାକୁ ‘ପହ୍ନାଲା’ ଦୁର୍ଗ ମଧ୍ୟ କୁହାଯାଏ। ଯେଉଁଥିରେ ପହ୍ନାଲାଗଡ଼, ପହ୍ନାଲା ଆଦି ନାମରେ ଜଣାଶୁଣା। ଏହି ଦୁର୍ଗ ମହାରାଷ୍ଟ୍ରର କୋହ୍ଲାପୁର ଜିଲାର ଦକ୍ଷିଣପୂର୍ବରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ। ପହ୍ନାଲା ଏକ ଛୋଟ ସହର ଏବଂ ହିଲ୍‌ଷ୍ଟେଶନ। କିନ୍ତୁ ଏହାର ଇତିହାସ ଶିବାଜୀ ମହାରାଜଙ୍କ ସହ ଜଡ଼ିତ।
ଯଦିଓ ଏହି ଦୁର୍ଗ ଯାଦବ, ବାହମାନୀ ଏବଂ ଆଦିଲ ଶାହି ପରି ଅନେକ ରାଜବଂଶ ଅଧୀନରେ ରହିଆସିଛି। କିନ୍ତୁ ୧୬୭୩ ଖ୍ରୀଷ୍ଟାବ୍ଦରେ ଏହା ଶିବାଜୀ ମହାରାଜଙ୍କ ଅଧୀନକୁ ଯାଇଥିଲା। କୁହାଯାଏ, ଶିବାଜୀ ମହାରାଜ ପହ୍ନାଲା ଦୁର୍ଗରେ ଦୀର୍ଘ ସମୟ ରହିଥିଲେ। ଏଠାରେ ସେ ୫୦୦ ଦିନରୁ ଅଧିକ ରହିଥିଲେ। ପରେ ଏହି ଦୁର୍ଗ ଇଂରେଜମାନଙ୍କ ଅଧୀନକୁ ଚାଲିଯାଇଥିଲା। ଏହି ଦୁର୍ଗକୁ ‘ସାପ’ ଦୁର୍ଗ କୁହାଯାଏ। କାରଣ ଏହା ଅଙ୍କାବଙ୍କା ଭାବରେ ନିର୍ମାଣ କରାଯାଇଛି। ଏମିତି ଜଣାପଡ଼େ କି, ଏହା ଉପରେ ଯେମିତି ସାପ ଚାଲୁଛନ୍ତି। ଏହି ଦୁର୍ଗ ନିକଟରେ କୁଳଦେବୀ ତୁଳଜା ଭବାନୀଙ୍କ ମନ୍ଦିର ରହିଛି। ଯେଉଁଥିରେ ଏକ ଗୁପ୍ତ ସୁଡ଼ଙ୍ଗ ରହିଛି। ପ୍ରାୟ ୨୨ କିଲୋମିଟର ପର୍ଯ୍ୟନ୍ତ ଏହି ସୁଡ଼ଙ୍ଗଟି ବ୍ୟାପିଛି। ଏହି ସୁଡ଼ଙ୍ଗକୁ ଏବେ ବନ୍ଦ କରିଦିଆଯାଇଛି। କୁହାଯାଏ, ଶତ୍ରୁପକ୍ଷ ଆକ୍ରମଣ ସମୟରେ ଏହି ସୁଡ଼ଙ୍ଗରେ ରହି ଜୀବନ ବଞ୍ଚାଇବାକୁ ପଡୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri