ସାପ କାମୁଡାରେ ନାବାଳିକାଙ୍କ ଜୀବନ ଗଲା

ସଜନାଗଡ଼, ୨୭।୫(ଡି.ଏନ.ଏ.)-ନୀଳଗିରି ବ୍ଲକ ବରହମ୍‌ପୁର ଥାନା ଅଧୀନ ନରଣପୁର ପଞ୍ଚାୟତ ନୂଆସାହି ଗ୍ରାମର ନୀଳକଣ୍ଠ ପାତ୍ରଙ୍କ ଝିଅ ନିନି(୮)ରବିବାର ବିଳମ୍ବିତ ରାତିରେ ଶୌଚ ପାଇଁ ଉଠିଥିଲେ। ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ତାଙ୍କୁ ଚିକିତ୍ସା ନିମନ୍ତେ ପରିବାର ଲୋକେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।