ସାନିଟାଇଜର ମେଶିନ ତିଆରି କଲେ ଯୁବ ଇଞ୍ଜିନିୟର

ବରଗଡ଼ ଅଫିସ୍‌,୧୯।୪: ଲକ୍‌ ଡାଉନ ସମୟରେ ଘରେ ବସି ନିଜର ଇଚ୍ଛାଶକ୍ତି, ପ୍ରୟାସରେ ଏକ ସାନିଟାଇଜର୍‌ ମେଶିନ ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ବରଗଡ଼ ଜିଲା କଲାପାଣି ଗ୍ରାମର ଚାଷୀ ତଥା ଯୁବ ଇଞ୍ଜିନିୟର ସିଏଚ୍‌. କଲ୍ୟାଣ କୁମାର । କଲ୍ୟାଣ କୁମାର ଇଞ୍ଜିନିୟରିଂ ପଢ଼ିଛନ୍ତି। ତାଙ୍କର ଏକ ଟ୍ରାକ୍ଟର ସୋ ରୁମ୍‌ ରହିଛି। ସେ ଚାଷବାସ ମଧ୍ୟ କରିଛନ୍ତି । ନିଜର ଦୁଇଜଣ ସହଯୋଗୀଙ୍କ ସହିତ ସେ ଏହି ମେଶିନ ତିଆରି କରିଥିବା କହିଛନ୍ତି । ପାଣି ଟାଙ୍କି, ପାଣି ପାଇପ୍‌, ଔଷଧ ସିଞ୍ଚନ ଯନ୍ତ୍ର, ମୋଟର ବ୍ୟବହାର କରି ସେ ଏହି ମେଶିନ ତିଆରି କରିଛନ୍ତି । ଏଥିପାଇଁ ୩୫ହଜାର ଟଙ୍କା ଖର୍ଚ୍ଚ ହୋଇଛି ବୋଲି କଲ୍ୟାଣ କୁମାର ପ୍ରକାଶ କରିଛନ୍ତି । କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ମହାମାରୀ ରୂପ ନେଇଛି ଏବଂ ଏହାକୁ ପ୍ରତିହତ କରିବାକୁ ହେଲେ ସାନିଟାଇଜିଂର ଆବଶ୍ୟକତା ରହିଛି । ସେଥିପାଇଁ ସେ ଏହି ମେଶିନ ତିଆରି କରିଛନ୍ତି। କରୋନା ଭୂତାଣୁ ପ୍ରତିହତରେ ତାକୁ ବ୍ୟବହାର କରିବା ପାଇଁ ପ୍ରଶାସନକୁ ତାହା ପ୍ରଦାନ କରିଥିବା କଲ୍ୟାଣ କୁମାର କହିଛନ୍ତି । ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଶନିବାର ଏହି ମେଶିନର ଶୁଭାରମ୍ଭ କରିଛନ୍ତି । ଉକ୍ତ ମେଶିନରେ ମାତ୍ର ଘଣ୍ଟାକ ମଧ୍ୟରେ ଗୋଟିଏ ଗ୍ରାମକୁ ସାନିଟାଇଜିଂ ତଥା ବିଶୋଧିତ କରାଯାଇ ପାରିବ ବୋଲି ସୂଚନା ଦିଆଯାଇଛି । କରୋନା ବିପର୍ଯ୍ୟୟ ସମୟରେ କଲ୍ୟାଣ କୁମାରଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ ୭ ମନୋନୀତ

ଦିଗପହଣ୍ଡି,୧୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୨ ଦିନିଆ ରାଜ୍ୟସ୍ତରୀୟ ବାଳିକା ଯୋଗାସନ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

ଭାରତ ବିରୋଧରେ ପାକିସ୍ତାନର ନୂଆ ଚାଲ, ସହଯୋଗ କରୁଛି ଚାଇନା!

ନୂଆଦିଲ୍ଲୀ,୧୨।୧୨: ଦକ୍ଷିଣ ଏସିଆର ସର୍ବପୁରାତନ ଆଞ୍ଚଳିକ ସଂଗଠନ ସାର୍କ ସମ୍ପର୍କରେ ପାକିସ୍ତାନ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ବିଷାକ୍ତ ବିବୃତ୍ତି ଆରମ୍ଭ କରିଛି। ପାକିସ୍ତାନର...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା: କୃଷକ ହେବେ….

ନୂଆଦିଲ୍ଲୀ,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୨୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri