ସାନିଟାଇଜର ପ୍ରସ୍ତୁତ କଲା ଖ୍ରୀଷ୍ଟ କଲେଜ

କଟକ ଅଫିସ,୧୭ା୪: ଖ୍ରୀଷ୍ଟ କଲେଜ ପକ୍ଷରୁ ପ୍ରସ୍ତୁତ ହୋଇଛି ୫୦୦ ବୋତଲ ସାନିଟାଇଜର। ଏସବୁକୁ ଗୁରୁବାର କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ପ୍ରଦାନ କରାଯାଇଛି। ଡିସିପିଙ୍କ ଜରିଆରେ ସହରର ବିଭିନ୍ନ ଛକରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ ଏହା ବଣ୍ଟାଯିବ ବୋଲି କଲେଜ ପକ୍ଷରୁ ସୂଚନା ଦିଆଯାଇଛି।
ଖ୍ରୀଷ୍ଟ କଲେଜ ଅଧ୍ୟକ୍ଷ ଡ. ସିଦ୍ଧାର୍ଥ ସାହୁଙ୍କ ସହଯୋଗରେ ରସାୟନ ବିଜ୍ଞାନ ଅଧ୍ୟାପକ ଡ. ଦିଲ୍ଲୀପ ବରାଳ, ଡ. ପ୍ରଦ୍ୟୁମ୍ନ କୁମାର ଦାଶ, ଅଶୋକ କୁମାର ସାହୁ, ପ୍ରିୟରଞ୍ଜନ ଦାଶ ଏବଂ ଲାବୋରୋଟରି ଆଟେଣ୍ଡାଣ୍ଟ ଦେବଦୀପ୍ତ ନାୟକ ଏହି ସାନିଟାଇଜର୍‌ ପ୍ରସ୍ତୁତ କରିଛନ୍ତି। ଏଥିଲାଗି ୫ଦିନ ପରିଶ୍ରମ କରିବାକୁ ପଡ଼ିଛି। ପ୍ରଥମେ ପରୀକ୍ଷାମୂଳକ ଭାବେ ୫୦ ବୋତଲ ସାନିଟାଇଜର ତିଆରି କରାଯାଇଥିଲା। ସଫଳ ହେବା ପରେ ୫୦୦ ବୋତଲ ପ୍ରସ୍ତୁତ ପାଇଁ ଯୋଜନା ହୋଇଥିଲା। ଏଥିରେ ଆଇସୋପ୍ରୋପାଇଲ୍‌ ଆଲ୍‌କହଲ୍‌, ଗ୍ଲିସେରଲ୍‌, ହାଡ୍ରୋଜେନ୍‌ ପେରକ୍ସାଇଡ୍‌, ଡିଷ୍ଟିଲ୍‌ ୱାଟର୍‌ ଏବଂ ସୁଗନ୍ଧ ପାଇଁ ଲେମନ୍‌ ଫ୍ଲେଭର୍‌ ବ୍ୟବହାର କରାଯାଇଥିବା ବୋଲି ବିଭାଗୀୟ ମୁଖ୍ୟ ଡ. ଆଲୋକ ମିଶ୍ର କହିଛନ୍ତି। ଡିସିପିଙ୍କ କାର୍ଯ୍ୟାଳୟରେ ୫୦୦ ବୋତଲ ସାନିଟାଇଜର ପ୍ରଦାନ କରିବା ଅବସରରେ ଡ. ମିଶ୍ରଙ୍କ ସମେତ ମହାବିଦ୍ୟାଳୟ ପରିଚାଳନା ସମିତି ସଭ୍ୟ ଚନ୍ଦନ ଦାସ, ଶୁଭାଶିଷ ସାହୁ ଏବଂ ପୁରାତନ ଛାତ୍ର ତଥା ଓଲିଉଡ୍‌ ଷ୍ଟାର୍‌ ଅରିନ୍ଦମ ରାୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri