Posted inଜାତୀୟ

ସାଧାରଣ ନ ଥିଲା ମୋଦି ଧ୍ୟାନ କରୁଥିବା ଗୁମ୍ଫା: ଏହାସହ ସଂଲଗ୍ନ ଥିଲା ଶୌଚାଗାର, ସିସିଟିଭି

ଡେରାଡୁନ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ କରି ଶନିବାର ବାହାରିଥିଲେ କେଦାରନାଥ ଦର୍ଶନରେ। ସେଠାରେ ସେ ଏକ ଗୁମ୍ଫାରେ ଧ୍ୟାନ କରିବାର ଖବର ସବୁଠି ପ୍ରକାଶ ପାଇଥିଲା। ହେଲେ ମୋଦି ଯେଉଁ ଗୁମ୍ଫାରେ ଧ୍ୟାନ କରୁଥିଲେ ତାହା ସାଧାରଣ ନ ଥିଲା ବୋଲି ଏବେ ସୂଚନା ମିଳିଛି। କାରଣ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୨ହଜାର ଫୁଟ ଉପରେ ଥିବା ଏହି ଗୁମ୍ଫାରେ ମୋଦି ଶନିବାର ରାତି ବିତାଇଥିଲେ। ସୂଚନା ମୁତାବକ, ଏହି ଗୁମ୍ଫାଟି ପୂଣ୍ୟପୀଠଠାରୁ ପ୍ରାୟ ୧କିଲୋମିଟର ଉପରେ ଥିବା ପାହାଡ଼କୁ କାଟି ତିଆରି କରାଯାଇଥିଲା। ଏଥିରେ ଏକ ଶୌଚାଗାର ସଂଲଗ୍ନ ଥିବା ସହ ସିସିଟିଭିର ବ୍ୟବସ୍ଥା ରହିଥିଲା ଏହାସହ ଏହାର ଛାତର ଉଚ୍ଚତା ରହିଛି ପାଖାପାଖି ୧୦ ଫୁଟ। ଏହା ଏକ ଐତିହାସିକ ମନ୍ଦିର ସଦୃଶ୍ୟ ଦୃଶ୍ୟମାନ ହେଉଥିଲା। ନେହେରୁ ଇନଷ୍ଟିଚ୍ୟୁଟ ଅଫ୍‌ ମାଉଣ୍ଟନିୟରିଂ(ଏନ୍‌ଆଇଏମମ)ର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଉକ୍ତ ଗୁମ୍ଫାକୁ ଗସ୍ତ କରିବାର ବହୁ ପୂର୍ବରୁ ଏହାକୁ ପ୍ରସ୍ତୁତ କରାଯାଇଥିଲା। ବିଜୁଳୀ ଓ ପାଣିର ସଂଯୋଗ ମଧ୍ୟ କରାଯାଇ ସାରିଥିଲା। ତେବେ ମାସ ମାସ ଧରି ପଥର କାଟି ଏହି ଗୁମ୍ଫାକୁ ସ୍ବତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ସେ କହିଛନ୍ତି। ଗତବର୍ଷ ଏହାର କାମ ସମ୍ପୂର୍ଣ୍ଣ ହେବା ପରେ ଏହାକୁ ତାଲା ପକାଇ ବନ୍ଦ କରି ରଖାଯାଇଥିଲା। ମୋଦିଙ୍କ ଗସ୍ତକୁ ଲକ୍ଷ୍ୟ ରଖି ଏଠାରେ ସିସିଟିଭି ଲଗାଯିବା ସହ ଗୁମ୍ଫା ବାହାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ ମଧ୍ୟ କରାଯାଇଥିଲା। ଏହାସହ ଏଥିରେ ଏକ ବେଡ୍‌ ରୁମ୍‌ ସହ ଏକ ଖୋଲା ସ୍ଥାନର ମଧ୍ୟ ବ୍ୟସ୍ଥା କରାଯାଇଥିବା ଅନ୍ୟଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ ଖୋଲା ସ୍ଥାନରେ ଧ୍ୟାନ କରିହେବା ଭଳି ବ୍ୟବସ୍ଥା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri