ସାତକୋଶିଆ: ସାଇକେଲରେ ବୁଲି ଦେଖିହେବ ବନ୍ୟଜନ୍ତୁ

ବନ୍ତଳା,୩ା୧ – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ଶୋଭା ବୃଦ୍ଧି କରାଯିବ। ପ୍ରତିବର୍ଷ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ପକ୍ଷରୁ ୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏ ନେଇ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଅଭୟାରଣ୍ୟର କେତେକ ସ୍ଥାନରେ ଏଥିପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ଏହା ସମ୍ପୂର୍ଣ୍ଣ ହେଲେ ଏଠାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ବହୁ ଅଧିକ ସୁବିଧା ମିଳିପାରିବ। ଏପରି କି ସାତକୋଶିଆର ଶୋଭା ଯେପରି ସେମାନଙ୍କ ମନକୁ ମୁଗ୍ଧ କରିଦେବ ସେଥିପାଇଁ କିଛି ନିର୍ଦ୍ଦିଷ୍ଟ ଯୋଜନା ଉପରେ ଗୁରୁତ୍ୱ ଦେଇଛି ବନ ବିଭାଗ। ବିଶେଷକରି ପର୍ଯ୍ୟଟକମାନେ ଯେପରି ମହାନଦୀ ଗଣ୍ଡରେ ବୁଲି ମଗର, ଘଡ଼ିଆଳ ଓ ନାନା ପ୍ରଜାତିର ପଶୁପକ୍ଷୀ ଦେଖି ଖୁସି ହେବେ ସେଥିପାଇଁ ୬ଟି ନୂଆ ବୋଟ୍‌ ସହ ଗୋଟିଏ ଫ୍ଲୋଟିଂ ଜେଟି ଅଣାଯିବ। ଏଥିସହ ନେଚର କ୍ୟାମ୍ପରେ ରହୁଥିବା ପର୍ଯ୍ୟଟକଙ୍କୁ ଜଙ୍ଗଲରେ ବୁଲି ବନ୍ୟଜନ୍ତୁ ଦେଖିବାକୁ ସାଇକେଲ ଯୋଗାଇ ଦିଆଯିବ। ପିଲାଙ୍କ ପାଇଁ ପାର୍କ ଓ ନାନା ପ୍ରକାରର ଦୋଳି ବ୍ୟବସ୍ଥା କରାଯାଉଥିବା ବେଳେ ସମସ୍ତେ ଯେପରି ୩-ଡିର ମଜା ନେଇପାରିବେ ସେଥିପାଇଁ ଏକ ହଲ୍‌ ନିର୍ମାଣ କରାଯିବାର ଯୋଜନା ଥିବା ଡିଏଫ୍‌ଓ ରାମସ୍ବାମୀ ପି. ସୂଚନା ଦେଇଛନ୍ତି।
ଡିଏଫ୍‌ଓ ରାମସ୍ବାମୀ ପି. କହିଛନ୍ତି, କେନ୍ଦ୍ରୀୟ ଅନୁଦାନ, କାମ୍ପା ଅନୁଦାନ ଓ ଇକୋଟ୍ୟୁରିଜମ ଡେଭଲପମେଣ୍ଟ ପାଣ୍ଠିରୁ ୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ସାତକୋଶିଆ ଅଭୟାରଣ୍ୟରେ ପର୍ଯ୍ୟଟନର ବିକାଶ କରାଯିବ। ମହାନଦୀ ଗଣ୍ଡରେ ଥିବା ଘଡ଼ିଆଳ ଓ ମଗର କୁମ୍ଭୀର ଦେଖିବାକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଆଗାମୀ ଦିନରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କିପରି ମହାନଦୀରେ ବୁଲି ସାତକୋଶିଆର ଶୋଭାକୁ ଅଧିକ ଉପଭୋଗ କରିପାରିବେ ସେଥିପାଇଁ ବନ ବିଭାଗ ପୂର୍ବରୁ ୫ଟି ବୋଟ୍‌ ଆଣିଥିବା ବେଳେ ଏବେ ୯୫.୫୦ ଲକ୍ଷ ଟଙ୍କା ବ୍ୟୟରେ ଆଉ ୬ଟି ବୋଟ୍‌ ଓ ଗୋଟିଏ ଫ୍ଲୋଟିଂ ଜେଟି ଆଣିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଟେଣ୍ଡର ସରିଛି। ଏହା ମାର୍ଚ୍ଚ ମଧ୍ୟରେ ମହାନଦୀକୁ ଆସିବ। ଏହାକୁ ଜିଲିଣ୍ଡା ରେଞ୍ଜ ବାଲିକିଆରିରେ ଓ ଟିକରପଡାରେ ରଖାଯିବ। ସେହିପରି ସାତକୋଶିଆ ପରିଦର୍ଶନରେ ଆସୁଥିବା ସ୍କୁଲ ପିଲାମାନେ ଯେପରି ବୁଲିବା ସହ ଖେଳିବାର ମଜା ନେଇପାରିବେ ତାହାକୁ ଲକ୍ଷ୍ୟ ରଖି ଟିକରପଡାର ଘଡ଼ିଆଳ ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ର ସମ୍ମୁଖରେ ପାର୍କ କାର୍ଯ୍ୟ ଚାଲିଛି। ଏଥିରେ ଦୋଳି, ଚକ୍ରିଦୋଳି, ଖସଡ଼ା, ବାଲାନ୍ସ ଚେୟାର ଆଦି ଲଗା ଯାଇଛି। ଏଥିସହିତ ମହାନଦୀ ଗଣ୍ଡ, ପାହାଡ଼ ଓ ଜଳ ରାଶିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବିଭିନ୍ନ ସ୍ଥାନରେ ଚେୟାରମାନ ପକାଯାଇଛି। ନନ୍ଦନକାନନରୁ ୫ଟି ଘଡ଼ିଆଳ ଅଣାଯାଇ ଏଠାରେ ପ୍ରଜନନ କରାଯିବାର ଯୋଜନା ରହିଛି। ସେହିସବୁ ଘଡ଼ିଆଳକୁ ପର୍ଯ୍ୟଟକମାନେ ଅତି ନିକଟରୁ ଦେଖିପାରିବା ଭଳି ବ୍ୟବସ୍ଥା କରାଯାଉଛି। ବଣଭୋଜି ପାଇଁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଗୋଟିଏ ସ୍ଥାନ ବଦଳରେ ଏଥର ଏକାଧିକ ଆକର୍ଷଣୀୟ ସ୍ଥାନ ଚିହ୍ନଟ କରାଯାଉଛି। ସେମାନେ ମଝିପଡା, ବେହେରାସାହି କିମ୍ବା ହାତିବାରିରେ ବଣଭୋଜି କରିପାରିବେ। ସ୍ଥାନୀୟ ଗ୍ରାମବାସୀ ସହଯୋଗ କଲେ ଏହା ସଫଳ ହେବା ସହ ଗଁା ଲୋକଙ୍କ ରୋଜଗାର ମଧ୍ୟ ବଢିବ। ଏ ସମ୍ପର୍କରେ ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରି ଆଗାମୀ ଋତୁ ପୂର୍ବରୁ ସେସବୁ ପ୍ରସ୍ତୁତ କରାଯିବ। ପର୍ଯ୍ୟଟକଙ୍କୁ ସାତକୋଶିଆର ମନୋରମ ଦୃଶ୍ୟ, ବାଘ, ହାତୀ, ହରିଣ ଓ ଅନ୍ୟାନ୍ୟ ଜୀବଜନ୍ତୁ ସହିତ ସାତକୋଶିଆ ଗଣ୍ଡ, ଘଡ଼ିଆଳ ବିଚରଣ, ଅଧିବାସୀଙ୍କ ଜୀବନ ଜୀବିକା, ବନକର୍ମଚାରୀଙ୍କ କାର୍ଯ୍ୟ, ଅଧିବାସୀଙ୍କ ବିକାଶ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ପରିଚିତ କରାଇବାକୁ ଏକ ୩ଡି ଫିଲ୍ମ ହଲ ନିର୍ମାଣ କରାଯିବାର ଯୋଜନା ରଖାଯାଇଛି। ଟିକରପଡା ବନବିଭାଗ ବଙ୍ଗଳା ନିକଟରେ ଏହା କରାଯିବ। ଯେଉଁ ପର୍ଯ୍ୟଟକମାନେ ନେଚର କ୍ୟାମ୍ପରେ ରହୁଛନ୍ତି ସେମାନଙ୍କ ପାଇଁ ସାଇକେଲରେ ବୁଲିବା ବ୍ୟବସ୍ଥା କରାଯିବ। ବଫର ଜଙ୍ଗଲରେ ସେମାନେ ସାଇକେଲ ଚାଳନା ବେଳେ ତାଲିମପ୍ରାପ୍ତ ଗାଇଡ ସୁରକ୍ଷା ଦେବେ। ଏହି ବଫର ଅଞ୍ଚଳରେ ସମ୍ପୃକ୍ତ ପର୍ଯ୍ୟଟକମାନେ କିପରି ବନ୍ୟଜନ୍ତୁଙ୍କୁ ସିଧାସଳଖ ଦେଖି ପାରିବେ ସେଥିପାଇଁ ଉଚ୍ଚପଦସ୍ତ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇ ବ୍ୟବସ୍ଥା କରାଯିବ। ନନ୍ଦନକାନନରୁ ବଡ଼ କଇଁଛ ଅଣାଯାଇ ପର୍ଯ୍ୟଟକଙ୍କୁ ଦେଖାଯିବ। ଘଡ଼ିଆଳ ପ୍ରଜନନ କେନ୍ଦ୍ରରେ ଏହି କଇଁଛଙ୍କ ପାଇଁ ନୂଆ ଏନକ୍ଲୋଜର ନିର୍ମାଣ ହୋଇଛି। ସେହିପରି ପର୍ଯ୍ୟଟକଙ୍କ ମନରେ ସାତକୋଶିଆର ସ୍ମୃତି ଉଜ୍ଜୀବିତ ରଖିବା ପାଇଁ ବ୍ୟାଘ୍ର ପ୍ରକଳ୍ପ ଲୋଗୋ ଥିବା ସ୍ବତନ୍ତ୍ର ଭାବେ ଟି-ଶାର୍ଟ ଓ ଟୋପି ବିକ୍ରି କରାଯିବ। ପୁରୁଣା ହୋଇଯାଇଥିବା ଇକୋ କଟେଜ ଗୁଡ଼ିକର ମରାମତି ସହିତ ଏହାକୁ ବୃଦ୍ଧି କରାଯିବ। ଏଥିପାଇଁ ୩୦ ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଥିବା ଡିଏଫ୍‌ଓ ରାମାସ୍ବାମୀ ପି. ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri