ସାଇରସ ମିସ୍ତ୍ରିଙ୍କୁ ଝଟକା;ଏନ୍‌ସିଏଲ୍‌ଏଟି ରାୟକୁ ସୁପ୍ରିମକୋର୍ଟଙ୍କ ରହିିତାଦେଶ

 

ନୂଆଦିଲ୍ଲୀ,୧୧-୧ : ଟାଟାସନ୍ସର ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହେବା ନେଇ ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ଡିସେମ୍ବର ୧୮ରେ ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ରାୟ ଦେଇଥିଲେ। ଏହି ରାୟକୁ ସୁପ୍ରିମକୋର୍ଟ ଶୁକ୍ରବାର ରହିତାଦେଶ ଦେଇଛନ୍ତି। ଫଳରେ ମିସ୍ତ୍ରିଙ୍କୁ ଏହି ମାମଲାରେ ଝଟକା ଲାଗିଛି। ମିସ୍ତ୍ରିଙ୍କ ସପକ୍ଷରେ ଟ୍ରିବ୍ୟୁନାଲ ରାୟ ଦେବା ସହ ଟାଟାସନ୍ସକୁ ଏକ ଘରୋଇ କମ୍ପାନୀରେ ପରିବର୍ତ୍ତନ ଏବଂ ଅଧ୍ୟକ୍ଷ ପଦବୀରେ ଏନ୍‌.ଚନ୍ଦ୍ରଶେକରନ୍‌ଙ୍କ ନିଯୁକ୍ତିକୁ ବେଆଇନ ବୋଲି କହିଥିଲେ। ଏହି ରାୟ ବିରୋଧରେ ଚ୍ୟାଲେଞ୍ଜ କରିବା ଲାଗି ଟାଟାସନ୍ସକୁ ଗୋଟିଏ ମାସ ସମୟ ଦିଆଯାଇଥିଲା। ଉକ୍ତ ମାମଲାରେ ଟାଟା ସନ୍ସ, ଗ୍ରୁପର ସେବା ନିବୃତ୍ତ ଅଧ୍ୟକ୍ଷ ରତନ ଟାଟା ଏବଂ ଟିିସିଏସ୍‌ ପ୍ରମୁଖ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲା। ଏହାର ଶୁଣାଣି ଶୁକ୍ରବାର ହୋଇଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ବିସ୍ତୃତ ଶୁଣାଣି କରିବାକୁ କହିଛନ୍ତି। ମୁଖ୍ୟ ବିଚାରପତି ଏସ୍‌.ଏ.ବୋବଡେ, ଜଷ୍ଟିସ ବି.ଆର୍‌. ଗଭାଇ, ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଗଠିତ ଖଣ୍ଡପୀଠ ଉକ୍ତ ମାମଲାରେ ଶୁଣାଣି କରିଛନ୍ତି।
ଏକ ବିବାଦୀୟ ସ୍ଥିତିରେ ୨୦୧୬ ଅକ୍ଟୋବର ମିସ୍ତ୍ରିଙ୍କୁ ଟାଟାସନ୍ସ ଅଧ୍ୟକ୍ଷ ପଦବୀରୁ ହଟାଯାଇଥିଲା। ଏହାକୁ ବିରୋଧ କରି ସେ ପ୍ରଥମେ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)ଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ମାମଲା ଟାଟା ଗ୍ରୁପ ସମକ୍ଷରେ ଯାଇଥିଲା। ଏହା ବିରୋଧରେ ମିସ୍ତ୍ରି ପରେ ଏନ୍‌ସିଏଲ୍‌ଏଟିଙ୍କ ଦ୍ୱାରସ୍ଥ ହେଲେ ଯେଉଁଠାରେ ରାୟ ତାଙ୍କ ସପକ୍ଷରେ ଯାଇଥିଲା। ହେଲେ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଟାଟା ଗ୍ରୁପକୁ କୁହାଯାଇଥିଲା। ଯେଉଁଠାରେ ଏନ୍‌ସିଏଲ୍‌ଏଟି ରାୟକୁ ରହିତାଦେଶ ଦିଆଯାଇଛି। ଟାଟା ଗ୍ରୁପ ଅଧ୍ୟକ୍ଷ ପଦବୀକୁ ଫେରିବା ନେଇ କୌଣସି ଆଗ୍ରହ ନ ଥିବା ମିସ୍ତ୍ରି ଗତ ସପ୍ତାହରେ କହିଥିଲେ। ଅଳ୍ପ ସଂଖ୍ୟକ ଅଂଶୀଦାରଙ୍କ ସ୍ବାର୍ଥକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଥିବା ମିସ୍ତ୍ରି କହିଥିଲେ। ସାଇରସ ମିସ୍ତ୍ରି ସାପୁରଜୀ ପାଲୋନଜୀ ପରିବାରର ହୋଇଥିବା ବେଳେ ୨୦୧୨ରେ ରତନ ଟାଟାଙ୍କ ସ୍ଥାନରେ ଟାଟାସନ୍ସର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହୋଇଥିଲେ। ଏହି ପଦବୀ କାରଣରୁ ସେ ଟାଟା ମୋଟର୍ସ, ଟାଟା ପାଓ୍ବାର ଭଳି ଗ୍ରୁପର ସମସ୍ତ ସୂଚୀଭୁକ୍ତ କମ୍ପାନୀଗୁଡିକରେ ପ୍ରମୁଖ ସ୍ଥାନରେ ରହିଥିଲେ। ଟାଟାସନ୍ସରେ ସାଇରସ ମିସ୍ତ୍ରିଙ୍କ ପରିବାରର ୧୮% ଅଂଶଧନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri