ସାଇବର ଅପରାଧୀଙ୍କ ଅସ୍ତ୍ର ହୋଇପାରେ ‘ଜୁମ୍‌’ ଆପ୍‌

ନୂଆଦିଲ୍ଲୀ, ୧୪ା୪: କରୋନା ଭାଇରସ୍‌ ଯୋଗୁ ଏବେ ବିଶ୍ୱର ପ୍ରାୟ ସବୁଠି ଲକ୍‌ଡାଉନ ସ୍ଥିତି। ବହୁ କମ୍ପାନୀ ଓ ଘରୋଇ ସଂସ୍ଥା ନିଜର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କହିଛନ୍ତି। ଲକ୍‌ଡାଉନ ଯୋଗୁ ଘରୁ ବାହାରି ହେଉ ନ ଥିବାରୁ ଅଫିସ୍‌ କାର୍ଯ୍ୟ ପରିଚାଳନା ପାଇଁ କିଭଳି ମିଟିଂ କରାଯିବ ସେନେଇ ଚିନ୍ତା କରାଯାଉଛି। ଏହି ସମୟରେ ସହାୟକ ହୋଇପାରିଛି ଭିଡିଓ କନ୍‌ଫରେନ୍ସିଂ ଆପ୍‌, ଯାହାର ନଁା ହେଉଛି ‘ଜୁମ୍‌’। ଏବେ ଏହି ଆପ୍‌ ଖୁବ୍‌ ଚର୍ଚ୍ଚାରେ। ଏହା ଜରିଆରେ ଏକା ଥରକେ ୧୦୦ ଜଣ ଲୋକ ଭିଡିଓ କଲିଂ କରିପାରୁଛନ୍ତି। ଅର୍ଥାତ୍‌ ୧୦୦ ଜଣ ଲୋକ ପରସ୍ପରକୁ ଦେଖିପାରୁଛନ୍ତି ଏବଂ କଥା ହୋଇପାରୁଛନ୍ତି। ଏଥିପାଇଁ ‘ଜୁମ୍‌’ ଆପ୍‌ର ଲୋକପ୍ରିୟତା କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ବଢ଼ିବାରେ ଲାଗିଛି। ହେଲେ ଏହି ଆପ୍‌ରେ ବ୍ୟବହାରକାରୀଙ୍କ ଡାଟା ସୁରକ୍ଷିତ ନୁହେଁ ବୋଲି ଅଭିଯୋଗ ଉଠିଛି। ଅର୍ଥାତ୍‌ ଏହି ଆପ୍‌ ଦ୍ୱାରା ବ୍ୟବହାରକାରୀଙ୍କ ମୋବାଇଲ ଫୋନ ଓ ଲାପ୍‌ଟପ୍‌ ଡାଟା ଅନ୍ୟ କାହାରି ହାତରେ ଲାଗିପାରେ, ଯାହାକି ବଡ଼ ଚିନ୍ତାର ବିଷୟ।
ସାଇବର ସିକ୍ୟୁରିଟି ପାଇଁ ଭାରତରେ ଏକ ରାଷ୍ଟ୍ରୀୟ ନୋଡାଲ ଏଜେନ୍ସି ରହିଛି। ତାହା ହେଉଛି ସିଇଆର୍‌ଟି-ଇନ୍‌(ଦ ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍‌ପନ୍ସ ଟିମ୍‌)। ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ଏଜେନ୍ସି ‘ଜୁମ୍‌’ରେ ଡାଟା ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟଙ୍କୁ ଯଥେଷ୍ଟ ସାବଧାନ ରହିବାକୁ ସତର୍କ କରାଇଛି। ଏହି ଆପ୍‌ ବ୍ୟବହାରବେଳେ ସତର୍କ ନ ରହିଲେ ତାହା ସାଇବର ଆଟାକ୍‌ର ମାଧ୍ୟମ ହୋଇପାରେ। ଏହାସହିତ ବ୍ୟବହାରକାରୀଙ୍କ ସମ୍ବେଦନଶୀଳ ତଥ୍ୟ ଲିକ୍‌ ହୋଇ ସାଇବର ଅପରାଧୀଙ୍କ ପାଖକୁ ଯିବାର ଯଥେଷ୍ଟ ଆଶଙ୍କା ରହିଥିବା ଏଜେନ୍ସି କହିଛି।
ଅନ୍ୟପକ୍ଷରେ ଆମେରିକାର କାଲିଫର୍ନିଆରେ ଏହି ଆପ୍‌ ବିରୋଧରେ ୩ଟି ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ତାହା ହେଉଛି ଜୁମ୍‌ ବ୍ୟବହାରକାରୀଙ୍କ ଡାଟା ଫେସ୍‌ବୁକ୍‌ରେ ଶେୟାର ହେବା। ଦ୍ୱିତୀୟରେ ଏହି ଆପ୍‌ ଏଣ୍ଡ-ଟୁ-ଏଣ୍ଡ ଏନ୍‌କ୍ରିପ୍‌ଶନ ସୁବିଧା ନ ଦେବା। ଏହି ସୁବିଧା ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କୁ ମିଳୁଛି। ଏହି ସୁବିଧା ଦ୍ୱାରା କେବଳ ଯୋଗାଯୋଗ କରୁଥିବା ୟୁଜର୍ସ ହିଁ ମେସେଜ୍‌ ପଢ଼ିପାରିବେ। ସେହିପରି ତୃତୀୟ ଅଭିଯୋଗ ହେଲା ‘ଜୁମ୍‌’ ଦ୍ୱାରା ସହଜରେ ବ୍ୟବହାରକାରୀଙ୍କ ଓ୍ବେବ୍‌ କ୍ୟାମେରାକୁ ମଧ୍ୟ ଉପଯୋଗ କରିହେଉଛି। ‘ଓ୍ବାଶିଂଟନ ପୋଷ୍ଟ’ ପକ୍ଷରୁ ଏହାକୁ ନେଇ ଯାଞ୍ଚ କରାଯିବାରୁ ‘ଜୁମ୍‌’ ଆପ୍‌ ବ୍ୟବହାର କରୁଥିବା ହଜାର ହଜାର ଲୋକଙ୍କ ବ୍ୟକ୍ତିଗତ ଜୁମ୍‌ ଭିଡିଓ ଇଣ୍ଟରନେଟ୍‌ର ଫ୍ରି ସ୍ପେସ୍‌ରେ ଉପଲବ୍ଧ ଥିବା ଜଣାପଡ଼ିଥିଲା। ଅର୍ଥାତ୍‌ ୟୁଜର୍ସମାନେ ଜୁମ୍‌ ଆପ୍‌ ମାଧ୍ୟମରେ ଯେଉଁ ଭିଡିଓ ଆଳାପ କରିଥିଲେ ତାହାସବୁ ଇଣ୍ଟରନେଟ୍‌ ମାଧ୍ୟମରେ କେହି ତୃତୀୟ ତଥା ଅପରିଚିତ ବ୍ୟକ୍ତିଙ୍କ ଦେଖିବା ପାଇଁ ଉପଲବ୍ଧ ରହିଛି। ସେହି ଭିଡିଓଗୁଡ଼ିକୁ ଆଧାର କରି ‘ଓ୍ବାଶିଂଟନ ପୋଷ୍ଟ’ ପକ୍ଷରୁ ୫ଜଣଙ୍କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେମାନେ କେହି ମଧ୍ୟ ସେମାନଙ୍କ ଭିଡିଓ ଲିକ୍‌ ହୋଇ ଇଣ୍ଟରନେଟ୍‌ରେ ଥିବା ବିଷୟରେ ଅବଗତ ନ ଥିଲେ।
କାଲିଫର୍ନିଆର ସାନ ଜୋସ୍‌ରେ ରହିଛି ଜୁମ୍‌ ଆପ୍‌ର ହେଡ୍‌କ୍ୱାର୍ଟର୍ସ। ଏହାର ପ୍ରତିଷ୍ଠାତା ତଥା ସିିିିିଇଓ ହେଉଛନ୍ତି ଏରିକ୍‌ ୟୁଆନ, ଯିଏକି ଜଣେ ଚାଇନିଜ୍‌ ଆମେରିକୀୟ। ମାତ୍ର ୩ ମାସ ମଧ୍ୟରେ ତାଙ୍କ ସମ୍ପତ୍ତି ୧୧୨% ବୃଦ୍ଧି ପାଇ ୭.୫ ବିଲିୟନ ଡଲାର ହୋଇଯାଇଛି। ସେ ଏବେ ବ୍ଲୁମ୍‌ବର୍ଗର ବିଲିୟନେୟାର୍ସଙ୍କ ତାଲିକାର ୧୯୨ ନମ୍ବରରେ ରହିଛନ୍ତି। ୨୦୧୯ ଡିସେମ୍ବରରେ ‘ଜୁମ୍‌’ ଆପ୍‌ର ଆକ୍ଟିଭ ୟୁଜର୍ସ ସଂଖ୍ୟା ୧ କୋଟି ଥିବାବେଳେ ମାର୍ଚ୍ଚରେ ତାହା ୨୦ କୋଟିରେ ପହଞ୍ଚତ୍ଥିଲା। ଗତ ମାସରେ ଏହି ଆପ୍‌ର ଡାଉନଲୋଡ୍‌ ପେଜ୍‌କୁ ଦୈନିକ ଯାଉଥିବା ଲୋକଙ୍କ ସଂଖ୍ୟାରେ ୫୩୫% ବୃଦ୍ଧି ଘଟିଥିଲା। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ଭଳି ବହୁ ରାଜନେତା ଓ

ସେଲିବ୍ରିଟି ଭିଡିଓ କନ୍‌ଫରେନ୍ସ ପାଇଁ ଏହି ଆପ୍‌ ବ୍ୟବହାର କରିଛନ୍ତି। କିନ୍ତୁ ୟୁଜର୍ସମାନଙ୍କ ଡାଟା ଅପବ୍ୟବହାର କରାଯାଉଥିବା ଅଭିଯୋଗ ଆଣି ସାଇବର ସୁରକ୍ଷା ଏକ୍ସପର୍ଟମାନେ ଏହି ଆପ୍‌କୁ ‘ଗୋପନୀୟତାର ବିପର୍ଯ୍ୟୟ’ ବୋଲି ବିବେଚନା କରିଛନ୍ତି। ଏପରି କି ଗୁଗୁଲ ଓ ଅନ୍ୟ କେତେକ ସଂସ୍ଥା ଏହି ଆପ୍‌ ବ୍ୟବହାର ନ କରିବାକୁ ସେମାନଙ୍କ କର୍ମଚାରୀଙ୍କୁ କହିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଜର୍ମାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଆପ୍‌ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଗତ ସୋମବାର ନ୍ୟୁୟର୍କର ଆଟର୍ନି ଜେନେରାଲ ଲେଟିଆ ଜେମ୍ସ କମ୍ପାନୀକୁ ଏକ ଚିଠି ପଠାଇ ଏହାର ସୁରକ୍ଷା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ କହିଛନ୍ତି। ଚିଠିରେ ଜେମ୍ସ କହିଛନ୍ତି ଯେ, ସୁରକ୍ଷା ଦୁର୍ବଳତାକୁ ସମାଧାନ କରିବାରେ ଜୁମ୍‌ ମନ୍ଥରତା ଦେଖାଉଥିବାରୁ ତୃତୀୟ ପକ୍ଷ (ସାଇବର ଅପରାଧୀ) ୟୁଜର୍ସମାନଙ୍କ ଓ୍ବେବ୍‌କ୍ୟାମ୍‌କୁ ଉପଯୋଗ କରିବାରେ ସକ୍ଷମ ହୋଇପାରିବେ। ‘ଜୁମ୍‌’ର ଜଣେ ମୁଖପାତ୍ର କହିଛନ୍ତି ଯେ, ୟୁଜର୍ସମାନଙ୍କ ଗୋପନୀୟତା, ସୁରକ୍ଷା ଏବଂ ବିଶ୍ୱାସକୁ ଗୁରୁତ୍ୱର ସହ ଗ୍ରହଣ କରାଯାଉଛି। ଆସନ୍ତା ୯୦ ଦିନ ମଧ୍ୟରେ ସୁରକ୍ଷା ସମସ୍ୟାର ସମାଧାନ କରାଯିବ।
ବ୍ୟକ୍ତିଗତ ଗୋପନୀୟତା ଏବଂ ତଥ୍ୟର ସୁରକ୍ଷା ପାଇଁ ଅନେକ ୟୁଜର୍ସ ଚିନ୍ତାରେ ଥିବାବେଳେ ଭାରତୀୟ ନୋଡାଲ ଏଜେନ୍ସି ‘ସିଇଆର୍‌ଟି-ଇନ୍‌’ କେତେକ ସତର୍କତା ଅବଲମ୍ବନ କରି ଜୁମ୍‌ ଆପ୍‌କୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛି। ତାହାହେଲା ଆପ୍‌କୁ ନିୟମିତ ବ୍ୟବଧାନରେ ଅପ୍‌ଡେଟ୍‌ କରିବା, ମଜଭୁତ ପାସ୍‌ଓ୍ବାର୍ଡ୍‌ ବ୍ୟବହାର କରିବା, ପ୍ରତ୍ୟେକ ମିଟିଂ ପାଇଁ ୟୁନିକ୍‌ ପାସ୍‌ଓ୍ବାର୍ଡ ଏବଂ ଭିଡିଓ କନଫରେନ୍ସିଂ ବେଳେ ବିନା ଅନୁମତିରେ କାହାରି ପ୍ରବେଶ ଉପରେ କଟକଣାକୁ ଜୋର ଦେବା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri