Posted inଫୁରସତ

ସାଇତା ଖେଳଣା

ଏଠି ଯେଉଁ ଖେଳଣା କଥା କୁହାଯାଉଛି, ସେଥିପାଇଁ ପିଲା ଜିଦ୍ଦି କଲେ ବି ମା’ବାପା ପିଲାର ଆଶା ପୂରଣ କରିପାରିବେନି। କାରଣ ଏସବୁ ହେଉଛି ପୃଥିବୀର ସବୁଠାରୁ ଦାମୀ ଖେଳଣା। କହିବାକୁଗଲେ, ଏସବୁ ଖେଳିବା ପାଇଁ ନୁହେଁ ବରଂ ତିଆରି ହୋଇଛି ସାଇତି ରଖିବା ପାଇଁ..

ଆଷ୍ଟୋଲାଟ୍‌ ଡଲ୍‌ ହାଉସ୍‌ କ୍ୟାସେଲ- ଡଲ୍‌ ହାଉସ୍‌ ବା କଣ୍ଢେଇ ଘର ପିଲାମାନଙ୍କର ବହୁତ ପ୍ରିୟ। ସେଥିରେ କଣ୍ଢେଇକୁ ରଖି ଖେଳିବାରେ ଥାଏ ଅଲଗା ମଜା। ତେବେ ଏମିତି ଏକ ଡଲ୍‌ ହାଉସ୍‌ ଅଛି, ଯାହାକୁ ଦେଖିଲେ ଇଚ୍ଛା ହେବ ତାକୁ ଘରକୁ ନେଇଯିବାକୁ। ହେଲେ ଏହାର ଦାମ ଶୁଣିଲେ ତା’ଠୁ ଦୂରେଇ ଯିବେ। କାରଣ ଏହା ହେଉଛି ପୃଥିବୀର ସବୁଠୁ ଦାମୀ ଡଲ୍‌ ହାଉସ୍‌। ଯାହାର ମୂଲ୍ୟ ୮.୫ ମିଲିୟନ ଡଲାର। ଏତେ ମୂଲ୍ୟ ହେବା ବି ସ୍ବାଭାବିକ। କାରଣ ଏଥିରେ ଦେଖିବାକୁ ମିଳେ ଉଚ୍ଚକୋଟିର କାରିଗରି, ସ୍ଥାପତ୍ୟ, ଇଞ୍ଜିନିୟରିଂ ଓ ସୃଜନଶୀଳତା। ଏହା ଭିତରେ ରୋଷେଇଘରଠୁ ଆରମ୍ଭ କରି ବେଡରୁମ୍‌, ଓ୍ବାଇନ୍‌ ସେଲାର, ବେସମେଣ୍ଟ, ହଲ୍‌ଓ୍ବେସ୍‌, ଷ୍ଟେୟାରଓ୍ବେସ୍‌, ମ୍ୟୁଜିକ ରୁମ୍‌, ଲାଇବ୍ରେରୀ ଆଦି ଅଛି। ଆଉ ସେଗୁଡ଼ିକୁ ଏତେ ନିଖୁଣଭାବେ କରାଯାଇଛି ଯେ, ତାହା ସମ୍ପୂର୍ଣ୍ଣଭାବେ ବାସ୍ତବ ଲାଗେ। ଏହାକୁ ତିଆରି କରିବା ଲାଗି ୧୩ ବର୍ଷ ଲାଗିଥିଲା।

ଲୋଇଜ୍‌ଲିଉର୍‌(ଦି ବାର୍ଡ ଟ୍ରେନର୍‌)- ଏହା ଏକ ୪ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଚଳପ୍ରଚଳ କରିପାରୁଥିବା ଖେଳଣା। କହିବାକୁ ଗଲେ ଏହା ଏକ ରୋବୋ ପରି ଅଟେ। ଯାହାକୁ ଡିଜାଇନ୍‌ କରିଛନ୍ତି ଫ୍ରାନ୍ସର କ୍ରିଷ୍ଟିୟାନ ବେଲି। ଏହି ଖେଳଣାଟି ଏକ ଯୁବକର, ଯାହା ହାତରେ ବଇଁଶୀ ଥିବା ସହ ପାଖରେ ଥାଆନ୍ତି ଦୁଇଟି ଚଢ଼େଇ। ସାଟିନ୍‌, ଭେଲଭେଟ୍‌, ସିଲ୍କର ପୋଷାକ ପିନ୍ଧିଥିବା ଏହି ଯୁବକ କଣ୍ଢେଇର ଆଖି କାଚର। ଏଥିରେ ଥିବା ଏକ ସୁବର୍ଣ୍ଣ ରଙ୍ଗର ଚାବିକୁ ମୋଡ଼ି ଦେଲେ ଯୁବକ କଣ୍ଢେଇଟି ବଇଁଶୀ ବଜାଇବା ଆରମ୍ଭ କରେ। ଆଉ ହାତରେ ବସିଥିବା ଚଢ଼େଇ ଡେଣା ଝାଡ଼ି, ମୁଣ୍ଡ ହଲେଇ ଥଣ୍ଟ ଖୋଲି ଓ ବନ୍ଦ କରି ଗୀତ ଗାଇବା ପରି ହୁଅନ୍ତି। ଏହି ଖେଳଣାର ମୂଲ୍ୟ ୬.୨୫ ମିଲିୟନ ଡଲାର।

ମାଡାମ୍‌ ଆଲେକଜାଣ୍ଡାର ଏଲୋଇଜ୍‌- କ୍ୟୁଟ୍‌ ବ୍ଲଣ୍ଡ ହେୟାର୍‌ ଥିବା ଝିଅ କଣ୍ଢେଇ ପାଖରେ ଷ୍ଟାଇଲିଶ୍‌ କୁକୁରର ଏହି ଖେଳଣା ଦେଖିବାକୁ ସାଧାରଣ। କିନ୍ତୁ ଏହାର ମୂଲ୍ୟ ୫ ମିଲିୟନ ଡଲାର। କାରଣ ଉକ୍ତ କଣ୍ଢେଇରେ ୯ କ୍ୟାରେଟ୍‌ର ହୀରା, ସ୍ବରଭୋସ୍କି କ୍ରିଷ୍ଟାଲ୍‌ ଓ ଅନ୍ୟ ଦାମୀ ଆସେସରିଜ୍‌ ବ୍ୟବହାର କରାଯାଇଛି। ଡଲ୍‌ ଡିଜାଇନର୍‌ ମାଡାମ ଆଲେକଜାଣ୍ଡାର ଏହିଭଳି ମାତ୍ର ୫ଟି ଡଲ୍‌ ତିଆରି କରିଛନ୍ତି।
ଲମ୍ବରଘିନି ଆଭେଣ୍ଟାଡର୍‌ ମଡେଲ୍‌ କାର୍‌- ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମଡେଲ୍‌ କାର୍‌ ଖେଳଣାର ମୂଲ୍ୟ ଅସଲି ଲମ୍ବରଘିନି କାର୍‌ଠୁ ୧୦ ଗୁଣ ଅଧିକ। ସୁନା, ହୀରା ଓ ପ୍ଲାଟିନମ୍‌ରେ ତିଆରି ଏହି କାର୍‌ ଖେଳଣାର ମୂଲ୍ୟ ୪.୬ ମିଲିୟନ ଡଲାର।

ଗୋଲ୍ଡେନ୍‌ ମନୋପଲି- ମନୋପଲି ଗେମ୍‌ ଅନେକେ ଖେଳିଥିବେ। ଏହା ଏକ ଲୋକପ୍ରିୟ ବୋର୍ଡ ଗେମ୍‌। ସାନଫ୍ରାନ୍ସିସ୍କୋ ଗହଣା ଡିଜାଇନର୍‌ ସିଡ୍‌ନୀ ମୋବେଲ୍‌ ତିଆରି କରିଛନ୍ତି ଏହାର ସବୁଠାରୁ ଦାମୀ ଭର୍ସନ। ଯାହାର ମୂଲ୍ୟ ୨ ମିଲିୟନ ଡଲାର। ୧୮ କ୍ୟାରେଟ୍‌ ସୁନା ଓ ବିଭିନ୍ନ ଦାମୀ ରତ୍ନରେ ତିଆରି ଏହି ମନୋପଲି ଗେମ୍‌ର ଡାଇସ୍‌ ଦୁଇଟି ୪୨ଟି ଫୁଲ୍‌ କଟ୍‌ ଡାଇମଣ୍ଡରେ ତିଆରି। ଏହାର ପ୍ରପର୍ଟିଗୁଡ଼ିକରେ ଜେମ୍‌ସ ଖଚ୍ଚିତ। ସର୍ବମୋଟ ୧୬୫ଟି ଜେମ୍‌ ଷ୍ଟୋନ ଏଥିରେ ବ୍ୟବହାର ହୋଇଛି। ଏହାର ହୋଟେଲରେ ସାଫାୟର୍‌ ଏବଂ ହାଉସ୍‌ ଚିମ୍‌ନୀ ରୁବି ବ୍ୟବହାର କରାଯାଇଛି।

ଦି ମାଷ୍ଟରପିସ୍‌ କ୍ରବ୍‌ ର୍ୟୁବିକ୍‌ କ୍ୟୁବ୍‌- ଏହାର ମୂଲ୍ୟ ହେଉଛି ୧.୫ମିଲିୟନ ଡଲାର। ଏଥିରେ ୧୮୫ କ୍ୟାରଟ୍‌ର ବହୁମୂଲ୍ୟ ଜେମ୍‌ସ, ରୁବି, ଇମେରାଲ୍ଡ ଆଦି ଖଚ୍ଚିତ ହୋଇଛି।

ଗୋଲ୍ଡ ରକିଂ ହର୍ସ- ପିଲାଦିନର ଖେଳଣା ଭିତରେ ରକିଂ ହର୍ସ ବହୁତ ପ୍ରିୟ ହୋଇଥାଏ। ଜାପାନର ଗହଣା ନିର୍ମାତା ଗିନ୍‌ଜା ତନାକା ତିଆରି କରିଛନ୍ତି ୨୪ କ୍ୟାରଟ୍‌ ସୁନାର ରକିଂ ହର୍ସ। ୨୬ କି.ଗ୍ରା. ସୁନାର ଏହି ରକିଂ ହର୍ସକୁ ସେ ଜାପାନର ରାଜକୁମାର ହିସାହିତୋଙ୍କ ଜନ୍ମଦିନ ଅବସରରେ ତିଆରି କରିଥିଲେ। ପରେ ଏହାକୁ ହଲିଉଡ୍‌ ଗାୟିକା ବେୟୋନ୍ସ ଓ ତାଙ୍କ ସ୍ବାମୀ ଜେ-ଜେଡ୍‌ ତାଙ୍କ ଝିଅ ପାଇଁ କିଣି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri