Posted inଫୁରସତ

ସାଇତା ଖେଳଣା

ଏଠି ଯେଉଁ ଖେଳଣା କଥା କୁହାଯାଉଛି, ସେଥିପାଇଁ ପିଲା ଜିଦ୍ଦି କଲେ ବି ମା’ବାପା ପିଲାର ଆଶା ପୂରଣ କରିପାରିବେନି। କାରଣ ଏସବୁ ହେଉଛି ପୃଥିବୀର ସବୁଠାରୁ ଦାମୀ ଖେଳଣା। କହିବାକୁଗଲେ, ଏସବୁ ଖେଳିବା ପାଇଁ ନୁହେଁ ବରଂ ତିଆରି ହୋଇଛି ସାଇତି ରଖିବା ପାଇଁ..

ଆଷ୍ଟୋଲାଟ୍‌ ଡଲ୍‌ ହାଉସ୍‌ କ୍ୟାସେଲ- ଡଲ୍‌ ହାଉସ୍‌ ବା କଣ୍ଢେଇ ଘର ପିଲାମାନଙ୍କର ବହୁତ ପ୍ରିୟ। ସେଥିରେ କଣ୍ଢେଇକୁ ରଖି ଖେଳିବାରେ ଥାଏ ଅଲଗା ମଜା। ତେବେ ଏମିତି ଏକ ଡଲ୍‌ ହାଉସ୍‌ ଅଛି, ଯାହାକୁ ଦେଖିଲେ ଇଚ୍ଛା ହେବ ତାକୁ ଘରକୁ ନେଇଯିବାକୁ। ହେଲେ ଏହାର ଦାମ ଶୁଣିଲେ ତା’ଠୁ ଦୂରେଇ ଯିବେ। କାରଣ ଏହା ହେଉଛି ପୃଥିବୀର ସବୁଠୁ ଦାମୀ ଡଲ୍‌ ହାଉସ୍‌। ଯାହାର ମୂଲ୍ୟ ୮.୫ ମିଲିୟନ ଡଲାର। ଏତେ ମୂଲ୍ୟ ହେବା ବି ସ୍ବାଭାବିକ। କାରଣ ଏଥିରେ ଦେଖିବାକୁ ମିଳେ ଉଚ୍ଚକୋଟିର କାରିଗରି, ସ୍ଥାପତ୍ୟ, ଇଞ୍ଜିନିୟରିଂ ଓ ସୃଜନଶୀଳତା। ଏହା ଭିତରେ ରୋଷେଇଘରଠୁ ଆରମ୍ଭ କରି ବେଡରୁମ୍‌, ଓ୍ବାଇନ୍‌ ସେଲାର, ବେସମେଣ୍ଟ, ହଲ୍‌ଓ୍ବେସ୍‌, ଷ୍ଟେୟାରଓ୍ବେସ୍‌, ମ୍ୟୁଜିକ ରୁମ୍‌, ଲାଇବ୍ରେରୀ ଆଦି ଅଛି। ଆଉ ସେଗୁଡ଼ିକୁ ଏତେ ନିଖୁଣଭାବେ କରାଯାଇଛି ଯେ, ତାହା ସମ୍ପୂର୍ଣ୍ଣଭାବେ ବାସ୍ତବ ଲାଗେ। ଏହାକୁ ତିଆରି କରିବା ଲାଗି ୧୩ ବର୍ଷ ଲାଗିଥିଲା।

ଲୋଇଜ୍‌ଲିଉର୍‌(ଦି ବାର୍ଡ ଟ୍ରେନର୍‌)- ଏହା ଏକ ୪ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଚଳପ୍ରଚଳ କରିପାରୁଥିବା ଖେଳଣା। କହିବାକୁ ଗଲେ ଏହା ଏକ ରୋବୋ ପରି ଅଟେ। ଯାହାକୁ ଡିଜାଇନ୍‌ କରିଛନ୍ତି ଫ୍ରାନ୍ସର କ୍ରିଷ୍ଟିୟାନ ବେଲି। ଏହି ଖେଳଣାଟି ଏକ ଯୁବକର, ଯାହା ହାତରେ ବଇଁଶୀ ଥିବା ସହ ପାଖରେ ଥାଆନ୍ତି ଦୁଇଟି ଚଢ଼େଇ। ସାଟିନ୍‌, ଭେଲଭେଟ୍‌, ସିଲ୍କର ପୋଷାକ ପିନ୍ଧିଥିବା ଏହି ଯୁବକ କଣ୍ଢେଇର ଆଖି କାଚର। ଏଥିରେ ଥିବା ଏକ ସୁବର୍ଣ୍ଣ ରଙ୍ଗର ଚାବିକୁ ମୋଡ଼ି ଦେଲେ ଯୁବକ କଣ୍ଢେଇଟି ବଇଁଶୀ ବଜାଇବା ଆରମ୍ଭ କରେ। ଆଉ ହାତରେ ବସିଥିବା ଚଢ଼େଇ ଡେଣା ଝାଡ଼ି, ମୁଣ୍ଡ ହଲେଇ ଥଣ୍ଟ ଖୋଲି ଓ ବନ୍ଦ କରି ଗୀତ ଗାଇବା ପରି ହୁଅନ୍ତି। ଏହି ଖେଳଣାର ମୂଲ୍ୟ ୬.୨୫ ମିଲିୟନ ଡଲାର।

ମାଡାମ୍‌ ଆଲେକଜାଣ୍ଡାର ଏଲୋଇଜ୍‌- କ୍ୟୁଟ୍‌ ବ୍ଲଣ୍ଡ ହେୟାର୍‌ ଥିବା ଝିଅ କଣ୍ଢେଇ ପାଖରେ ଷ୍ଟାଇଲିଶ୍‌ କୁକୁରର ଏହି ଖେଳଣା ଦେଖିବାକୁ ସାଧାରଣ। କିନ୍ତୁ ଏହାର ମୂଲ୍ୟ ୫ ମିଲିୟନ ଡଲାର। କାରଣ ଉକ୍ତ କଣ୍ଢେଇରେ ୯ କ୍ୟାରେଟ୍‌ର ହୀରା, ସ୍ବରଭୋସ୍କି କ୍ରିଷ୍ଟାଲ୍‌ ଓ ଅନ୍ୟ ଦାମୀ ଆସେସରିଜ୍‌ ବ୍ୟବହାର କରାଯାଇଛି। ଡଲ୍‌ ଡିଜାଇନର୍‌ ମାଡାମ ଆଲେକଜାଣ୍ଡାର ଏହିଭଳି ମାତ୍ର ୫ଟି ଡଲ୍‌ ତିଆରି କରିଛନ୍ତି।
ଲମ୍ବରଘିନି ଆଭେଣ୍ଟାଡର୍‌ ମଡେଲ୍‌ କାର୍‌- ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମଡେଲ୍‌ କାର୍‌ ଖେଳଣାର ମୂଲ୍ୟ ଅସଲି ଲମ୍ବରଘିନି କାର୍‌ଠୁ ୧୦ ଗୁଣ ଅଧିକ। ସୁନା, ହୀରା ଓ ପ୍ଲାଟିନମ୍‌ରେ ତିଆରି ଏହି କାର୍‌ ଖେଳଣାର ମୂଲ୍ୟ ୪.୬ ମିଲିୟନ ଡଲାର।

ଗୋଲ୍ଡେନ୍‌ ମନୋପଲି- ମନୋପଲି ଗେମ୍‌ ଅନେକେ ଖେଳିଥିବେ। ଏହା ଏକ ଲୋକପ୍ରିୟ ବୋର୍ଡ ଗେମ୍‌। ସାନଫ୍ରାନ୍ସିସ୍କୋ ଗହଣା ଡିଜାଇନର୍‌ ସିଡ୍‌ନୀ ମୋବେଲ୍‌ ତିଆରି କରିଛନ୍ତି ଏହାର ସବୁଠାରୁ ଦାମୀ ଭର୍ସନ। ଯାହାର ମୂଲ୍ୟ ୨ ମିଲିୟନ ଡଲାର। ୧୮ କ୍ୟାରେଟ୍‌ ସୁନା ଓ ବିଭିନ୍ନ ଦାମୀ ରତ୍ନରେ ତିଆରି ଏହି ମନୋପଲି ଗେମ୍‌ର ଡାଇସ୍‌ ଦୁଇଟି ୪୨ଟି ଫୁଲ୍‌ କଟ୍‌ ଡାଇମଣ୍ଡରେ ତିଆରି। ଏହାର ପ୍ରପର୍ଟିଗୁଡ଼ିକରେ ଜେମ୍‌ସ ଖଚ୍ଚିତ। ସର୍ବମୋଟ ୧୬୫ଟି ଜେମ୍‌ ଷ୍ଟୋନ ଏଥିରେ ବ୍ୟବହାର ହୋଇଛି। ଏହାର ହୋଟେଲରେ ସାଫାୟର୍‌ ଏବଂ ହାଉସ୍‌ ଚିମ୍‌ନୀ ରୁବି ବ୍ୟବହାର କରାଯାଇଛି।

ଦି ମାଷ୍ଟରପିସ୍‌ କ୍ରବ୍‌ ର୍ୟୁବିକ୍‌ କ୍ୟୁବ୍‌- ଏହାର ମୂଲ୍ୟ ହେଉଛି ୧.୫ମିଲିୟନ ଡଲାର। ଏଥିରେ ୧୮୫ କ୍ୟାରଟ୍‌ର ବହୁମୂଲ୍ୟ ଜେମ୍‌ସ, ରୁବି, ଇମେରାଲ୍ଡ ଆଦି ଖଚ୍ଚିତ ହୋଇଛି।

ଗୋଲ୍ଡ ରକିଂ ହର୍ସ- ପିଲାଦିନର ଖେଳଣା ଭିତରେ ରକିଂ ହର୍ସ ବହୁତ ପ୍ରିୟ ହୋଇଥାଏ। ଜାପାନର ଗହଣା ନିର୍ମାତା ଗିନ୍‌ଜା ତନାକା ତିଆରି କରିଛନ୍ତି ୨୪ କ୍ୟାରଟ୍‌ ସୁନାର ରକିଂ ହର୍ସ। ୨୬ କି.ଗ୍ରା. ସୁନାର ଏହି ରକିଂ ହର୍ସକୁ ସେ ଜାପାନର ରାଜକୁମାର ହିସାହିତୋଙ୍କ ଜନ୍ମଦିନ ଅବସରରେ ତିଆରି କରିଥିଲେ। ପରେ ଏହାକୁ ହଲିଉଡ୍‌ ଗାୟିକା ବେୟୋନ୍ସ ଓ ତାଙ୍କ ସ୍ବାମୀ ଜେ-ଜେଡ୍‌ ତାଙ୍କ ଝିଅ ପାଇଁ କିଣି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri