ସାଇକେଲ ଚଢି ଅଫିସ୍‌ ଆସିଲେ ବିଏମ୍‌ସି, ବିଡିଏ କର୍ମଚାରୀ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ଭୁବନେଶ୍ୱର ସହରରେ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିଃ(ବିଏସସିଏଲ) କର୍ତ୍ତୃପକ୍ଷ ଅଭିନବ ପଦକ୍ଷେପ ନେଇଛନ୍ତି। ପରିବେଶ ପ୍ରଦୂଷଣ ହ୍ରାସ ନିମନ୍ତେ ଅଣମୋଟର ଯାନ ଉପଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତି ଶୁକ୍ରବାର ନିଶ୍ଚିତ ଭାବେ ସାଇକେଲରେ ଅଫିସ ଆସିବାକୁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ନିଜର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ବିଏମସି କର୍ମଚାରୀମାନେ ସାଇକେଲରେ ଅଫିସ୍‌ ଆସିଛନ୍ତି। ବିଡିଏ କମିଶନର, ଅତିରିକ୍ତ କମିଶନର, ଡେପୁଟୀ କମିଶନର ପ୍ରମୁଖ ସାଇକେଲ ଧରି ଅଫିସ୍‌ ଆସିଛନ୍ତି। ଭୁବନେଶ୍ୱର ମହାନଗର ନିଗମ, ଭୁନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ନିଜ ନିଜର କର୍ମଚାରୀଙ୍କୁ ସାଇକେଲ ଚଢ଼ି ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ପରିବେଶ ପ୍ରଦୂଷଣ ହ୍ରାସ ଦିଗରେ ପ୍ରଥମଥର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ବିଏମସିରେ ୪୦୦, ବିଡିଏରେ ୮୦୦ ଓ ବିଏସସିଏଲରେ ୧୦୦ କର୍ମଚାରୀ ଏହି ନିର୍ଦ୍ଦେଶ ପାଳନ କରିବେ। ନିୟମ ଲାଗୁ ହେଲେ ସହରରେ ଶୁକ୍ରବାର ଦିନ ପ୍ରାୟ ହଜାରେ ଗାଡ଼ି ଚଳାଚଳ ବନ୍ଦ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ-କଲେଜ ଛୁଟି ଘୋଷଣା

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ବଢ଼ି ଚାଲିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଗତ ୪ ଦିନ ହେବ ଜିଲାରେ ପ୍ରାୟ ୪୧ରୁ ୪୨ ଡିଗ୍ରୀ ଉପରେ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ଇରାନର ବଡ଼ ଘୋଷଣା: ହର୍ମୁଜକୁ ସମ୍ପୂର୍ଣ୍ଣ ଖୋଲିଦେଇ କହିଲା ଏଥର…

ତେହରାନ,୧୭ା୪: ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ପରେ ବଡ଼ ଘୋଷଣା କରିଛି ଇରାନ। ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଖୋଲି ଦେଇଥିବା କହିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି।…

ଟଙ୍କା ଆଦାୟକୁ ନେଇ ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତଙ୍କୁ…

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ନୟାକୋଟ ଥାନା ଅଞ୍ଚଳରେ ୨୦୨୫ରେ ଫାଇନାନ୍ସ ଟଙ୍କା ଆଦାୟକୁ ନେଇ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାର ଶୁକ୍ରବାର ରାୟ ପ୍ରକାଶ…

ଏବେ ପାଇପ୍‌ ଖୋଲିଲେ ଆସିବ LPG, ଓଡ଼ିଶାର ଏହି ରୁଟ୍‌ରେ ଆସିବ ପାଇପ୍‌ଲାଇନ

ନୂଆଦିଲ୍ଲୀ,୧୭।୪: ଭାରତ ସରକାର ଦେଶର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ଯୋଗାଣ ଶୃଙ୍ଖଳକୁ ସମ୍ପୂର୍ଣ୍ଣ ରୂପାନ୍ତରିତ କରିବା ଏବଂ ଏହାର ସୁରକ୍ଷା ବୃଦ୍ଧି କରିବା ଦିଗରେ ଏକ…

ଯାତ୍ରା ପୂର୍ବରୁ ସେକ୍ସ ରାକେଟ୍‌ ଉପରେ ଭଞ୍ଜନଗର ପୋଲିସର ଚଢ଼ାଉ, ଏସବୁ ଆପତ୍ତିଜନକ ଜିନିଷ ମିଳିବା ପରେ…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ଆଉ କିଛି ଦିନ ପରେ ଅର୍ଥାତ୍‌ ଏପ୍ରିଲ ୨୬ରୁ ଗଞ୍ଜାମ ଜିଲା ଭଞ୍ଜନଗରର ପ୍ରସିଦ୍ଧ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହେବ। ଯାତ୍ରାକୁ ଶାନ୍ତିଶୃଙ୍ଖଳାର…

ସିବିଏସ୍‌ଇ ଦଶମ ପରୀକ୍ଷା ଫଳ : ୧୦ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା କଲା ଜିଲା ପ୍ରଶାସନ

ନୂଆପଡ଼ା,୧୭ା୪ (ମକାରୁ ବେମାଲ): ସିବିଏସ୍‌ଇ ଦଶମ ଶ୍ରେଣୀ ୨୦୨୬ ପରୀକ୍ଷାରେ ନୂଆପଡ଼ା ଜିଲାର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ଏହି…

୧୫ ବର୍ଷ ପରେ ଜନଗଣନା: ଭଞ୍ଜନଗର ତହସିଲରେ ୬୦୦ କର୍ମଚାରୀ ନିୟୋଜିତ, ଘରକୁ ଘର ବୁଲି…

ଭଞ୍ଜନଗର,୧୭ା୪(ବାବୁଲା ପ୍ରଧାନ): ପ୍ରତି ୧୦ ବର୍ଷକୁ ଥରେ ଦେଶରେ ଜନଗଣନା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ବିକାଶ ଯୋଜନା ହୋଇଥାଏ। ଶେଷଥର ପାଇଁ ୨୦୧୧ ରେ ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri