ସହାୟିକା ଚୟନରେ ଅନିୟମିତତା ଘଟଣା ସିଡିପିଓଙ୍କୁ ଘେରିଲେ ମହିଳା

ବାହାନଗା, ୧୭ା୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧୀନରେ ଥିବା ବିଷ୍ଣୁପୁର ଅଙ୍ଗନୱାଡି କେନ୍ଦ୍ର-୧ରେ ସହାୟିକା ଚୟନରେ ଅନିୟମିତତା ହୋଇଥିବା ଘଟଣା ନେଇ ବିବାଦ ଲାଗିରହିଛି। ଦୀର୍ଘ ୫ ମାସ ପରେ ବି ସେହି ଘଟଣାର କୌଣସି ସମାଧାନ ନ ହେବାରୁ କାର୍ଯ୍ୟାଳୟରେ ସିଡିପିଓଙ୍କୁ ଗ୍ରାମର ମହିଳା ଓ ପୁରଷମାନେ ଦିନତମାମ ଘେରାଉ କରି ଅଟକ ରଖିଛନ୍ତି। ସମାଧାନ ନ ହେଲେ ସିଡିପିଓଙ୍କୁ ଛାଡିବେ ନାହିଁ ବୋଲି ମହିଳାମାନେ ଅଡି ବସିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ଘେରାଉ କରି ରଖିଥିଲେ ା
ବିଷ୍ଣୁପୁର ଗ୍ରାମର ୧ ନମ୍ବର ଅଙ୍ଗନୱାଡି କେନ୍ଦ୍ରରେ ଗତ ଜୁଲାଇ ୨୮ ତାରିଖରେ ସହାୟିକା ଚୟନ ବେଳେ ମହିଳାମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ା ଏହି ଘଟଣା ନେଇ ସେହି ମାସ ୧୬ ତାରିଖରେ ମହିଳାମାନେ ସିଡିପିଓ ଅଫିସରେ ଘେରାଉ କରିଥିଲେ। ଏଥିରେ ଉପଜିଲାପାଳ ନିଜେ ହସ୍ତକ୍ଷେପ କରି ତଦନ୍ତ କରିବା ସହିତ ନିଯୁକ୍ତି ପାଇଥିବା ସହାୟିକା ଚୟନକୁ ବାତିଲ କରିବାର ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ଘେରାଉରୁ ନିବୃତ୍ତ ରହିଥିଲେ। ପରେ ଗତ ତା ୨୦ା୯ା୨୦୧୯ରିଖରେ ତଦନ୍ତ ପାଇଁ ଏବିଡିଓ ଓ ଏସ୍‌ଡିପିଓ ଗ୍ରାମକୁ ଆସି ମହିଳାମାନଙ୍କଠାରୁ ଅଭିଯୋଗ ଗ୍ରହଣ କରିବା ସହିତ ପୁନଃ ତଦନ୍ତ କରି ଫେରିଥିଲେ। ତଦନ୍ତ ରିପୋର୍ଟ ୭ ଦିନ ମଧ୍ୟରେ ଉପଜିଲାପାଳଙ୍କଠାରେ ଦାଖଲ କରିବା ପରେ ସେ ଯାହା ନିଷ୍ପତ୍ତି ନେବେ ବୋଲି ଅଧିକାରୀ ଗ୍ରାମରେ ପ୍ରକାଶ କରିଥିଲେ। ଉପରିସ୍ଥ ଅଧିକାରୀମାନେ ବିଭିନ୍ନ ସମୟରେ ତଦନ୍ତ କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନ ହେବାରୁ ଗ୍ରାମର ମହିଳାମାନେ ଅଙ୍ଗନୱାଡି କେନ୍ଦ୍ରକୁ ତାଲା ପକାଇ ଦେଇଛନ୍ତି। ଫଳରେ ସେବେଠାରୁ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଛି। ଏହି ଘଟଣା ପରେ ସୋମବାର ଗ୍ରାମର ମାତୃ କମିଟିର ସଭାପତି ମଞ୍ଜୁଲତା ପାଣିଗ୍ରାହୀ, ମାତୃ କମିଟି ସଦସ୍ୟା ତିଳୋତ୍ତମା ବେହେରା, ର୍ନିମଳା ବେହେରା, ସଞ୍ଜୁଲତା ବେହେରା , ରଜନୀ ପାଣିଗ୍ରାହୀ, ସୁସ୍ମିତା ବେହେରା, ବାସନ୍ତୀ ବେହେରା, ସରପଞ୍ଚ ଗଣେଶ୍ୱର ତ୍ରିପାଠୀ, ସମିତିସଭ୍ୟ ସାଧୁଚରଣ ପରିଡା, ମହେଶ୍ୱର ଦାସ, ଶତ୍ରୁଘ୍ନ ବେହେରା, ବୁଲୁ ମହାଳିକ, ସସ୍ମିତା ବେହେରା, ଦାମୋଦର ତ୍ରିପାଠୀ, ପ୍ରଜ୍ଞାପରିମିତା ପାଣିଗ୍ରାହୀ, ଶାନ୍ତିଲତା ଦାସ ପ୍ରମୁଖ ନୂତନ ସହାୟିକା ନିଯୁକ୍ତିକୁ ବାତିଲ କରିବାକୁ ଦାବି କରି ସିଡିପିଓଙ୍କ କାର୍ଯ୍ୟାଳୟକୁ ଘେରାଉ କରି ରଖିଛନ୍ତି ା ଏ ସମ୍ପର୍କରେ ସିଡିପିଓ କହିଛନ୍ତି, ସବୁ ଆଇନ ଅନୁଯାୟୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri