ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ପତ

ରାଇସୁଆଁ,୨୬।୪(ଡି.ଏନ.ଏ.)-ଦିବ୍ୟାଙ୍ଗଙ୍କ ଥାଇଥାନ ପାଇଁ ବହୁ ଯୋଜନା କରାଯାଉଛି। ମାତ୍ର ପ୍ରଶାସନିକସ୍ତରରେ କେତେକ ନେତାଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ ବହୁ ଗରିବ ସରକାରଙ୍କ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତର କୁଡିଆଘେରା ଗ୍ରାମର ପତମାଝୀଙ୍କ କ୍ଷେତ୍ରରେ। ପତମାଝୀ ଜନ୍ମରୁ ଦିବ୍ୟାଙ୍ଗ। ସେ ସମ୍ପୂର୍ଣ୍ଣ ଭାବେ କଥାବାର୍ତ୍ତା କରିପାରନ୍ତି ନାହିଁ। ତାଙ୍କର ଏପରି ଅବସ୍ଥା ଯୋଗୁଁ ସେ ଅବିବାହିତ ଅଛନ୍ତି। ତେବେ ଏହି ଅବସ୍ଥାରେ ତାଙ୍କୁ ତାଙ୍କ ଘର ଲୋକ ମଧ୍ୟ ପଚାରୁନାହାନ୍ତି। ଆଗରୁ ପର ଘରେ କାମଧନ୍ଧା କରିଚଳୁଥିବା ବେଳେ  ବୟସାଧିକ ଯୋଗୁଁ ଶାରିରୀକ ଦୁର୍ବଳତା ଫଳରେ ସେ ଆଉ କିଛି କାମଧନ୍ଧା କରିପାରୁ ନାହାନ୍ତି। ଏବେ ପଡିଶା ଘରର ଲୋକମାନେ କିଛି ଦୟାକରି ଦେଲେ ଖାଇ ଚଳୁଥିବା ପଡୋଶି ଘରର ଲୋକ ମାନେ କହିଛନ୍ତି। ବୟସ ୭୦ ଟପିଗଲାଣି ମଧ୍ୟ ଆଜିଯାଏ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିପାରିନି ବୋଲି ତାଙ୍କ ପଡୋଶୀ ଲୋକେ ଅଭିଯୋଗ କରିଛନ୍ତି। ଅସହାୟ ଦିବ୍ୟାଙ୍ଗ ପତଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଜିଲାପ୍ରଶାସନ ନିକଟ ରେ ଦାବି କରିଛନ୍ତି।