Posted inରାଜ୍ୟ

ସହରରେ ବଢ଼ୁଛି ଯାଯାବରଙ୍କ ସଂଖ୍ୟା

ଅନୁଗୋଳ ଅଫିସ, ୨୩।୭ ଅନୁଗୋଳ ସହରରେ ଦିନକୁ ଦିନ ଯାଯାବରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସହରର ବିଭିନ୍ନ ସ୍ଥାନରେ ଏମାନେ ଅସ୍ଥାୟୀ ଶିବିର କରି ସେଠାରେ ରହୁଛନ୍ତି। କିଛି ନିଜ ପେଟ ପାଟଣା ପାଇଁ କାମ କରୁଛନ୍ତି ତ ଆଉ କେତେଜଣ ଛୋଟ ପିଲାଙ୍କୁ ଧରି ଯାବତୀୟ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏଭଳି କାର୍ଯ୍ୟ କରୁଥିଲେ ମଧ୍ୟ ପୋଲିସ କି ପ୍ରଶାସନର କାହାରି ନିଘା ନାହିଁ। ଏପରି କି ଏହି ଯାଯାବରମାନଙ୍କ ସୁରକ୍ଷା ଦାୟିତ୍ୱ କାହାର ସେ ନେଇ କେହି ମୁହଁ ଖୋଲୁନାହାନ୍ତି।
ସହରର ବାଳସୁଧାର ଗୃହ ନିକଟରେ ଥିବା ପିଟିସି ପଡ଼ିଆରେ ପାଖାପାଖି ୧୫ ଯାଯାବର ପରିବାର ଅସ୍ଥାୟୀ ଭାବେ ବସବାସ କରୁଛନ୍ତି। ସେହିପରି ହୁଲୁରିସିଂହା, ପଞ୍ଚମହଲା ଆଦି ଅଞ୍ଚଳରେ ମଧ୍ୟ କେତୋଟି ପରିବାର ରହୁଥିବା ଦେଖାଯାଉଛି। ଏମାନେ ସାଧାରଣତଃ ମହାରାଷ୍ଟ୍ରର ନାଗପୁର, ଉତ୍ତରପ୍ରଦେଶର ସୋନଭଦ୍ର, ଝାଡ଼ଖଣ୍ଡ ଆଦି ଅଞ୍ଚଳରୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ବେଳେ ଆଉ କେତେଜଣ ସହରରେ ବୁଲି କିଛି କାମଧନ୍ଦା କରୁଛନ୍ତି। ତେବେ ଯେଉଁ ଅଞ୍ଚଳରେ ସେମାନେ ରହୁଛନ୍ତି, ସେଠାରେ ବସ୍ତି ତିଆରି ହୋଇଯାଉଛି। ଏପରି କି ପ୍ରଶାସନ ସେମାନଙ୍କୁ ଉଠାଇବାକୁ ଉଦ୍ୟମ କରୁନି। କେତେଜଣ ସହରବାସୀଙ୍କ କହିବା ଅନୁଯାୟୀ, ଯାଯାବରମାନଙ୍କ ମଧ୍ୟରୁ ଅନେକ ମଧ୍ୟାହ୍ନ ଓ ରାତିରେ ଚୋରି କରୁଛନ୍ତି। ବାହାରେ ଲୁଗାପଟା ଶୁଖାଇଲେ କି ଝରକା ପାଖରେ ମୋବାଇଲ ରଖିଲେ ନେଇଯାଉଛନ୍ତି। ପିଲାଙ୍କୁ ନେଇ ଘର ପାଖରେ ବୁଲାବୁଲି କରୁଥିବା କିଛି ମହିଳା ଖାଇବା ପାଇଁ ମାଗୁଛନ୍ତି। ତେବେ ସୁଯୋଗ ପାଇବା ମାତ୍ରେ ସେମାନେ ଲୁଗାପଟା ଠାରୁ ଆରମ୍ଭ କରି ବିଭିନ୍ନ ଦାମୀ ସାମଗ୍ରୀ ଚୋରି କରି ପଳାଇ ଯାଉଥିବା ସହରବାସୀ ଅଭିଯୋଗ କରିଛନ୍ତି। ସେହିପରି ଅସ୍ଥାୟୀ ବସ୍ତିରେ ମଧ୍ୟ କେତେଜଣ ଦେହ ବ୍ୟବସାୟରେ ଲିପ୍ତ ରହୁଥିବା ଭଳି ଅଭିଯୋଗ ବଢ଼ିବାରେ ଲାଗିଛି। କେତେଜଣ ଦଲାଲ ଗ୍ରାହକ ଯୋଗାଡ଼ କରି ସେମାନଙ୍କୁ ଯାଯାବର ବସ୍ତିରେ ଛାଡ଼ି ଦେଉଛନ୍ତି। ଏଥିରେ ଦଲାଲଙ୍କ ସହ ଯାଯାବର ମହିଳାଙ୍କୁ ମଧ୍ୟ କିଛି ଅର୍ଥ ମିଳିଯାଉଛି। ଏ ନେଇ ପୋଲିସ ନିକଟରେ ଖବର ଥିଲେ ମଧ୍ୟ କୌଣସି ଅଭିଯୋଗ ହେଉ ନ ଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗତବର୍ଷ ବ୍ୟାଙ୍କ ଡକାୟତି ଘଟଣା ପରେ ସହରରୁ ଯାଯାବରମାନଙ୍କୁ ପୋଲିସ ତଡି ଦେଇଥିଲା। ଏହାର କିଛି ଦିନ ପରେ ପୁଣି ଆସି ସେମାନେ ଅନୁଗୋଳକୁ ଚାଲି ଆସିଥିଲେ। ତେବେ ଯାଯାବରଙ୍କ ସୁରକ୍ଷା ଓ ଥଇଥାନ ସମ୍ପର୍କରେ କିଛି ଜାଣି ନ ଥିବା ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି। ତଥାପି ସେମାନଙ୍କୁ ସହରରୁ ବିଦା କରାଯିବ କି ନାହିଁ ତାହା ପ୍ରଶାସନ ସ୍ତରରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?