ସଲ୍‌ମାନଙ୍କ ଫିଟ୍‌ ଇଣ୍ଡିଆ ବାର୍ତ୍ତା

ନୂଆଦିଲ୍ଲୀ: ଅକ୍ଟୋବର ୨ରେ ସାରା ଦେଶରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଉପଲକ୍ଷେ ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ୍‌ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି ଏକ ସ୍ବତନ୍ତ୍ର ବାର୍ତ୍ତା। ଏକ ଭିଡିଓ ଶେୟାର କରି ଫ୍ୟାନ୍ସଙ୍କୁ ଗାନ୍ଧୀ ଜୟନ୍ତୀର ଶୁଭକାମନା ଜଣାଇବା ସହ ଫିଟ୍‌ ରହିବାକୁ ଅପିଲ୍‌ କରିଛନ୍ତି ସଲମାନ। ସଲମାନ୍‌ ନିଜ ବିଙ୍ଗ୍‌ ସଲମାନ ଖାନ୍‌ ଅଫିସିଆଲ୍‌ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ଏହି ଭିଡିଓଟି ଶେୟାର କରିଛନ୍ତି। ଭିଡିଓରେ ସଲମାନ ନିଜ ଫ୍ୟାନ୍ସଙ୍କୁ ଗାନ୍ଧୀ ଜୟନ୍ତୀର ଅଭିନନ୍ଦନ ଜଣାଇ ଏହି ଦିବସକୁ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରିବାକୁ କହିଛନ୍ତି। ଏହାସହ ସେ କହିଛନ୍ତି, ଯେପରି ସ୍ବଚ୍ଛ ଭାରତ, ସ୍ବଚ୍ଛ ଭାରତୀୟ ସେହିପରି ଫିଟ୍‌ ଇଣ୍ଡିଆ, ଫିଟ୍‌ ଇଣ୍ଡିଆନ୍‌। ସଲମାନ୍‌ ଏହି ଭିଡିଓଟି ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁଙ୍କୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି। ଏହାସହ କ୍ୟାପଶନ୍‌ରେ ଲେଖିଛନ୍ତି, “ଗାନ୍ଧୀ ଜୟନ୍ତୀ ଅବସରରେ ଭାଇ କହିଛନ୍ତି ଆପଣଙ୍କୁ ଏହି ମେସେଜ୍‌ ଦେବାକୁ ଆଉ ଚୁଲ୍‌ବୁଲ୍‌ ପାଣ୍ଡେ ଏବେ ପ୍ରସ୍ତୁତ।”
ଫିଟ୍‌ ଇଣ୍ଡିଆ ଅଭିଯାନକୁ ସଲମାନ୍‌ ଦୀର୍ଘ ସମୟରୁ ପ୍ରମୋଟ କରିଆସୁଛନ୍ତି। ଏବେ ଗାନ୍ଧୀ ଜୟନ୍ତୀ ଅବସରରେ ସେ ଏହି ଅଭିଯାନକୁ ବାର୍ତ୍ତା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ନିଜ ଅପ୍‌କମିଂ ଫିଲ୍ମ ‘ଦବଙ୍ଗ୍‌-୩’ର ପ୍ରମୋଶନ କରିବାକୁ ମଧ୍ୟ ଭୁଲି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri