ସଲଙ୍ଗାବାହାଲ ବଜାର ରାସ୍ତା ମରାମତି: ବିଭାଗ କଲାନି, ପୋଲିସ କର୍ମଚାରୀ କରାଇଲେ

କୁଆଁରମୁଣ୍ଡା,୨୨।୮(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର-ସଲଙ୍ଗାବାହାଲ ପୂର୍ତ୍ତ ବିଭାଗ ରାସ୍ତାର ସଲଙ୍ଗାବାହାଲ ବଜାର ନିକଟରେ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଗତ ପ୍ରାୟ ୨ ମାସରୁ ଊର୍ଦ୍ଧ୍ୱ ହେଲା ରାସ୍ତା ମରଣଯନ୍ତା ପାଲଟି ଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହାର ମରାମତି କାର୍ଯ୍ୟ କରାଯାଉ ନ ଥିଲା। ଫଳରେ ଉକ୍ତ ରାସ୍ତା ଦେଇ ବସ୍‌, ଟ୍ରକ ଠାରୁ ଆରମ୍ଭ ଆରମ୍ଭ କରି ବାଇକ୍‌ ଯାତାୟାତରେ ବହୁ ସମସ୍ୟା ହେଉଥିଲା। ଉକ୍ତ ବଜାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଉକ୍ତ ରାସ୍ତାର ୪ରୁ ୫ଟି ଖାଲ ଚଳିତ ବର୍ଷାଋତୁରେ ଗାଡ଼ିଆ ଆକାର ଧାରଣ କରିଥିଲା। ସାଧାରଣ ପଥଚାରୀ ଉକ୍ତ ରାସ୍ତା ଦେଇ ଯାତାୟାତ କରିବା ମଧ୍ୟ ସମ୍ଭବ ହେଉ ନ ଥିଲା। ଏହି ଅବସ୍ଥାରେ ସାଧାରଣ ଲୋକେ ସବୁଦିନ ଅଭିଯୋଗ କରୁଥିଲେ ମଧ୍ୟ ବିଭାଗ ପକ୍ଷରୁ ଏହାର ମରାମତି କାର୍ଯ୍ୟ କରାଯାଉ ନ ଥିଲା। ଏପରି ଅବସ୍ଥାରେ ଏହି ରାସ୍ତାର ମରାମତି କାର୍ଯ୍ୟ ପୋଲିସ କର୍ମଚାରୀ କରାଇଛନ୍ତି। ସ୍ଥାନୀୟ ରାଏବୋଗା ଥାନା କର୍ମଚାରୀମାନେ ସ୍ବତଃସ୍ପୁର୍ତ୍ତଭାବେ ଗୁରୁବାର ଏପରିକରି ସାମାଜିକ କାର୍ଯ୍ୟର ଉଦାହରଣ ସୃଷ୍ଟି କରିଛନ୍ତି। ରାଏବୋଗା ଥାନା ଅଧିକାରୀ ବିଜୟ କୁମାର ସିଂଙ୍କ ତତ୍ତ୍ୱାବଧାନରେ ପୋଲିସ କର୍ମଚାରୀମାନେ ଲୋକ ଲଗାଇ ମରାମତି କରିଥିଲେ। ସଲଙ୍ଗାବାହାଲ ନିକଟବର୍ତ୍ତୀ ଉକ୍ତ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାଗୁଡିକରେ ବୋଲଡର ପକାଇ ପୋତିବା ଯୋଗୁ ଯାତାୟାତ ବ୍ୟବସ୍ଥା ସୁଗମ ହୋଇଛି। ଫଳରେ ଉକ୍ତ ରାସ୍ତା ଦେଇ ଏବେ ଗାଡି ଚଳାଚଳ ଠାରୁ ଆରମ୍ଭ କରି ପଥଚାରୀମାନେ ଖୁସିରେ ଯାତାୟାତ କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri