ସର୍ଭିକାଲ ସ୍ପଣ୍ଡିଲୋସିସ୍‌

”ହାଡ଼କୁ ହାଡ଼ ଘସିହୋଇ ବ୍ୟଥା ହୁଏ ଓ ବେକର ଘୂର୍ଣ୍ଣନଶକ୍ତିି ନଷ୍ଟ ହୋଇଯାଏ। ହାଡ଼ ପରସ୍ପର ଘସିହେବା ଦ୍ୱାରା ନୂଆ ଛୋଟ ହାଡ଼ ସୃଷ୍ଟି ହୋଇ ମେରୁହାଡ଼ର ସ୍ନାୟୁକୁ(ସ୍ପାଇନାଲ କର୍ଡ)କୁ ଚାପିଦିଏ। ଏହାଦ୍ୱାରା ବ୍ୟଥା ବେକରୁ ଆରମ୍ଭ ହୋଇ  ହାତ ଓ ହାତର ବୁଢ଼ାଆଙ୍ଗୁଠି ପର୍ଯ୍ୟନ୍ତ ଯାଏ।“

କାରଣ

ଏହା ବେକର ମେରୁହାଡ଼ ସମ୍ପର୍କିତ ରୋଗ। ବୟସ ଅଧିକ ହେଲେ ବା ଖରାପ ଢଙ୍ଗରେ ବେଶି ସମୟ ବସି କାମ କଲେ ବା ମୁଣ୍ଡରେ ଓଜନ ଜିନିଷ  ବୁହାଇଲେ ମୁଖ୍ୟତଃ ଏହି ରୋଗ ହୋଇଥାଏ। ମହିଳାମାନଙ୍କର ଋତୁସ୍ରାବ ବନ୍ଦହୋଇ କ୍ୟାଲସିୟମ୍‌ ପରିମାଣ କମିଗଲେ ମଧ୍ୟ ଏହି ରୋଗ ହୋଇଥାଏ।

ଲକ୍ଷଣ

-ବେକରେ ବ୍ୟଥାହେବା ଓ ପରେ ବେକର ଚଳନଶକ୍ତି (ମୁଭ୍‌ମେଣ୍ଟ) କମିଯାଏ।

-ସମୟେ ସମୟେ ବ୍ୟଥା  ହାତକୁ ଆସିବା, ଏପରିକି ବୁଢ଼ା ଆଙ୍ଗୁଠି ପର୍ଯ୍ୟନ୍ତ ବ୍ୟାପିଯିବା।

-ମୁଣ୍ଡ ବୁଲାଇବା ବା ମୁଣ୍ଡ ଘୂରିବା।

-ବେକ ଟାଣ(ଷ୍ଟିଫ୍‌) ହୋଇଯିବା, ଫୁଲିଯିବା ଓ ବଙ୍କା ହୋଇଯିବା।

-ବେକ ମୂଳ ଜାଗା, ବାହୁ, ହାତ ଓ ବୁଢ଼ା ଆଙ୍ଗୁଠି ବଧିରା ଲାଗିବା।

ରୋଗର ପ୍ରଭାବ

-ବେକ ହାଡ଼ ମଧ୍ୟରେ ଥିବା ଡିସ୍କ ନଷ୍ଟ ହୋଇଯାଏ।

-ହାଡ଼କୁ ହାଡ଼ ଘସିହୋଇ ବ୍ୟଥା ହୁଏ ଓ ବେକର ଘୂର୍ଣ୍ଣନଶକ୍ତିି ନଷ୍ଟ ହୋଇଯାଏ।

-ହାଡ଼ ପରସ୍ପର ଘସିହେବା ଦ୍ୱାରା ନୂଆ ଛୋଟ ହାଡ଼ ସୃଷ୍ଟି ହୋଇ ମେରୁହାଡ଼ର ସ୍ନାୟୁକୁ(ସ୍ପାଇନାଲ କର୍ଡ)କୁ ଚାପିଦିଏ। ଏହାଦ୍ୱାରା ବ୍ୟଥା ବେକରୁ ଆରମ୍ଭ ହୋଇ ହାତ ଓ ହାତର ବୁଢ଼ାଆଙ୍ଗୁଠି ପର୍ଯ୍ୟନ୍ତ ଯାଏ।

– ସି୪ରୁ ସି୭ ପର୍ଯ୍ୟନ୍ତ ଏହି ଚାରିଟା ହାଡ଼ ମୁଖ୍ୟତଃ କ୍ଷତିଗ୍ରସ୍ତ ହୁଏ।

-ପରେ ପରେ ଫାସେଟ୍‌ ଜଏଣ୍ଟ, ଲିଗାମେଣ୍ଟ ଓ ମାଂସପେଶୀ ଏବଂ ସ୍ନାୟୁ ମୂଳ କ୍ଷତିଗ୍ରସ୍ତ ହୁଏ।

ଚିକିତ୍ସା

-ବେକକୁ ବିଶ୍ରାମ।

-ବ୍ୟଥା ପାଇଁ ଔଷଧ ସେବନ।

-ଗରମ ସେକ ଓ ମଲମ ପ୍ରଲେପ।

-ବେକର ବ୍ୟବହାର ଶୈଳୀ ଜାଣିବା ଓ ଶିଖିବା।

-ଫିଜିଓଥେରାପି ଏବଂ ବେକର ବ୍ୟାୟାମ।

-କ୍ୟାଲ୍‌ସିୟମ୍‌ ଓ ଭିଟାମିନ୍‌ ଡି-୩ ବଟିକା ସେବନ।

-ଡିଜିଟାଲ ଅଲ୍‌ଟ୍ରାସୋନିକ ରେଡିଏସନ୍‌ ଏବଂ ନର୍ଭ ଷ୍ଟିମ୍ୟୁଲେସନ୍‌।

ଡା.ଅନ୍ନଦା ପ୍ରସାଦ ମହାନ୍ତି

-ବରିଷ୍ଠ ପରାମର୍ଶଦାତା,

ଅସ୍ଥିଶଲ୍ୟ ଓ ଫିଜିଓଥେରାପି ବିଭାଗ