ସର୍ବୋଚ୍ଚ ସ୍ତରରେ ସେନ୍‌ସେକ୍ସ

ନୂଆଦିଲ୍ଲୀ,୨୫।୧୧:ଭାରତୀୟ ଶେୟାର ବଜାରର କାରବାର ପୁଣି ଥରେ ଶିଖରରେ ପହଞ୍ଚତ୍ଛି। ଏପରିକି ଚଳିତ ସପ୍ତାହର ୪ର୍ଥ ଦିବସର କାରବାର ଅର୍ଥାତ୍‌ ଗୁରୁବାର ସେନ୍‌ସେକ୍ସ ୭୬୨.୧୦ ପଏଣ୍ଟ ବଢ଼ି ୬୨,୨୭୨.୬୮ ଅଙ୍କ ସହ ସର୍ବକାଳୀନ ଉଚ୍ଚ ସ୍ତରରେ ବନ୍ଦ ହୋଇଛି। ହେଲେ କାରବାର ସମୟରେ ସେନ୍‌ସେକ୍ସ ୬୨,୪୧୨.୩୩ ଅଙ୍କ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। ଉଲ୍ଲେଖଯୋଗ୍ୟ, ୨୦୨୧ ଅକ୍ଟୋବର ୧୯ରେ ସେନ୍‌ସେକ୍ସ ୬୨,୨୪୫ ଅଙ୍କର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଥିଲା। ଏହି ବୃଦ୍ଧି ଫଳରେ ନିବେଶକମାନେ ଗୋଟିଏ ଦିନରେ ପ୍ରାୟ ୨.୪୬ ଲକ୍ଷ କୋଟି ଟଙ୍କାର ଲାଭ ହାସଲ କରିପାରିଛନ୍ତି। କାରଣ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ପଞ୍ଜୀକୃତ ସବୁ ଷ୍ଟକ୍‌ର ବଜାର ପୁଞ୍ଜି ବା ମାର୍କେଟ କ୍ୟାପିଟାଲାଇଜେସନ ୨୮୩.୬୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଗୁରୁବାର ବିଏସ୍‌ଇ ମାର୍କେଟ କ୍ୟାପ୍‌ ଅନୁଯାୟୀ ୨,୮୩,୬୯,୯୮୮.୦୨ କୋଟି ଟଙ୍କାରେ ପହଞ୍ଚତ୍ଛି। ଏପରିକି ଗୋଟିଏ ଦିନ ପୂର୍ବେ ଏହାର ପରିମାଣ ୨,୮୧,୪୪,୩୧୮.୬୩ କୋଟି ଟଙ୍କା ଥିଲା। ଏହା ତୁଳନାରେ ୨ଲକ୍ଷ କୋଟି ଟଙ୍କା ଅଧିକ ବୋଲି କୁହାଯାଉଛି। ଅପରପକ୍ଷରେ ନିଫ୍ଟି ୨୧୬.୮୫ ପଏଣ୍ଟ ବଢ଼ି ୧୮,୪୮୪.୧୦ ଅଙ୍କରେ ପହଞ୍ଚତ୍ଛି। ସେହିପରି ବିଏସ୍‌ଇ ସୂଚକାଙ୍କ ଅନୁସାରେ ଆଇଟି ସେକ୍ଟରର ଷ୍ଟକ୍‌ ସବୁଠୁ ଭଲ ପ୍ରଦର୍ଶନ କରିଛି। ବିଏସ୍‌ଇର ଶୀର୍ଷ ୩୦ ଶେୟାର ମଧ୍ୟରୁ ଇନ୍‌ଫୋସିସ୍‌, ଏଚ୍‌ସିଏଲ, ୱିପ୍ରୋ, ଟେକ୍‌ ମହିନ୍ଦ୍ରା, ଟିସିଏସ୍‌ରେ ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ଅପରପକ୍ଷରେ ପାୱାରଗ୍ରୀଡ୍‌,ଏଚ୍‌ଡିଏଫସି, ଏଚ୍‌ୟୁଏଲ୍‌, ସନ୍‌ଫାର୍ମା ଓ ଏମ୍‌ ଆଣ୍ଡ ଏମ୍‌ର ଶେୟାରରେ ମଧ୍ୟ ବଡ଼ ବୃଦ୍ଧି ଘଟିଛି। ଉଲ୍ଲେଖଯୋଗ୍ୟ, ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ମଧ୍ୟ କିଛି ପରିମାଣରେ ବୃଦ୍ଧି ଘଟିଛି। ଏପରିକି ଗୁରୁବାରର କାରବାର ଆରମ୍ଭ ହେବା ବେଳକୁ ଗୋଟିଏ ଡଲାରର ମୂଲ୍ୟ ୮୧.୮୫ ଟଙ୍କା ଥିବାବେଳେ ୨୬ ପଇସା ବୃଦ୍ଧି ଘଟି ତାହା ୮୧.୬୭ ଟଙ୍କାରେ ବନ୍ଦ ହୋଇଛି।
ସୂଚନାଯୋଗ୍ୟ, ମୁଖ୍ୟତଃ ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁ ଭାରତୀୟ ଷ୍ଟକ୍‌ ବଜାରରେ ଏଭଳି ଉତ୍ସାହ ଦେଖାଦେଇଛି। ଆମେରିକାର ଫେଡେରାଲ ରିଜର୍ଭ ଦ୍ବାରା ସୁଧ ହାର ବୃଦ୍ଧିକୁ କମାଇବାର ସଙ୍କେତ ନିବେଶକଙ୍କୁ ବେଶ୍‌ ଉତ୍ସାହିତ କରିଛି। ସେହିପରି ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri