ସର୍ବପ୍ରଥମେ ୨ ଜିଲାରୁ ହଟିବ ଲକ୍‌ଡାଉନ!

ନୂଆଦିଲ୍ଲୀ,୧୮।୪: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ମେ’ ୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ପୂର୍ବରୁ ଏହା ଏପ୍ରିଲ ୧୪ ପର୍ଯ୍ୟନ୍ତ ଥିବା ବେଳେ ପରେ ଏହା ମେ’୩କୁ ବୃଦ୍ଧି କରାଯାଇଛି। ଏବେ ସମସ୍ତଙ୍କର ଅପେକ୍ଷା କେବେ ଖୋଲିବ ଲକ୍‌ଡାଉନ। ତେବେ ଭାରତର ୨ ଜିଲାରେ ପ୍ରଥମେ ଲକ୍‌ଡାଉନ ଖୋଲିବ ବୋଲି କୁହାଯାଉଛି। ଏହି ୨ ଜିଲା ହେଉଛି କେରଳର। କେରଳ ସରକାର ମେ’ ୩ ପୂର୍ବରୁ ୨ଟି ଜିଲାର ଲକ୍‌ଡାଉନକୁ ଖୋଲିଦେବେ ବୋଲି ଶୁକ୍ରବାର ସ୍ଥିର କରିଥିବା ଜଣାପଡିଛି। ତେବେ ଅରେଞ୍ଜ-ଏ ଓ ଅରେଞ୍ଜ-ବି ଜୋନରେ ଥିବା ଜିଲା ଗୁଡିକୁ କ୍ରମଶଃ ଏପ୍ରିଲ ୨୦ ଓ ୨୩ରେ ଲକ୍‌ଡାଉନ ନିୟମରେ କୋହଳ କରାଯିବ ବୋଲି ଜଣାପଡିଛି। କେନ୍ଦ୍ର ସରକାରଙ୍କର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁୟର ଆଧାରରେ କେରଳ ସରକାର ୨ ଜିଲାରେ ୨୦ ଏପ୍ରିଲ ପରେ ଲକ୍‌ଡାଉନ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ତେବେ ଲକ୍‌ଡାଉନ ହଟିବା ପରେ କେଉଁ ସବୁ କାମ ଉପରେ ପ୍ରତିବନ୍ଧକ ରହିବ ତାହା ମଧ୍ୟ ଘୋଷଣା କରାଯିବ। କେରଳ ହେଉଛି ପ୍ରଥମ ରାଜ୍ୟ ଯେଉଁଠାରେ ଜାନୁୟାରୀ ୨୯ରେ ପ୍ରଥମ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ବ୍ୟକ୍ତି ଜଣକ ଚାଇନାର ଉହାନରୁ ଫେରିଥିଲେ। ତେବେ ଏଠାରେ ଏପର୍ଯ୍ୟନ୍ତ ୩୯୬ ପଜିଟିଭଙ୍କୁ ଚିହ୍ନଟ କରାଯାଇଥିବା ବେଲେ ମାତ୍ର ୩ ଜଣଙ୍କ ମୃତ୍ୟୁ ହେବା ସହ ଏପର୍ଯ୍ୟନ୍ତ ୨୫୫ ଜଣ ସୁସ୍ଥ ହୋଇଥିବା ଖବର ରହିଛି। ପୁଣି କେରଳର କୌଣସି ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଛୁଇଁନାହିଁ। ସବୁଠାରୁ ଅଧିକ ପ୍ରଭାବିତ ଜିଲାକୁ ରେଡ୍‌ ଜୋନ୍‌ରେ ରଖାଯାଇଥିବା ବେଳେ ସେଠାରେ ଲକ୍‌ଡାଉନର ସମୟ ସୀମା ମେ’ ୩ ପର୍ଯ୍ୟନ୍ତ ବଲବତ୍ତର ରହିବ। ସେହିପରି ଅରେଞ୍ଜ-ଏ ଅର୍ଥାତ୍‌ ଯେଉଁ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫-୬ ଥିବ ସେଠାରେ ଏପ୍ରିଲ ୨୪ ପରେ ଲକ୍‌ଡାଉନରେ ଆଉ କିଛିଟା କୋହଳ କରାଯିବ। ସେହିପରି ଯେଉଁ ଜିଲାରେ ୨-୩ ଜଣ ସଂକ୍ରମିତ ରହିଛନ୍ତି ତାକୁ ଅରେଞ୍ଜ-ବି କାଟାଗୋରୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏସବୁ ଜିଲାରେ ଏପ୍ରିଲ ୨୦ପରେ ଲକ୍‌ଡାଉନରେ ସୀମିତ କଟକଣାକୁ ହଟାଇ ଦିଆଯିବ। ତେବେ କେରଳର ୨ ଜିଲା କୋଟ୍ଟୟମ ଓ ଇଦ୍ଦୁକିରେ ଏପର୍ଯ୍ୟନ୍ତ ଜଣେ ହେଲେ କରୋନା ପଜିଟିଭ ଚିହ୍ନଟ ହୋଇ ନ ଥିବାରୁ ଏହାକୁ ଗ୍ରୀନ୍‌ କାଟାଗୋରୀରେ ରଖାଯାଇଛି। ତେଣୁ ୨୦ ଏପ୍ରିଲ ପରେ ଏଠାରେ ଲକ୍‌ଡାଉନକୁ ଖୋଲି ଦିଆଯାଇପାରେ ବୋଲି କେରଳ ସରକାର କହିଛନ୍ତି। ହେଲେ ଏଥିରେ ସମାନ୍ୟ କଟକଣା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri