Posted inଖେଳ

ସର୍ବକାଳୀନ ଶ୍ରେଷ୍ଠ ଖେଳାଳି

ଭୁବନେଶ୍ୱର, ୨୬।୫(କ୍ରୀଡ଼ା ପ୍ରତିନିଧି)-
ହକି କିମ୍ବଦନ୍ତୀ ବଲବୀର ସିଂ ସିନିୟରଙ୍କ ବିୟୋଗରେ ଓଡ଼ିଶା କ୍ରୀଡ଼ା ମହଲରେ ଶୋକର ଛାୟା ଖେଳି ଯାଇଛି। ୩ ଥର ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ବଲବୀରଙ୍କ ବିୟୋଗରେ ରାଜ୍ୟର ସୁନାମଧନ୍ୟ ହକି ଖେଳାଳି ପଦ୍ମଶ୍ରୀ ଦିଲୀପ ତିର୍କୀ, ଲାଜରୁସ ବାର୍ଲା, ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି, ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଏବଂ ଆହୁରି ଅନେକ କ୍ରୀଡ଼ାବିତ୍‌ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସାକ୍ଷାତ ସୁଯୋଗ ମିଳିଥିଲା
ବଲବୀର ସିଂ ସିନିୟର ହକି ଜଗତର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଥିଲେ। ହକିକୁ କ୍ୟାରିୟର କରୁଥିବା ଖେଳାଳିଙ୍କର ସେ ଥିଲେ ଆଦର୍ଶ, ଜଣେ କିମ୍ବଦନ୍ତୀ ଖେଳାଳି। ଅଲିମ୍ପିକ୍ସରେ ୩ ସ୍ବର୍ଣ୍ଣ ପଦକ ହାସଲ କରି ସେ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ୧୯୪୮(ଲଣ୍ଡନ)ରେ ତାଙ୍କର ଏହି ଅଭିଯାନ ଆରମ୍ଭ ହୋଇଥିଲା। ୧୯୫୨ (ହେଲସିଙ୍କି) ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସେ ଉପଅଧିନାୟକ ଏବଂ ୧୯୫୬ (ମେଲବୋର୍ନ) ଅଲିମ୍ପିକ୍ସରେ ଅଧିନାୟକ ଥିଲେ। ବିଶ୍ୱର ସେ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ହକି ଖେଳାଳି ଥିଲେ। ୧୯୫୨ ଅଲିମ୍ପିକ୍ସରେ ହଲାଣ୍ଡ ବିପକ୍ଷରେ ଭାରତ ୬-୦ ଗୋଲରେ ବିଜୟୀ ହୋଇଥିଲା। ବଲବୀର ନିଜେ ୬ଟି ଯାକ ଗୋଲ ସ୍କୋର କରିଥିଲେ। ସେତେବେଳେ ଏହା ଏକ ରେକର୍ଡ ଥିଲା। ଧ୍ୟାନଚାନ୍ଦଙ୍କ ପରେ ଭାରତର ସଫଳ ଖେଳାଳି କହିଲେ ବଲବୀରଙ୍କ ନାଁ ହିଁ ଆସେ। ୨୦୦୨-୦୩ରେ ଚଣ୍ଡିଗଡ଼ରେ କ୍ୟାମ୍ପ ଚାଲିଥିବାବେଳେ ବଲବୀରଙ୍କ ସହିତ ସାକ୍ଷତ ହେବାର ମୋତେ ସୁଯୋଗ ମିଳିଥିଲା। କ୍ୟାମ୍ପ କେମିତି ଚାଲିଛି ବୋଲି ସେ ପଚାରି ବୁଝିଥିଲେ। ଏପରି ଜଣେ ମହାନ ଖେଳାଳିଙ୍କୁ ହରାଇ ଆମେ ଅତ୍ୟନ୍ତ ମର୍ମାହତ। ହକି ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।
ପଦ୍ମଶ୍ରୀ ଦିଲୀପ ତିର୍କୀ
ପୂର୍ବତନ ଭାରତୀୟ ହକି ଅଧିନାୟକ

ଗଭୀର ମର୍ମାହତ
ସମ୍ପୂର୍ଣ୍ଣ କ୍ରୀଡ଼ା ଜଗତ ପାଇଁ ବହୁତ ଦୁଃଖର ଖବର। ବିଶେଷ କରି ହକିକୁ କ୍ୟାରିୟର କରିଥିବା ଆମେମାନେ ଏଥିରେ ଗଭୀର ମର୍ମାହତ। ୯୬ ବର୍ଷରେ ସେ ମୃତ୍ୟୁବରଣ କରିଥିଲେ ହେଁ ଶେଷ ପର୍ଯ୍ୟନ୍ତ ସୁସ୍ଥ ସବଳ ଥିଲେ ଏବଂ ସବୁବେଳେ ହକି କଥା ହି ଁ ଚିନ୍ତା କରୁଥିଲେ। ତାଙ୍କ ଅବର୍ତ୍ତମାନରେ ହକିଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ମୁଁ ପ୍ରାର୍ଥନା କରୁଛି।
ଲାଜରୁସ ବାର୍ଲା, ପୂର୍ବତନ ଭାରତୀୟ ହକି ଖେଳାଳି

ପ୍ରଥମ ପଦ୍ମଶ୍ରୀ ଭାରତୀୟ କ୍ରୀଡ଼ାବିତ୍‌
ଭାରତ ସ୍ବାଧୀନ ହେବାପରେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ହକି ଖେଳାଳି ଭାବେ ବଲବୀର ସିଂ ସିନିୟର ପ୍ରତିଷ୍ଠା ଅର୍ଜନ କରିଥିଲେ। ସେ ୧୯୪୮, ୧୯୫୨ ଓ ୧୯୫୬ରେ ତିନିଥର ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ। ଏହାପରେ ସେ ୧୯୭୫ରେ ଭାରତୀୟ ଦଳର ମ୍ୟାନେଜର ଓ କୋଚ୍‌ଭାବେ ହକି ବିଶ୍ୱକପ ଟାଇଟଲ ମଧ୍ୟ ଜିତିଥିଲେ। ଅଜିତପାଲ ସିଂଙ୍କ ନେତୃତ୍ୱାଧୀନ ଦଳ ଚାମ୍ପିୟନ ହେବା ପଛରେ ବଲବୀରଙ୍କ ପ୍ରେରଣା ଓ ରଣନୀତି ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ଅବସରରେ ରୟାଲ ଅପେରା ହାଉସରେ ସମ୍ବର୍ଦ୍ଧିତ ହୋଇଥିବା ୧୬ ଆଇକନିକ୍‌ ଅଲିମ୍ପିକ ଲିଜେଣ୍ଡଙ୍କ ମଧ୍ୟରେ ବଲବୀର ଏକମାତ୍ର ଭାରତୀୟ ଥିଲେ। ବଲବୀର ପରଲୋକ ଗମନ କରିଥିଲେ ହେଁ ତାଙ୍କ କୃତି ଏବଂ କର୍ତ୍ତବ୍ୟନିଷ୍ଠା ସବୁବେଳେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ।
ଅଶୋକ ମହାନ୍ତି
ପୂର୍ବତନ କ୍ରୀଡ଼ା ପ୍ରଶାସକ

ଏକ ଯୁଗର ଅବସାନ
ବଲବୀର ସିଂ ଜୁନିୟରଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଲା। ସେ ଜଣେ କିମ୍ବଦନ୍ତୀ ଖେଳାଳି ଥିଲେ। ତାଙ୍କ ମୃତ୍ୟୁରେ କ୍ରୀଡ଼ା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ପ୍ରତି ସମବେଦନା ଜଣାଉଛି।
ଦୂତୀ ଚାନ୍ଦ, ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri