ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ଦିବ୍ୟାଙ୍ଗ

ବରଗଡ଼ ଅଫିସ୍‌,୧୮।୬- ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅଧୀନ ଲୌଡ଼ିଦରା ପଁଚେତ୍‌ର ଦିବ୍ୟାଙ୍ଗମାନକୁ ସରକାରୀ ସୁବିଧା ସୁଯୋଗ ଅପହଁଚ୍‌ ହେଇଥିବାର ଅଭିଯୋଗ ହେଇଛେ। ଏନ୍‌ତା ଅଭିଯୋଗ କରି ଅଂଚଲର ଦିବ୍ୟାଙ୍ଗମାନେ ଅସନ୍‌ତୋଷ ପରକାଶ କରିଛନ୍‌। ଇଥିରଲାଗି ସୋମବାର ସେମାନେ ବରଗଡ଼ ଜିଲାପାଲକୁଁ ଫେରାଦ ହେଇଥିଲେ। ଜିଲାପାଲ ଇନ୍ଦ୍ରମଣି ତ୍ରିପାଠି କେହେନ୍‌ସି କାରନ୍‌ରୁ ଅନୁପସ୍ଥିତ ଥିଲାରୁ ସେମାନେ ଜିଲାପାଲ ଅଫିସ ଡାକ ସେକ୍ସନରେ ଜିଲାପାଲକଁର ଉଦେଶ୍‌ରେ ଗୁଟେ ସ୍ମାରକପତର ଦେଇଥିଲେ। ସରକାରୀ ଯୋଜନାରେ ଦିବ୍ୟାଙ୍ଗମାନକର ଲାଗି ଯେନ୍‌ସବୁ ସୁବିଧା ସୁଯୋଗ ରିହିଛେ ସେସବୁ ଯୁଗେଇ ଦେବାକେ ସ୍ମାରକପତରରେ ଗୁହାରି କରିଛନ୍‌।
ସେମାନେ ମଧୁବାବୁ ପେନସନ ଯୋଜନାରେ ଭତା ପାଉଛନ୍‌। ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡ଼ିଆ, ବିଜୁ ପକ୍କାଘର ଯୋଜନାରେ ସେମାନକୁ ଆଏଜ୍‌ତକ୍‌ ସାମିଲ ନାଇଁ କରାଯାଇ। ଏନ୍‌ତା ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେବାର ଲାଗି ଦିବ୍ୟାଙ୍ଗମାନେ ବହୁତ୍‌ ହଇରାନ ହରକତ୍‌ ହେଉଥିବାର ସେମାନେ ସ୍ମାରକପତର ଜରିଆରେ ଅଭିଯୋଗ କରିଛନ୍‌। ସେଥିରଲାଗି ଯେତେ ଜଲଦି ହେବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋ କୁଡ଼ିଆ, ବିଜୁ ପକ୍କାଘର ଯୋଜନାରେ ସାମିଲ କରି ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାକେ ସେମାନେ ଜିଲାପାଲକୁଁ ନିବେଦନ କରିଛନ୍‌। ବିଷ୍ଣୁ ପ୍ରଧାନ, କିଶୋରୀ ଭୋଇ, ଓ୍ବାରିସ ଚନ୍ଦ୍ର ଲୁହାର, ଗଣାନନ୍ଦ ଭଏଁସା, ବିଜେ ଭୋଇ ପରମୁଖ ସ୍ମାରକପତର ଦେବାର ଲାଗି ଜିଲାପାଲକଁର ଅଫିସକେ ଆସିଥିଲେ।