ସରକାରୀ ସୁବିଧାରୁ ବଁଚିତ୍‌ ପରିବାର

ଲୋଇସିଂହା, ୨।୧୧(ଡି.ଏନ.ଏ)-
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଦୁମଦୁମି ଗଁାର ବୃନ୍ଦାବନ କର୍ମୀ(୬୧)। ସେ ପକ୍ଷାଘାତ ରୋଗ୍‌ରେ ଖଟେ ପଡ଼ିଛନ୍‌। ଇଆଡ଼େ ବଡ଼ଖା ପୁଓର ଅକାଲ ମୁର୍‌ତୁରେ ବହ ଦୀପାଞ୍ଜଳି ବିଧବା ହେଇଯାଇଛନ୍‌। ପୁଓ ମରବାର ଦୁଇବଛର ବିତିଯାଇଥିଲେ ବି ବହ ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ବୃନ୍ଦାବନ ଚିକିଛା ସୁବିଧା ଅଭାବୁ ବଡ଼ା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌।
ସୂଚନା ଅନ୍‌ସାରେ କୁଟେନପାଲି ପଁଚେତ୍‌ ଅଧୀନ ଦୁମଦୁମି ଗଁାର ବୃନ୍ଦାବନ କର୍ମୀ। ପରିବାର କହେଲେ ମାଏକିନା ବସ୍ନ କର୍ମୀ ଆର ଦୁଇ ପୁଓକେ ନେଇ ସଁସାର। ଦୁଇ ପୁଓ ବିହାଚୁରା ହେଇ ନିଜର ନିଜର ବାଟେ ରହୁଛନ୍‌। ୪ ବଛର ତଲେ ବୃନ୍ଦବନ ପକ୍ଷାଘାତ ରୋଗ୍‌ରେ ପଡ଼ି ଲକ୍ଷାଧିକ୍‌ ଟଁକା ଖରଚ୍‌ କରି ସରବ୍‌ସୁଅଁାତ୍‌ ହେଇଯାଇଛନ୍‌। ହେଲେ ରୋଗ୍‌ ଟିକେ ବି ଘୁଁଚ୍‌ବାର ନଁା ନାଇଁ ଧରବାର। ଏହେଦେ ଟଁକା ପଏସା ଅଭାବୁ ସେ ଚିକିଛା କରେଇ ନାଇଁପାରବାର। ଭଗବାନ ଭରସାରେ ଘରେ ପଡ଼ିରହିଛନ୍‌। ଇଆଡ଼େ ବଏସ୍‌ ୬୦ ଟପି ଥିଲେ ବି ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେ ଭତାର ଲାଗି ପୂରବର ସରପଁଚ୍‌କେ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇଆଡ଼େ ବଡ଼ପୁଓ ହେମନ୍ତକଁର ୨ ବଛର ତଲେ ମୁର୍‌ତୁ ହେଇଯାଇଛେ। ଏନ୍‌ତାଥି ବିଧବା ବହ ଦୀପାଞ୍ଜଳି ଆର ୭ ବଛରର ନାତି ଅମନ ଅସାହା ହେଇଯାଇଛନ୍‌। ହେଲେ ଦୁଖର କଥା ହେମନ୍ତ ଚାଲିଯିବାର ୨ ବଛର ବିତିଯାଇଥିଲେ ବି ଦୀପାଞ୍ଜଳି ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଭତାର ଲାଗି ସେ ପଁଚେତ୍‌ ଅର ବ୍ଲକରେ ୪ ଥର ଆବେଦନ କରି ନିରାଶ ହେଇଥିବାର କହିଛନ୍‌। ସେନ୍‌ତା ପଁଚେତ୍‌ରୁ ମିଲୁଥିବାର ୧୦ କେ.ଜି. ଚାଉଲରେ ମାସେ ଚଲବାରଟା ମା’ପୁଓର ଲାଗି ଭିଡ଼ ହେଇଯାଉଛେ ବଲି ସେ କହିଛନ୍‌। ଏନ୍‌ତାଥି ଦୀପାଞ୍ଜଳିକୁଁ ବିଧବା ଭତା, ଅନ୍ତ୍ୟୋଦୟ ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ସଂଗେ ପକ୍ଷାଘାତ ପୀଡ଼ିତ ବୃନ୍ଦାବନକୁଁ ଭତା ଆର ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବିଡିଓ ରାମଚନ୍ଦ୍ର ଖାଡ଼ିଆକୁଁ ପଚରାଲାରୁ ଏଭେ ୩ ଝନ୍‌କୁ ଭତା ଦେବାର ଅଛେ, ଯଦି ସେ ତାଲିକାରେ ତାକର ନଁା ଥିବା ଭତା ପାଇଯିବେ। ନାଇଁ ହେଲେ ଯେତେ ଜଲ୍‌ଦି ହେବା ସେମାନକୁ ଭତା ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।

Share